ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା…ଦିଦି ମାନଙ୍କ ମାସିକ ପାରିଶ୍ରମିକ ବୃଦ୍ଧି କଲେ ରାଜ୍ୟ ସରକାର।

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା ବଢ଼ିଲା ଅଙ୍ଗନବାଡି ଦିଦିଙ୍କ ଦରମା। ଅଙ୍ଗନବାଡି ଦିଦିଙ୍କ ପାରିଶ୍ରମିକ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଅଙ୍ଗନବାଡି ଏବଂ ମିନି ଅଙ୍ଗନବାଡି କର୍ମୀଙ୍କର ଦରମା ବଢ଼ାଇବା ସହ ସହାୟିକା ପାରିଶ୍ରମିକ ମଧ୍ୟ ବୃଦ୍ଧି କରାଯାଇଛି। ଅଙ୍ଗନବାଡି କର୍ମୀଙ୍କ ମାସିକ ପାରିଶ୍ରମିକ ୭୫୦୦ ରୁ ୧୦,୦୦ଟଙ୍କା କରାଯାଇଛି। ଏହା ସହିତ ମିନି ଅଙ୍ଗନବାଡି କର୍ମୀଙ୍କ ପାଇଁ ୫୩୭୫ ଟଙ୍କା ରୁ ୭୨୫୦ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ଅଙ୍ଗନବାଡି ସହାୟିକା ମାନଙ୍କର ମାସିକ ପାରିଶ୍ରମିକ ୩୭୫୦ ଟଙ୍କାରୁ ବଢ଼ାଇ ୫୦୦୦ ଟଙ୍କା କରାଯାଇଛି।

ବର୍ଦ୍ଧିତ ପାରିଶ୍ରମିକ ୨୦୨୩ ଅକ୍ଟୋବର ପହିଲାରୁ ପିଛିଲା ଭାବେ ଲାଗୁ ହେବ। ଅକ୍ଟୋବର ୨୦୨୩ ରୁ ଜାନୁଆରୀ ୨୦୨୪ ଏହି ୪ ମାସର ବର୍ଦ୍ଧିତ ବକୟା ରାଶି ମାର୍ଚ୍ଚ ୫ ତାରିଖରୁ ୧୦ ତାରିଖ ମଧ୍ୟରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରି ଦିଆଯିବ। ଚଳିତ ଫେବୃଆରୀ ମାସରୁ ସେମାନଙ୍କୁ ବର୍ଦ୍ଧିତ ପାରିଶ୍ରମିକ ନିୟମିତ ଭାବେ ମିଳିବ।

ଏହା ସହିତ ଅଙ୍ଗନବାଡି କର୍ମଚାରୀଙ୍କ ସେବା ନିବୃତି ପ୍ରସ୍ୟାହନ ରାଶି ମଧ୍ୟ ବୃଦ୍ଧି କରାଯାଇଛି। ଆସନ୍ତା ଏପ୍ରିଲ ପହିଲା ଅର୍ଥାତ ୨୦୨୪ ଏପ୍ରିଲ ୧ ତାରିଖରୁ ଏହା ଲାଗୁହେବ। ବର୍ଦ୍ଧିତ ପ୍ରସ୍ୟାହନ ରାଶି ବାବଦକୁ ଅଙ୍ଗନବାଡି କର୍ମୀମାନେ ପୂର୍ବରୁ ପାଉଥିବା ୪୦ ହଜାର ଟଙ୍କା ପରିବର୍ତେ ୧ ଲକ୍ଷ ଟଙ୍କା ପାଇବେ। ମିନି ଅଙ୍ଗନବାଡି କର୍ମୀମାନେ ୩୦ ହଜାର ଟଙ୍କା ପରିବର୍ତେ ୭୫ ହଜାର ଟଙ୍କା ପାଇବେ ଏବଂ ଅଙ୍ଗନବାଡି ସହାୟିକା ମାନେ ୨୦ ହଜାର ଟଙ୍କା ପରିବର୍ତେ ୫୦ ହଜାର ଟଙ୍କା ପାଇବେ।

ସେହିପରି ସାମାଜିକ ସିରକ୍ଷା ଦିଗରେ ମୃତ୍ୟୁ କିମ୍ବା ଦୁର୍ଘଟଣା ଜନିତ ସମ୍ପୂର୍ଣ୍ଣ ଶାରୀରିକ ଅକ୍ଷମତା ନିମନ୍ତେ ଅଙ୍ଗନବାଡି କର୍ମୀ ମିନି ଅଙ୍ଗନବାଡି କର୍ମୀ ଓ ସହାୟିକା ମାନଙ୍କୁ ୨ ଲକ୍ଷ ଟଙ୍କା ଓ ଆଂଶିକ ଅକ୍ଷମତା ନିମନ୍ତେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁକମ୍ପା ରାଶି ପ୍ରଦାନ କରାଯିବ। ଏହି ସୁବିଧା ମଧ୍ୟ ଏପ୍ରିଲ ପହିଲାରୁ ଲାଗୁ ହେବ।

ତେବେ ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ଅତିରିକ୍ତ ୩୫୦ କୋଟି ଟଙ୍କା ଖର୍ଚ୍ଚ କରିବେ। ଏହା ଦ୍ବାରା ରାଜ୍ୟର ୧ ଲକ୍ଷ ୪୮ ହଜାର ଅଙ୍ଗନବାଡି କର୍ମୀ ମିନି ଅଙ୍ଗନବାଡି କର୍ମୀ ଓ ଅଙ୍ଗନବାଡି ସହାୟିକା ଉପକୃତ ହେବେ।

Leave a Reply

Your email address will not be published. Required fields are marked *