ଏମିତି କରନ୍ତୁ ଆବେଦନ, ଆଉ ନିଅନ୍ତୁ ୧ ଲକ୍ଷ ଟଙ୍କା। ଆଜିଠାରୁ ଆରମ୍ଭ ହୋଇଗଲା ଏହି ଯୋଜନା।
ଆଜିଠାରୁ ଆରମ୍ଭ ହେଲା ଏହି ଆବେଦନ ପ୍ରକ୍ରିୟା। ୧ ଲକ୍ଷ ଟଙ୍କା କେମିତି ଆବେଦନ କରିବେ? ଗୋଟି ଗୋଟି କରି ସବୁ ତଥ୍ୟ ଜାଣନ୍ତୁ। ୧୮ ରୁ ୩୫ ବର୍ଷ ଯୁବକ ଓ ଯୁବତୀ ଆବେଦନ କରିବେ।ହଁ ଆଜ୍ଞା ଯୁବ ଗୋଷ୍ଠୀକୁ ନିର୍ଭରଶୀଳ କରିବାକୁ କ୍ୟାବିନେଟରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ବ୍ୟବସାୟ କରିବାକୁ ଇଚ୍ଛୁକ ଥିବା ଯୁବକ ଏହା ଦ୍ବାରା ବିଶେଷ ଭାବରେ ଲାଭବାନ ହୋଇପାରିବେ। ସ୍ୱୟଂ ଯୋଜନାରେ ଅଧିନରେ ଯୁବକ ଓ ଯୁବତୀକୁ ମିଳିବ ଲକ୍ଷେ ଟଙ୍କା। ତେବେ ଆସନ୍ତୁ ଜାଣିବା ସ୍ୱୟଂ ଯୋଜନାରେ ମିଳୁଥିବା ଲକ୍ଷେ ଟଙ୍କା ଋଣ ଆପଣ କେମିତି ଆବେଦନ କରିବେ।
୧୮ ରୁ ୩୫ ବର୍ଷ ଯୁବକ ଓ ଯୁବତୀ ଏହି ଯୋଜନାରେ ସାମିଲ ହୋଇପାରିବେ। ଯୁବକଙ୍କୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯିବ। ଅନୁସୂଚିତ ଜାତି ବା ଅନୁସୂଚିତ ଜନଜାତିର ଯୁବ ବର୍ଗଙ୍କ ପାଇଁ ବୟସ ସୀମା ଅଲଗା ରହିଛି। ଏହି ବର୍ଗରେ ୪୦ ବର୍ଷର ଯୁବକ ବା ଯୁବତୀ ଏହି ଯୋଜନାର ଲାଭ ଉଠାଇ ପାରିବେ।
ଗ୍ରାମୀଣ କ୍ଷେତ୍ରରେ ଯୁବକଙ୍କୁ ଫକ୍ସରେ ରଖାଯିବ। ଯୋଗ୍ୟ ବ୍ୟକ୍ତି ଅନଲାଇନ ବା ଅଫଲାଇନରେ ଆବେଦନ କରିପାରିବେ। ସରକାର ଦେଉଥିବା ଋଣ ଅର୍ଥରେ ନୂଆ କିମ୍ବା ପୁରୁଣା ବ୍ୟବସାୟ ବଢ଼ାଇପାରିବେ। ଋଣ ସୁଧ ଭାର ବହନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଋଣ ପାଇଁ କୌଣସି ବନ୍ଧକ ରଖିବାକୁ ପଡିବନାହିଁ କିମ୍ବା ପ୍ରସେସିଂ ଫିସ ଦେବାକୁ ପଡିବ ନାହିଁ। ରାଜ୍ୟ ସରକାରଙ୍କ ୱବସାଇଟ swayam.odisa. in ରେ ଆବେଦନ କରିପାରିବେ। ମୋ ସେବାକେନ୍ଦ୍ରରେ ମଧ୍ୟ ଆବେଦନ କରିପାରିବେ।
ସହରାଞ୍ଚଳରେ ଆବେଦନକାରୀ ଋଣ ଦରଖାସ୍ତ ବିଜ୍ଞପିତ ଅଞ୍ଚଳ ପରିଷଦ ବା ପୌର ପରିଷଦ କାର୍ଯ୍ୟଳୟରେ ଦାଖଲ କରିପାରିବେ। କେଉଁ ବ୍ୟାଙ୍କରୁ ଋଣ ନେବାକୁ ଚାହୁଁଛନ୍ତି ତାହା ଆବେଦନର ଦର୍ଶାଇବାକୁ ପଡିବ। ଏହି ଯୋଜନା କାର୍ଯ୍ୟକାରୀ ପାଇଁ ସରକାର ବଜେଟରେ ୪୪୮ କୋଟି ଟଙ୍କା ଖର୍ଚ୍ଚ କରିବେ। ବ୍ୟାଙ୍କର ଯାହାବି ରହିବ ସୁଧ ଏହା ରାଜ୍ୟ ସରକାର ବହନ କରିବେ।
ଖାଲି ସେତିକି ନୁହେଁ ଋଣ ପାଇଁ ଧାରକଙ୍କୁ ଲଲାଟେରାର ଏବଂ ପ୍ରକ୍ରିୟା କରଣ ଦେୟ ଦେବାକୁ ପଡିବ ନାହିଁ। ୪ ବର୍ଷ ଅବଧି ମଧ୍ୟରେ ଏହି ଋଣ ପରିଶୋଧ କରିବାକୁ ହେବ। ଏହା ସହିତ ୩ ରୁ ୬ ମାସ ପର୍ଯ୍ୟନ୍ତ ରିହାତି ଅବଧି ରହିଛି। ସମ୍ପୂର୍ଣ୍ଣ ସୁଧହାର ଏବଂ ବାର୍ଷିକ ଗ୍ୟାରେଣ୍ଟି ପାଇଁ ନିର୍ଧାରିତ ଦେୟ ଭାର ବହନ କରିବାକୁ ରାଜ୍ୟ ସରକାର ୨୨୪ କୋଟି ଟଙ୍କା ବ୍ୟୟ ବରାଦ ମଧ୍ୟ କରିବେ। ତେବେ ଏହାକୁ ନେଇ ଯୁବ ବର୍ଗଙ୍କ ମଧ୍ୟରେ ଉତ୍ସହ ଦେଖିବାକୁ ମିଳିଛି।
ତେବେ ଏହିଭଳି ଭାବରେ ଆପଣ ୧ ଲକ୍ଷ ଟଙ୍କାର ଋଣ ନେଇପାରିବେ। ତେବେ ଆପଣ ଯଦି ପୂର୍ବରୁ ଋଣ ନେଇ ପୈଠ କରିଥିବେ ତାହେଲେ ଆପଣ ସ୍ୱୟଂ ଯୋଜନାରେ ସାମିଲ ହୋଇପାରିବେ। ଯଦି ଆପଣ କୌଣସି ବ୍ୟାଙ୍କରୁ ଋଣ ନେଇ ଋଣ ପରିଶୋଧ କରିନାହାନ୍ତି ତାହେଲେ ଆପଣ ଏହି ଯୋଜନାରେ ସାମିଲ ହୋଇପାରିବେ ନାହିଁ। ତେବେ ୧୮ ରୁ ୩୫ ବର୍ଷ ଯୁବକ ଓ ଯୁବତୀ ଏହି ସ୍ୱୟଂ ଯୋଜନାର ଲାଭ ଉଠାଇପାରିବେ।