ଆୟୁଷ କହିଦେଲେ ସତ କଥା, ଭାଇ ଭଉଣୀ ଥିଲୁ ପରେ ପ୍ରେମ ହେଇଗଲା।
ଯେତେବେଳେ ଆମେ ମୁଁ ଅନେକ ବର୍ଷ ତଳର କଥା କହିବି ଯେତେବେଳେ ଆମେ ଟିଭି ଖୋଲୁଥିଲେ ଆମକୁ ଗୋଟେ ସେରିଏଲ୍ ଦେଖା ଯାଉଥିଲା ଆଉ ସେ ସେରିଏଲକୁ ଆମେ ଅନେକ ଭଲ ପାଇବା ଦେଉଥିଲେ। ଧୀରେ ଧୀରେ ସିରିଏଲରେ ତାଙ୍କ ରିଏଲ୍ ନାଁ ଚେଞ୍ଜ ହେଇ ଆୟୁଷ ହେଇଗଲା। ଲୋକମାନେ ତାଙ୍କୁ ସନ୍ତୋଷରୁ ଆୟୁଷ ବନେଇ ଦେଲେ। ଆଉ ଗୋଟେ କଥା ଯଦି କହିବି ସିରିଏଲ୍ ପରେ ପରେ ମେଗା ସିରିଏଲ୍ ପରେ ପରେ ସେ ଅନେକ ମୁଭିରେ ମଧ୍ୟ ଆସିଲେ ଆଉ ହଠାତ୍ ଗୋଟେ କିଛିଦିନ ହେବ ଆମେ ତାଙ୍କୁ ଯଦି କିଛି କହିବା ସେ ଆୟୁଷକୁ ଆଉ ସେ ଆୟୁଷର ଯେଉଁ ଫ୍ୟାନ୍ ବେଶ୍ ବୋଧ୍ ହୁଏ ଆମେ ଆଉ ଧୀରେ ଧୀରେ ଦେଖିବାକୁ ପାଉ ନାହାଁନ୍ତି।
କାହିଁକି ନା ଅନେକ ସେରିଏଲ୍ ତ କଲେ କିନ୍ତୁ ବୋଧ ହୁଏ ଫ୍ୟାନ ମାନଙ୍କ ଠାରୁ ଟିକିଏ ଦୂରେଇ ଗଲେ। ସେ ବିଷୟରେ ତାଙ୍କ ସହ ଆମେ କଥା ହେବା। କିନ୍ତୁ ଆପଣ ଜାଣିଥିବେ ଯେ ତାଙ୍କର କିଛି ବର୍ଷ ତଳେ ବାହାଘର ମଧ୍ୟ ହେଇଛି । ଆଉ ସେ ଯାହାକୁ ବାହା ହେଇଛନ୍ତି ସେ ମଧ୍ୟ କୋଆକ୍ଟ୍ରେସ୍ ଥିଲେ। ଯେ କେମିତି ହେଲା ତାଙ୍କର ଦୁଇ ଜଣଙ୍କର ସମ୍ପର୍କ। ମୋ ପାଖରେ ଅଛନ୍ତି ସନ୍ତୋଷ ସାର୍ ଏବଂ ରାଜଲକ୍ଷ୍ମୀ ମ୍ୟାମ୍। ତାଙ୍କ ସହ କଥା ହେବା ଯେ କେମିତି ଲାଇଫ୍ ତାଙ୍କର ଚାଲିଛି। ସେରିଏଲ୍ ବଦଳରେ ନିଜ ଲାଇଫ ସେ କେମିତି ଚଲେଇଛନ୍ତି।ଆୟୁଷ ତ ହଜିନି କି ସେଇ ଯେଉଁ ‘କିଛି ଲୁହ ପିଇଯାଏ ଓଠ’ ଯେଉଁ ଆୟୁଷଟା କୁଆଡ଼େ ହଜିଗଲା ଏତେଦିନ ପର୍ଯ୍ୟନ୍ତ। ଆୟୁଷ କେବେ ହଜି ନଥିଲା ନା କେବେ ହଜିବ।
