ମୁହଁ ଖୋଲିଲେ ମାଡ଼ ଖାଇଥିବା ସରପଞ୍ଚ । କହିଲେ ମୋତେ ମାରିବାକୁ ଧମକ ଦେଇଥିଲେ ରୋମ୍ୟାଞ୍ଜଳୀ ।
ଚପଲରେ ପିଟିଥିଲେ ଆଲବମ୍ ଅଭିନେତ୍ରୀ । ଆଉ ବାପାକୁ କହିଲେ ତୁମ ପୁଅକୁ ମାରିବି ଗୁଳି । ସରପଞ୍ଚ ଓ ଅଭିନେତ୍ରୀଙ୍କ ପରିବାର କଳି ବିଚ୍ ରାସ୍ତା ଉପରେ ଚାଲିଥିଲା ମାଡ଼ ମରାମରି । ଏପଟେ ପୂର୍ବତନ ସରପଞ୍ଚ କହିଛନ୍ତି ତାଙ୍କ ପୁଅକୁ ଗୁଳି ମାରିଦେବ କହୁଥିଲା ଅଭିନେତ୍ରୀ ରୋମ୍ୟାଞ୍ଜଳୀ । ଆଉ ଅନ୍ୟପଟେ ଆଲବମ୍ ଅଭିନେତ୍ରୀଙ୍କ ଭଉଣୀ କାନ୍ଦି କାନ୍ଦି ଥାନାରେ ଅଭିଯୋଗ କରିଛନ୍ତି ଯେ ଧୋକା ବ୍ଲାକମେଲ କରୁଥିଲା ସରପଞ୍ଚଙ୍କ ପୁଅ । ତେବେ ପୂର୍ବତନ ସରପଞ୍ଚ କହିଛନ୍ତି ତାଙ୍କ ପୁଅକୁ ଗୁଳି ମାରିଦେବ ବୋଲି ଧମକ ଦେଇଥିଲେ ଆଲବମ୍ ଅଭିନେତ୍ରୀ ରୋମ୍ୟାଞ୍ଜଳୀ ।
ତେବେ ଏହି କଳହ ପଛର ମୁଖ୍ୟ କାରଣ ଯେଉଁଠୁ କଳହ ଆରମ୍ଭ ହୋଇଛି ତାହା ଅଭିନେତ୍ରୀଙ୍କ ଭଉଣୀ କହିବା ଅନୁଯାୟୀ ପୂର୍ବତନ ସରପଞ୍ଚଙ୍କ ପୁଅଙ୍କୁ ଦୀର୍ଘ ଦିନ ଧରି ଭଲ ପାଉଥିଲେ । ଦୁହିଁଙ୍କ ଭିତରେ ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କ ଥିଲା ।ଆଉ ଅଭିନେତ୍ରୀଙ୍କ ଭଉଣୀଙ୍କୁ କୁଆଡ଼େ ଗାଳି ଗୁଲଜ କରୁଥିଲା ଆଉ ବ୍ଲାକମେଲ କରୁଥିଲେ । ଆଉ ସେଇଥି ପାଇଁ ଅଭିନେତ୍ରୀ ରୋମ୍ୟାଞ୍ଜଳୀ ଓ ତାଙ୍କ ଭଉଣୀ ସରପଞ୍ଚଙ୍କ ପୁଅକୁ ଖୋଜୁଥିଲେ । ଆଉ ପୁଅକୁ ଏଭଳି ଆକ୍ରମଣ କରିବା ପାଇଁ ଖୋଜୁଥିବା କଥା ଯେତେବେଳେ ବାପା ଜାଣିଲେ ସେତେବେଳେ ଅଭିନେତ୍ରୀ ରୋମ୍ୟାଞ୍ଜଳୀଙ୍କୁ ପଚାରିଥିଲେ ବାପା ଯେ ତାଙ୍କ ପୁଅକୁ କାହିଁକି ଖୋଜୁଛ ବୋଲି ।
ସେତେବେଳେ ଅଭିନେତ୍ରୀ ରୋମ୍ୟାଞ୍ଜଳୀ କୁଆଡ଼େ କହିଥିଲେ ତୁମ ପୁଅ ହାବୁଡ଼ରେ ପଡ଼ିଲେ ଦେଖିବ ତାକୁ ମୁଁ ସିଧା ଗୁଳି ମାରିବି । ତେବେ ଏମିତି ପଚରା ଉଚୁରାରୁ ଧୀରେ ଧୀରେ ବଚସା ଆଉ ତାପରେ ସରପଞ୍ଚ ପରିବାର ଆଉ ଅଭିନେତ୍ରୀଙ୍କ ପରିବାର ମଧ୍ୟରେ ଠେଲାପେଲା ଆରମ୍ଭ ହୋଇ ଯାଇଥିଲା ଆଉ ତାପରେ ହାତା ହାତି । ଯେଉଁଠି କି କିଏ ଜଣେ ଅଭିନେତ୍ରୀଙ୍କ ମା’ଙ୍କୁ ଠେଲି ପକାଉଛି ତୋ ଏପଟେ ପୂର୍ବତନ ସରପଞ୍ଚ ମଧ୍ୟ ତଳେ ପଡ଼ି ଯାଉଛନ୍ତି । ଆଉ ଏହାରି ମଧ୍ୟରେ ଏପଟେ ପାଦରୁ ଚପଲ ଖୋଲି ମାରିବାକୁ ଗୋଡାଉଛନ୍ତି ରୋମ୍ୟାଞ୍ଜଳୀ ।
ତେବେ ପ୍ରେମ ବ୍ୟାପାରକୁ ନେଇ ଦୁଇ ପରିବାର ମଧ୍ୟରେ ଏଭଳି ମାରପିଟ୍ ଘଟଣା ଏଭଳି ସାମ୍ନାକୁ ଆସିଥିଲା । ତେବେ ଏହି ଘଟଣା ହେଉଛି ଭୂବନ ଥାନା ଅନ୍ତର୍ଗତ ମୃଦଙ୍ଗା ପଞ୍ଚାୟତରେ ଘଟିଛି । ମୃଦଙ୍ଗା ପଞ୍ଚାୟତର ପୂର୍ବତନ ସରପଞ୍ଚ ବିଜୟ ଏବଂ ସେହି ପଞ୍ଚାୟତର ଆଲବମ୍ ଅଭିନେତ୍ରୀ ରୋମ୍ୟାଞ୍ଜଳୀଙ୍କ ପରିବାର ମଧ୍ୟରେ ମାରପିଟ୍ ହୋଇଥିଲା ଯାହାର ଭିଡ଼ିଓ ମଧ୍ଯ ସୋସିଆଲ ମିଡ଼ିଆରେ ଭାଇରାଲ୍ ହୋଇଥିଲା ।