ନି-ଆଁ ସବୁ ଜାଳିଦେଲା ହେଲେ ଭାଙ୍ଗି ପାରିଲାନି ସ-ମ୍ପର୍କ । କେବଳ ଗୋଟେ ଶାଢ଼ୀରେ ହୀରାମଣିଙ୍କୁ ଘରକୁ ନେବେ ଜ୍ବାଇଁ ।
ଲୋକମାନେ କହୁଛନ୍ତି ଏମିତି ଜ୍ବାଇଁ ପୁଅ ଭାଗ୍ୟରେ ଥିଲେ ମିଳେ । ଯେଉଁ ଝିଅର ଭାଗ୍ୟ ଭଲଥିବ ଏମିତି ହିଁ ସ୍ଵାମୀ ଖଣ୍ଡେ ପାଇବେ । ଏଇ ପୁଅ ଜଣକ ସୁନ୍ଦର୍ ବୋଲି ଆମେ କହୁନାହୁଁ ହେଲେ ସେ ଏମିତି କିଛି କାମ କରି ଦେଇଛନ୍ତି ଯାହାପାଇଁ ଏବେ ସେ ପ୍ରଶଂସାର ପାତ୍ର ପାଲଟିଛନ୍ତି । ସମସ୍ତଙ୍କ ମୁହଁରେ ଏବେ ଗୋଟାଏ କଥା ଏମିତି ଜ୍ବାଇଁ ପୁଅ ଭାଗ୍ୟରେ ଥିଲେ ମିଳନ୍ତି । ହଁ ଆଜ୍ଞା ବନ୍ଧୁଗଣ ସରିଥିଲା ଲ-ଗ୍ନ ଧାର୍ଯ୍ୟ । ସରିଥିଲା ନ-ର୍ବନ୍ଧ । ଲଗ୍ନବେଳା ହୋଇଥିଲେ ଏଇ ଘରର ଝିଅକୁ ବୋହୂ କରି ନେଇଥାନ୍ତେ ସବାରୀ କାନ୍ଧେଇ ।
କିନ୍ତୁ ବିଧିର ବିଧାନ ସବୁ ପୋଡ଼ି ଛାରଖାର କରିଦେଲା । ବନ୍ଧୁ ବାନ୍ଧିବା ପୂର୍ବରୁ ବନ୍ଧୁ ଘରେ ସର୍ଟ ସର୍କିଟ ଯୋଗୁଁ ଲାଗି ଯାଇଥିଲା ନି-ଆଁ । ଝିଅର ବାହାଘର କେମିତି କରିବେ ସେ ନେଇ ଚିନ୍ତାରେ ଥିଲେ ଝିଅ ଘର ଲୋକେ । ମୁଣ୍ଡରେ ହାତ ଦେଇ ବସିଥିଲେ କନ୍ୟାପିତା । ଏତିକି ବେଳେ ଜୋଇଁ ପୁଅଙ୍କ ଗୋଟିଏ କଥା, ଭାବି ଶ୍ୱଶୁରଙ୍କୁ ପ୍ରବୋଧନା ଦେଲା । ବାପା ଆପଣ ବ୍ୟସ୍ତ ହୁଅନ୍ତୁନି, ଶାଢୀ ଖଣ୍ଡେ ପିନ୍ଧାଇ ହୀରାମଣିକୁ ଆମେ ଆମ ଘରକୁ ନବୁ ।
ବଧୂ ହୋଇ ଯିବ, କିନ୍ତୁ ସିଏ ସେଠି ଝିଅ ହେଇ ରହିବ । ଜୋଇଁ ପୁଅଙ୍କ ଏ ପଦିଏ କଥା, ବି-ପଦ ବେଳକୁ ସବୁଠାରୁ ବଡ଼ ଶକ୍ତି ଯୋଗାଇଲା ଅଭାଗା ଝିଅଟିର ବାପାକୁ । ସୂଚନା ମୁତାବକ ଏଭଳି କିଛି ଭାବ ବିହ୍ୱଳିତ ଘ-ଟଣା ଦେଖିବାକୁ ମିଳିଛି ଚାନ୍ଦବାଲି ବ୍ଲକ ଉତୁକୁଡ଼ା ଗାଆଁରେ । ଝିଅର ବାହାଘର ପାଇଁ ଯାହାସବୁ କିଣା ହୋଇଥିଲା ସବୁକିଛି ପୋଡ଼ି ଜ-ଳି ପାଉଁଶ ହୋଇଯାଇଛି କିଛି ଭି ନାହିଁ । ଟ୍ରଙ୍କ ବାକ୍ସ, ଥାଳି, ଶାଢ଼ୀ ଆଦି ଜରୁରୀ ଜିନିଷ ସବୁ ଘର ସହ ଜଳିଯାଇଛି । ଝିଅ ବାହାଘର କିଭଳି ହେବ ଏହା ଭାବି ଭାବି ଘରର ସଦସ୍ୟ ଶୋଇ ପାରୁନଥିଲେ ।
କିନ୍ତୁ ସେହି ଝିଅକୁ କେବଳ ଖଣ୍ଡେ ଶାଢ଼ୀ ଦେଇ ବାହା କରି ନେଇଯିବାକୁ ଇଚ୍ଛା କରିଛନ୍ତି ଜ୍ବାଇଁ ପୁଅ ଜଣକ । ଯାହା ଶୁଣିବା ପରେ ବାପା, ମା, ଝିଅ ସାହି ପଡିଶା ସମସ୍ତେ କହୁଛନ୍ତି ତାଙ୍କ ଭଳି ପୁଅ ଦୁନିଆରେ ନାହାଁନ୍ତି । ଆଉ ଏଭଳି ଗୋଟେ ଖବର ଓଡ଼ିଶା ବାସୀଙ୍କ ମନ କିଣିନେଇଛି ।