ବ୍ରାହ୍ମଣ ପୁଅ ନହେଲେ ମୁଁ ବାହା ହେବିନି…
ପେଣ୍ଡେଲ୍ ଉପରେ ଆଉ ପେଣ୍ଡେଲ୍ ତଳକୁ ଆସିଲା ପରେ ସେ ମୋ ବାପା ମାଆ, ସେ ମୋ ଭାଈ, ସେ ମୋର ସବୁ। ଯିଏ ଯାହାର ଭିତରେ ଥିବେ। କିନ୍ତୁ ପେଣ୍ଡେଲ୍ ଉପରେ ଡ୍ୟୁଟି ବେଳେ ମୁଁ କାହାରି ନୁହଁ। ମୋର ଡ୍ୟୁଟି ଭିତରେ ରହିବି। ସେ ଯିଏ ବି ଆସୁ। ଏମିତି ମୁଁ ମ୍ୟାରେଜ୍ କଲା ପରେ ବି ମୁଁ ଯଦି ଯାତ୍ରା କ୍ୟାରିଅରରେ ରହିଲି ତ ଭଲ କଥା ଯଦି ବା ନ ରହିଲି ମୋ ସ୍ବାମୀ ଆସିଲେ ବି ମୋ ଡ୍ୟୁଟି । ସେ ଯାହା ବି ଥାଉ। ସହଜ ନଥିଲା। କିନ୍ତୁ ଆଗରୁ ଯେମିତି ବ୍ରାହ୍ମଣ ଘରକୁ ବେଶୀ ସପୋର୍ଟ କରୁଥିଲେ କି ଡରୁଥିଲେ। ବ୍ରାହ୍ମଣ ଝିଅମାନେ ଆସିବା ପାଇଁ ଡରୁଥିଲେ ଏବେ କିନ୍ତୁ ନର୍ମାଲ ହେଇ ଗଲାଣି।
ବ୍ରାହ୍ମଣ ଝିଅମାନେ ବି ଅଦର୍ କାଷ୍ଟରେ ଚାଲି ଯାଉଛନ୍ତି। ମୁଁ ବ୍ରାହ୍ମଣ ପୁଅ ନହେଲେ ବାହା ହେବିନି। ନହେଲେ ଏମିତି ସାରା ଜୀବନ। ସେମିତି କିଛି ଫରକ୍ ପଡିବନି ମୋତେ।ଯିଏ କର୍ମ କରୁଛି ତା ପାଇଁ କିଛି ଫରକ୍ ପଡିବନି। ଯେ ପର୍ଯ୍ୟନ୍ତ ଜଗନ୍ନାଥ ହାତ ଗୋଡ଼ ଭଲ ରଖିଥିବେ, ସେ ପର୍ଯ୍ୟନ୍ତ ଆମେ କର୍ମ ତ କରି ଚାଲିବା।
କିନ୍ତୁ ମୁଁ ବ୍ରାହ୍ମଣକୁ ବହୁତ୍ ଭଲ ପାଏ। ମୁଁ ସବୁବେଳେ ଭାବେ କି ପରିବାରକୁ ଗୁରୁତ୍ଵ ଦିଏ। ଡ୍ୟୁଟି ହିଁ ଡ୍ୟୁଟି। ଡ୍ୟୁଟି ବେଳେ ବାପା ମାଆ, ଭାଈ, ବନ୍ଧୁ ମୁଁ ସେସବୁକୁ ଜମା କେୟାର୍ କରେନି। ଯେଉଁଥି ପାଇଁ ମୁଁ ଆଜି ଏ ଜାଗାରେ ଆସି ପହଞ୍ଚିଛି , ସେଇଟାକୁ କେମିତି ବାପା ମାଆ ଥିଲେ। ବାପା ମାଆ କଣ ଜାଣି ନାହାଁନ୍ତି। ଯେ ମୋ ଝିଅ ଏଇ ଲାଇନକୁ ଆସିଲା ବା ଯେ କୌଣସି ଚାକିରୀଟେ କଲା , ସେ କଣ ଜାଣି ନାହାଁନ୍ତି। ସେ ସବୁ ଜାଣିଛନ୍ତି। ତାଙ୍କୁ ସଙ୍କୋଚ ଲାଗିବନି। ଯିଏ ପ୍ରକୃତରେ ମଣିଷ ହେଇଥିବ ତାକୁ କିଛି ଫରକ୍ ପଡିବନି। ଆଉ ଯେଉଁମାନଙ୍କ ଧାରଣା ଖରାପ ଥିବ ତାଙ୍କୁ ଫରକ୍ ପଡିବ । ଯାତ୍ରାରେ କ୍ୟାରିଅର ଗଢିବା ଗୋଟେ ଝିଅ ପାଇଁ ଗୋଟେ କଳ୍କଙ୍କ ପରି ହୁଏ କି ।ଲୋକ କୁହନ୍ତି ଯେ ଯାତ୍ରାବାଲି, ଯାତ୍ରାରେ କାହିଁକି କାମ କରୁଛି। ଲୋକମାନେ ତ ବହୁତ୍ କଥା କହିବେ। ଲୋକଙ୍କ କଥା ଶୁଣିଲେ କୌଣସି ଜିନିଷ ତମେ ଆଗକୁ ନେଇ ପାରିବନି କି କେହି ବି ଉପରକୁ ଯାଇ ପାରିବେନି। ଲୋକ ତ କହିବେ ଏ ଯାତ୍ରା ପାର୍ଟିରେ ଅଛି ଯାତ୍ରାବାଲାଟା।
କିନ୍ତୁ ଯାତ୍ରା ପାର୍ଟିରେ ଯେତିକି ସମ୍ମାନ ଯେତିକି ମର୍ଯ୍ୟାଦା ଅଛି ଅଲଗା କେହି କ୍ଷେତ୍ରରେ ନାହିଁ। ଯିଏ ବେଶୀ ଭଲ ତାକୁ ଭଗବାନ ସବୁବେଳେ ଭଲରେ ରଖିବେ। ଯଦି ଭଗବାନ ମୋତେ ସେତିକି ସପୋର୍ଟ କରି ନଥାନ୍ତେ ତାହାଲେ ମୁଁ ଆଜି ଏଠି ପହଞ୍ଚି ପାରି ନଥାନ୍ତି। ଛୋଟ ବେଳେ ମୋର ଶିଖିବାର ମନୋବୃତ୍ତି ଥିଲା ପଇସା କମେଇବା ପାଇଁ ନୁହଁ। ପଇସା ତ ସବୁ ଜିନିଷରେ ତୁଲେଇ ହବନି ନା। ଆଗ କର୍ମଟିକୁ ଶିଖ। ଆଗ ନିଜ କ୍ୟାରିଅରକୁ ଦେଖ। ପଇସାଟା ହେଉଛି ମଣିଷ ଜୀବନର ବଡ଼ କଥା ନୁହଁ। ଆଗ କ୍ୟାରିଅର। ତମେ କ୍ୟାରିଅର ପଛରେ ଚାଲ, ନିଶ୍ଚୟ ପଇସା ତମ ପଛରେ ଗୋଡ଼େଇବ।
ମୁଁ ଯେତେବେଳେ ମୋ ଯାତ୍ରା କ୍ୟାରିଅରକୁ ଆସିଥିଲି , ସେତେବେଳେ ମୁଁ ଦୁଇଟା କଥା ଶିଖିଥିଲି କର୍ମ କରିବି, ପଇସା ନେବି,ଘରକୁ ଆସିବି। ତା ଛଡ଼ା ମୁଁ ମୋ ବାପା ମାଆଙ୍କ ଇଜ୍ଜତ କେବେବି ତଳକୁ ପକେଇବା ପାଇଁ ଚାହେଁନି କି ଚାହିଁବି ନାହିଁ ଆଗକୁ। ମୋର ମୋ ନିଜ ଉପରେ ବିଶ୍ୱାସ ଅଛି, ତାପରେ ଭଗବାନଙ୍କ ଉପରେ ବିଶ୍ୱାସ ଅଛି। ମୋତେ କେବେବି ସେ ଭୁଲ୍ ବାଟକୁ ନେବେନି।