ମନିପର୍ଶ ସଜେଇ ଦେଲା ମହିଳାଙ୍କୁ… ଏବେ ଆର ପାରିରେ ସ୍ଵାମୀ ଓ କାନ୍ଦୁଛି ସ୍ତ୍ରୀ… ।
ଦର୍ଶକବନ୍ଧୁ ବର୍ତ୍ତମାନ ଆମ ସମାଜରେ ପ୍ରତିଦିନ ଏମିତି ଘଟଣା ଗୁଡିକ ଘଟିବାର ଲାଗୁଛି ଯାହାକୁ ଶୁଣିବା ପରେ ଦେହ ଶୀତେଇ ଉଠୁଛି । ମଣିଷ ଆଜି ଯେତିକି ଶିକ୍ଷିତ ହେଉଛ ସେ ସେତିକି ତଳକୁ ତଳକୁ ଖସି ଯାଉଛି । ଦିନକୁ ଦିନ ଦୁନିଆରେ ଅନ୍ୟାୟ ଅନିତି,ଦୁର୍ନୀତି ଓ ହତ୍ୟା ପରି ଅନେକ ଭୟଙ୍କର କାଣ୍ଡ ଘଟୁଛି । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆଜିକା ସମାଜରେ କେତେ କଣ ଘଟଣା ଘଟୁଛି ତାହା ବିଷୟରେ ଜାଣିଥିବେ ନିଶ୍ଚୟ । ସୋସିଆଲ ମିଡ଼ିଆ ଦ୍ଵାରା ହିଁ ଆମେ ଅନେକ ଘଟଣା ବିଷୟରେ ସୂଚନା ପାଉଛେ । ଆଉ ଏମିତି କିଛି ଘଟଣା ଏବେ ସମାଜରେ ଘଟୁଛି ଯାହା ନିନ୍ଦନୀୟ ଅଟେ ।
ଲୋକମାନେ ଏମିତି ନିନ୍ଦନୀୟ କାମ କରୁଛନ୍ତି ଯାହା ଏହି ସମାଜ ଉପରେ ଖରାପ ପ୍ରଭାବ ପକାଉଛି । ଘଟଣା ଅନୁସାରେ ଘରକୁ ଫେରିବା ବେଳେ ଗୋଟିଏ ମନିପର୍ସ ପାଇଥିଲେ ରାମଚନ୍ଦ୍ର ମୁଖି । ଆଉ ତାପରେ ସେ ଘରକୁ ଆସିଥିଲେ । ସେହି ମନିପର୍ସରେ ଥିଲା ୫୫୦ ଟଙ୍କା । ଯାହାର ମନିପର୍ସ ହଜିଥିଲା ସେ ଯେତେବେଳେ ଜାଣିବାକୁ ପାଇଲେ ଯେ ରାମଚନ୍ଦ୍ର ମୁଖି ମନିପର୍ସ ପାଇଛି ତାପରେ ତାଙ୍କ ଘରକୁ ଆସିଥିଲେ । ରାମଚନ୍ଦ୍ର ମୁଖି ମଧ୍ୟ ତାଙ୍କର ମନିପର୍ସକୁ ଫେରାଇ ଦେଇଥିଲେ ।
ହେଲେ ଯାହାର ମନିପର୍ସ ହଜିଥିଲା ସେ ଦାବି କରୁଥିଲା ଯେ ୧୩୫୦ ଟଙ୍କା ଥିଲା ମନିପର୍ସରେ । କିନ୍ତୁ ଯିଏ ମନିପର୍ସ ପାଇଥିଲେ ଅର୍ଥାତ୍ ରାମଚନ୍ଦ୍ର ମୁଖି ସେ କହୁଥିଲେ ଯେ ୫୫୦ ଟଙ୍କା ଥିଲା ମନିପର୍ସରେ । ତାପରେ କଥା କଟାକଟି ହୋଇଥିଲା ଆଉ ଏହି ଘଟଣା ଏତେ ଉଗ୍ର ରୂପ ନେଇଥିଲା ଯେ ଶେଷରେ ମରଣାନ୍ତକ ଆକ୍ରମଣ କରି ଦେଇଥିଲେ ଯାହାର ମନିପର୍ସ ହଜିଥିବା ବ୍ୟକ୍ତି ଜଣକ । ଏବେ ରାମଚନ୍ଦ୍ର ମୁଖିଙ୍କ ଜୀବନ ଚାଲି ଯାଇଛି । ତେବେ ମୃତକ ରାମଚନ୍ଦ୍ର ମୁଖିଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ଅଭିଯୁକ୍ତ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉ ।
ଆଜ୍ଞା ହଁ ଫେରସ୍ତକୁ ନେଇ ବାରିପଦା ସହରରେ ଘଟି ଯାଇଛି ତୁମୁଳ କାଣ୍ଡ। ବାରିପଦା ଟାଉନ ଥାନାରେ ଉତ୍ୟକ୍ତ ଲୋକେ କଲେ ପଥର ମାଡ଼ । ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି ବାରିପଦା ସହର ସୁନଗଡ଼ିଆ ସ୍ଥିତ ଟିବି ହସ୍ପିଟାଲ ସମ୍ମୁଖରେ I ବର୍ତମାନ ଅଭିଯୁକ୍ତ ମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ମୃତକଙ୍କ ପରିବାର ଲୋକେ ଦାବି କରୁଛନ୍ତି ଆଉ ଥାନା ସାମ୍ନାରେ ହୋ ହାଲ୍ଲା କରୁଛନ୍ତି । ଏବେ ଦେଖିବାକୁ ବାକି ରହିଲା ବାରିପଦା ଟାଉନ୍ ଥାନା ପୋଲିସ୍ ଏହି ଘଟଣାକୁ କେମିତି ସମାଧାନ କରୁଛି ।