ଚାନ୍ଦିନୀଙ୍କ ଭଉଣୀ ସୋନାକ୍ଷୀ କହିଲେ, ତାଙ୍କୁ କେମିତି ଫସେଇ ବାହାହୋଇଗଲେ ଦିଲ୍ଲୀର ପୁଅ…।

ବାହାଘରକୁ ବୋଧହୁଏ ମାତ୍ର ମାସ ଟେ ପୂରିଛି । ଅନେକ ଚେଷ୍ଟା ପରେ ତାଙ୍କ ସହିତ ଏକ ସାକ୍ଷାତକାର କରିବାର ସୁଯୋଗ ମିଳିଥିଲା । ଏତେ ନଖରା ବାଲି ଝିଅଟିକୁ ଏତେ ଇନୋସେଣ୍ଟ ପିଲା କେମିତି ଲାଇଫରେ ମିଳିଗଲା ସମସ୍ତେ ଭାବୁଥିବେ । ଇନ୍ଷ୍ଟାଗ୍ରାମରେ ଯିଏ ଭି ତାଙ୍କୁ ଦେଖନ୍ତି କୁହନ୍ତି ଯେ ଝିଅଟି ଟିକେ ଫୁଲେଇ ହେଉଛି । ତେବେ ସେ ଦୁହେଁ ହେଉଛନ୍ତି କପଲ୍ ସୋନାକ୍ଷୀ ଆଉ ତାଙ୍କ ସ୍ବାମୀ ହିମାଂଶୁ । ଦୁହିଁଙ୍କ ସହିତ କଥାବର୍ତ୍ତା ସମୟରେ କେମିତି ଦୁହିଁଙ୍କ ଭିତରେ ପ୍ରେମ ହେଲା ଆଉ ଲାଇଫ କେମିତି କଟୁଛି ବୋଲି ସେ ସମସ୍ତ ବିଷୟରେ ଆଲୋଚନା କରାଯାଇଥିଲା । ତେବେ ଆସନ୍ତୁ ଜାଣିବା ଚାନ୍ଦିନୀଙ୍କ ଭଉଣୀ ସୋନାକ୍ଷୀଙ୍କ ବିଷୟରେ କିଛି ଜଣା ଅଜଣା କଥା ।

ବାହାଘର ପରେ ଶାଶୂ ଘରକୁ ଗଲା ପରେ ଲାଇଫରେ କିଛି ପରିବର୍ତ୍ତନ ଆସିଛି କି ବୋଲି ପଚରା ଯାଇଥିଲା ଏହାର ଉତ୍ତରରେ ସୋନାକ୍ଷୀ ଉତ୍ତର ଦେଇଛନ୍ତି ଯେ ନାଇଁ ସେମିତି କହିବାକୁ ଗଲେ ବାହାଘର ପୂର୍ବରୁ ଓ ବାହାଘର ପରେ ତାଙ୍କ ଲାଇଫରେ ସେମିତି କିଛି ପରିବର୍ତ୍ତନ ହୋଇନାହିଁ । ଆଉ ହିମାଂଶୁ କହିଛନ୍ତି ଯେ ସେ ମଧ୍ୟ କୌଣସି ଲିମିଟେସନ୍ ଲଗାଇ ନାହାଁନ୍ତି ତାଙ୍କ ଉପରେ । ସେ ପୂର୍ବରୁ ଯେମିତି ଥିଲେ ଏବେ ମଧ୍ୟ ସେମିତି ଅଛନ୍ତି ।

ତେବେ ଦୁହିଁଙ୍କ ଲଭ୍ ମ୍ୟାରେଜ୍ ନା ଆରେଞ୍ଜ ମେରେଜ ବୋଲି ପଚରା ଯାଇଥିଲା । ଏହାର ଉତ୍ତରରେ ସୋନାକ୍ଷୀ କହିଛନ୍ତି ଏହାକୁ ଲଭ୍ ଭି କହିପାରିବେ ଆରେଞ୍ଜ ମ୍ୟାରେଜ୍ ଭି କହିପାରିବେ । ପ୍ରଥମେ ଦୁହେଁ ଦୁହିଁଙ୍କୁ ପସନ୍ଦ କରିଥିଲେ କିନ୍ତୁ ଏହା ବହୁତ୍ କଷ୍ଟ ଥିଲା ସତ କରିବାକୁ କାରଣ ବହୁତ୍ ଦୂର ଥିଲା ହିମାଂଶୁଙ୍କ ଘର । ତାପରେ ସୋନାକ୍ଷୀଙ୍କ ଘର ଲୋକ ମଧ୍ୟ ରାଜି ନଥିଲେ । ତାଙ୍କ ଭଉଣୀ ଯେହେତୁ ତାଙ୍କୁ ଭଲ ପାଆନ୍ତି ତୋ ସେ ଟିକେ ରାଜି ଥିଲେ କିନ୍ତୁ ତାଙ୍କୁ ଜିଜୁ ବହୁତ୍ ତାମଝାମ୍ କରିଥିଲେ ସବୁ ଡିଟେଲ୍ସ ପଚରାଉଚୁରା କରି ବୁଝିଥିଲେ । ଏମିତି ବହୁତ୍ କଷ୍ଟରେ ସୋନାକ୍ଷୀ ଘରେ ମନେଇଛନ୍ତି ।

ତେବେ ସୋନାକ୍ଷୀ କେମିତି ଗୋଟେ ଦିଲ୍ଲୀ ପୁଅକୁ ଫସେଇ ବାହା ହେଲେ ବୋଲି ପଚରା ଯାଇଥିଲା ଏହାର ଉତ୍ତର ଦେଇଥିଲେ ସୋନାକ୍ଷୀ ଯେ ସେ ନିଜେ ମଧ୍ୟ ଜାଣି ନାହାଁନ୍ତି । ହେଲେ କୁହାଯାଏ ନା ଡେଷ୍ଟିନି, ଯିଏ ଯାହା ହାଣ୍ଡିରେ ଚାଉଳ ଦେଇଥାଏ ସେଇଠି ହୁଏ ବୋଲି ତାଙ୍କ କ୍ଷେତ୍ରରେ ମଧ୍ୟ ସେଇଟା ହିଁ ହେଇଛି । ତେବେ ଦୁହେଁ ଇନ୍ଷ୍ଟାଗ୍ରାମରେ ପ୍ରଥମେ ସାକ୍ଷାତ୍ ହେଇଥିଲେ ତାପରେ ଦିଲ୍ଲୀରେ ଦେଖା ହୋଇଥିଲା । ଏହାପରେ ଦୁହେଁ ଡେଟିଂ ଆରମ୍ଭ କରିଥିଲେ । ଆଉ ବର୍ଷେ ତାଙ୍କ ପାଇଁ ବହୁତ୍ କଷ୍ଟ ଥିଲା ବାହାଘର ପାଇଁ ମନେଇବାକୁ ବହୁତ୍ ଫାଇଟ୍ କରିବାକୁ ପଡ଼ିଥିଲା ।

Leave a Reply

Your email address will not be published. Required fields are marked *