ଦିନେ ତମ୍ବୁ ତଳେ ରହି ଗୁପ୍ଚୁପ୍ ବିକି ପେଟ ପୋଷୁଥିଲେ । ଏବେ ସାଜିଛନ୍ତି କୋଟି କୋଟି ଟଙ୍କାର ମାଲିକ ।
ଦିନେ ତମ୍ବୁ ତଳେ ରହୁଥିଲେ ଏବେ ୫ କୋଟି ଟଙ୍କାର ଫ୍ଲାଟ୍ କିଣିଲେ । ଦିନେ ଗୁପଚୁପ୍ ବିକି ପେଟ ପୋଷୁଥିଲେ ଏବେ ମୁମ୍ବାଇର ବାନ୍ଦ୍ରାରେ ଘର କିଣିଲେ । ଆଜ୍ଞା ହଁ ଦର୍ଶକବନ୍ଧୁ ୟେ ହେଉଛନ୍ତି ସେହି ପିଲା ଯିଏ ଦିନେ ମୁମ୍ୱାଇର ଆଜାଦ୍ ମଇଦାନ ଅଞ୍ଚଳରେ ଏକ ତମ୍ବୁ ତଳେ ନିଜ ପରିବାର ସହିତ ରହି ଜୀବନ କାଟୁଥିଲେ । କାରଣ ଅତି ଗରିବ ଏବଂ ଅଭାବୀ ପରିବାର ଥିଲା ତାଙ୍କର ।
ତେଣୁ ତମ୍ବୁ ତଳେ ପରିବାର ସହିତ ନିଜେ ରହୁଥିଲେ । ଟିମ ଇଣ୍ଡିଆର ଷ୍ଟାର ବ୍ୟାଟର ଯଶସ୍ୱୀ ଜଏସ୍ୱାଲ ଆଜି ନିଜ ସ୍ୱପ୍ନ ସାକାର କରିଛନ୍ତି । ଦିନେ ଗୁପଚୁପ ବିକ୍ରି କରି ଯେଣ୍ଟ ତଳେ ଜୀବନ କାଟୁଥିବା ଯଶସ୍ୱୀ ଆଜି ମୁମ୍ବାଇରେ ନିଜ ସ୍ୱପ୍ନର ମହଲ କିଣି ପାରିଛନ୍ତି । ସଢେ ୫ କୋଟି ଟଙ୍କାରେ ମାୟାନଗରୀରେ ଜଏସ୍ୱାଲ ଏକ ଫ୍ଲାଟ ନିଜ ନାମରେ କରିଛନ୍ତି । ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ବିସ୍ଫୋରକ ବ୍ୟାଟିଂ କରିବା ପରେ ନିଜ ପାଇଁ ଏବଂ ତାଙ୍କ ପରିବାର ପାଇଁ ନୂଆ ଘର କିଣିଛନ୍ତି ଯଶସ୍ୱୀ ଜଏସ୍ୱାଲ । ଲଗାତାର ଦୁଇଟି ଦ୍ୱିଶତକ ଯଶସ୍ୱୀଙ୍କୁ ସଫଳତାର ଶିଖରରେ ପହଞ୍ଚାଇଛି ।
ମୁମ୍ବାଇର ଏକ୍ସ ବିକେସିରେ ସାଢେ ୫ କୋଟି ଟଙ୍କାରେ ଏକ ଆପାର୍ଟମେଣ୍ଟ କିଣିଛନ୍ତି ଭାରତର ଷ୍ଟାର ଓପନର ଯଶସ୍ୱୀ ଜଏସ୍ୱାଲ । ଲିୟାସେସ ଫେରାସକୁ ମିଳିଥିବା ରେଜିଷ୍ଟ୍ରେସନ ଡକୁମେଣ୍ଟ ଅନୁସାରେ, ଜାନୁୟାରୀ ୭ ତାରିଖରେ ବାନ୍ଦ୍ରା ଭବନର ୱିଙ୍ଗ-୩ରେ ୧,୧୦୦ ବର୍ଗଫୁଟର ଫ୍ଲାଟ ରେଜିଷ୍ଟ୍ରେସନ କରାଯାଇଛି । ଏହି ଫ୍ଲାଟର ମୂଲ୍ୟ ୪୮,୪୯୯ ଟଙ୍କା ପ୍ରତି ବର୍ଗଫୁଟ ଅନୁସାରେ ଡିଲ୍ ହୋଇଥିବା ଜାଣିବାକୁ ମିଳିଛି । ଦୀର୍ଘ ଦିନରୁ ଯଶସ୍ୱୀ ଏହି ଫ୍ଲାଟ କିଣିବା ନେଇ ଆଲୋଚନା ହେଉଥିବା ବେଳେ ପ୍ରଥମ ଟେଷ୍ଟ ଡେବ୍ୟୁ ସମୟରେ ହିଁ ଏଠାକୁ ସିଫ୍ଟ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା ।
ଆଜି କ୍ରିକେଟରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଯଶସ୍ୱୀ ଦିନେ ଛୋଟ ପିଲା ଭଳି ମୁମ୍ବାଇକୁ ଆସି ଖୋଲା ପଡ଼ିଆରେ ଏକ ଟେଣ୍ଟ ତଳେ ରହୁଥିଲେ । ଉତ୍ତରପ୍ରଦେଶ ବଦୋହୀ ଜିଲ୍ଲାର ଏକ ଛୋଟ ଗାଁରୁ ଆସି ଆଜି ସାରା ବିଶ୍ୱରେ ଷ୍ୟାର କ୍ରିକେଟରର ପରିଚୟ ପାଇଛନ୍ତି ଯଶସ୍ୱୀ ଜଏସ୍ୱାଲ । ଦିନ ଥିଲା ସେ ବାପାଙ୍କ ସହିତ ଗୁପଚୁପ୍ ବିକ୍ରି କରି ନିଜର ଖର୍ଚ୍ଚ ସମ୍ଭାଳୁଥିଲେ । କିନ୍ତୁ ବର୍ତ୍ତମାନ ସଫଳତାର ଶିଖରରେ ପାଦ ଥାପିଛନ୍ତି ଯଶସ୍ୱୀ ଜଏସ୍ୱାଲ ।