ସେଇଟା ଆଜିବି ଲୋକମାନଙ୍କ ହୃଦୟରେ ଲୋକମାନଙ୍କ ମନରେ ଆଜିଯାଏଁ ବି ସେଇଟା ବଞ୍ଚିତ ହେଇକି ଅଛି। ଦେଖନ୍ତୁ ଗୋଟେ କାମ ଆମେ ସମସ୍ତେ କରୁଛେ। ସାପୋଜ୍ ମୁଁ ଦଶଟା କାମ କରିବି କି ପନ୍ଦରଟା କାମ କରିବି । ସେଇ ଦଶ ପନ୍ଦରଟା କାମ ଭିତରେ ଗୋଟେ କାମ ଆପଣଙ୍କ ପାଖକୁ ଏମିତି ଆସିବ ଯେଉଁଟାକି ପୁରା ଲାଇଫ ଲଙ୍ଗ୍ ଆପଣଙ୍କ ପାଇଁ ପୁରା ଗୋଟେ ସ୍ମୃତି ହେଇ ରହିଯିବ। ସେମିତି ଗୋଟେ ମୁଁ ଲକି ସେମିତି ଯେ ଗୋଟେ ମୋ ପାଇଁ ପ୍ରୋଜେକ୍ଟ ଥିଲା ‘କିଛି ଲୁହ ପିଇଯାଏ ଓଠ’ । ଯେଉଁଟାକି ମୋ ପାଇଁ ଡେବ୍ୟୁସ୍ ହେଉଥିଲା। ଏତେ ଭଲ ପାଇବା ମିଳିଛି ମୋତେ ଅଡିଏନ୍ସ ମାନଙ୍କର ସେଥିପାଇଁ ଆଜି ପର୍ଯ୍ୟନ୍ତ ମୁଁ ଋଣୀ ସେମାନଙ୍କ ପାଖରେ।ସେତେବେଳେ ଯେଉଁ କ୍ୟାରକ୍ଟର ଆପଣଙ୍କର ଥିଲା ଯେ ଗୋଟେ ଲୋକଙ୍କର ଭଲ ପାଇବା ଇମୋସନ୍ ଯୋଡ଼ି ହେଇଥିଲା ଆପଣଙ୍କ ସହିତ। ମାନେ ଆୟୁଷକୁ ଯଦି ମାଡ଼ ହେଉଥିଲା ତାହାଲେ ଦର୍ଶକକୁ ବାଧୁଥିଲା। ଏମିତି କିଛି ଇମୋସନ୍ ଥିଲା।
ସେମିତି କିଛି ଖୋଜିଛନ୍ତି ଲିଡ ଆକ୍ଟର ହଉ କିମ୍ବା ଏମିତି କିଛି ଆକ୍ଟିଂ ହଉ ଯେମିତି ଦର୍ଶକଙ୍କ ସହିତ ଡାଇରେକ୍ଟ କଥା ବାର୍ତ୍ତା ହେଇ ପାରିବ।ଏଇଟା ଆକ୍ଚୁଆଲି ଭଲ କଥା କହିଲେ ଆଉ ଗୋଟେ ଆର୍ଟିଷ୍ଟ୍ ହିସାବରେ କେବଳ ମୁଁ ନୁହଁ ଏଇଟା ସବୁ ଆର୍ଟିଷ୍ଟଙ୍କ ମନରେ ଥିବ। ତ ଯେହେତୁ ମୁଁ ମୋର ଗୋଟେ ଡେବ୍ୟୁ ଥିଲା ଯେ ‘କିଛି ଲୁହ ପିଇଯାଏ ଓଠ’ ।ଆଉ ସେଥିରୁ ମୋତେ ଯାହାବି ସଫଳତା ମିଳିବା କି ଲୋକମାନଙ୍କର ଭଲ ପାଇବା ମିଳିବା।ସେଇ କ୍ୟାରାକ୍ଟର ଏତେ ଡିମାଣ୍ଡରେ ଥିଲା ନିହାତି ଭାବରେ ମୋର ଆଶା ଆସିବ ଯେ ପରବର୍ତ୍ତୀ ପ୍ରୋଗ୍ରାମ ମୁଁ ଯାହାବି କରିବି ସେଥିରେ ବି ଲୋକମାନଙ୍କର ଭଲ ପାଇବା ଆହୁରି ଅଧିକା ମିଳୁ।