ପରୀକ୍ଷା ସେଣ୍ଟରରେ ଫିଜିକ୍ସ ପରୀକ୍ଷା ଦେଉଥିଲେ ଛାତ୍ର । ହେଲେ ପରୀକ୍ଷାରେ କପି କରୁଥିବା ବେଳେ ଧରିଦେଲେ ସାର୍ ।

ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଦେଉଥିଲା ଆଉ ବିଷୟ ଥିଲା ଫିଜିକ୍ସ । ଫିଜିକ୍ସ ପରୀକ୍ଷା ଦେଉ ଦେଉ ପରୀକ୍ଷା ସେଣ୍ଟର୍ ରେ କପି ଧରିଦେଲେ ସାର୍ ଆଉ ଲଜ୍ୟାକୁ ସହି ନପାରି ନିଜ ରୁମ୍ ରେ ଏଭଳି କିଛି ଅନ୍ତିମ ପଦକ୍ଷେପ ନେଇଗଲା ଛାତ୍ର ଜଣକ । ବେଶ୍ ଭଲ ପାଠ ପଢୁଥିଲା । ସାଙ୍ଗ ସାଥିଙ୍କ ସହ ମେଲାପି ମଧ୍ଯ ଥିଲା । ଆଉ ସବୁ ଶିକ୍ଷକ ତାକୁ ବହୁତ୍ ଭଲ ମଧ୍ୟ ପାଉଥିଲେ । ସାହିତ୍ୟ ପରୀକ୍ଷା ଦେଇଥିଲା, ଇଂରାଜୀ ପରୀକ୍ଷା ମଧ୍ୟ ଦେଇଥିଲା । ଏହାପରେ ଫିଜିକ୍ସ ପରୀକ୍ଷା ଦେଉଥିବା ବେଳେ ଧରିଦେଲେ କପି । ଆଉ କପି କରି ଧରାପଡିବା ପରେ +୨ ଛାତ୍ରଙ୍କ ଆତ୍ମହତ୍ୟା ଅଭିଯୋଗ ।

ବ୍ରହ୍ମପୁରରୁ ଆସିଛି ଏହି ଅଭାବନୀୟ ଖବର । ଅଭିଯୋଗ ଅନୁସାରେ ବ୍ରହ୍ମପୁରର ଦେବାଶିଷ ସେଠୀ ନାମକ ଯୁକ୍ତ ୨ ଛାତ୍ର ଗତକାଲି ଫିଜିକ୍ସ ପରୀକ୍ଷା ଦେବା ବେଳେ କପି କରି ଧରା ପଡିଥିଲେ । ତା’ପରେ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ବ୍ରହ୍ମପୁରର ଏକ ଘରୋଇ ଶିକ୍ଷାନୁଷ୍ଠାନର ଯୁକ୍ତ ଦୁଇ ବିଜ୍ଞାନ ଦ୍ୱିତୀୟ ବର୍ଷ ଛାତ୍ର ଦେବାଶିଷ ସେଠୀ।

ତାଙ୍କ ଘର ବୈଦ୍ୟନାଥପୁର ଥାନା ସୂର୍ଯ୍ୟନଗର ଅଞ୍ଚଳରେ । ହେଲେ ସେ ନିଜ ମାଉସୀ ଘରେ ରହି ପରୀକ୍ଷା ଦେଉଥିଲେ । ଗତକାଲି ଦେବାଶିଷଙ୍କ ଫିଜିକ୍ସ ପରୀକ୍ଷା ଥିଲା । ବ୍ରହ୍ମପୁର ଖଲିକୋଟ ବିଶ୍ୱବିଦ୍ୟାଳୟରେ ସେଣ୍ଟର୍ ପଡ଼ିଥିଲା । ସେଠାରେ କଲେଜର ଆଭ୍ୟନ୍ତରୀଣ ଟିମ୍ ପକ୍ଷରୁ ଚଢାଉ ବେଳେ ଦେବାଶିଷଙ୍କୁ କପି ପାଇଁ ବୁକ୍ କରିଥିଲେ । ଏହି ଘଟଣା ପରେ ସେ ମାନସିକସ୍ତରରେ ଭାଙ୍ଗି ପଡ଼ିଥିଲେ । ପରୀକ୍ଷା ପରେ ଘରକୁ ଫେରି ଖାଇସାରି ନିଜ ରୁମ୍ କୁ ରେଷ୍ଟ ନେବାକୁ ଯାଇଥିଲେ । କିନ୍ତୁ ବିଳମ୍ବ ରାତି ପର୍ୟ୍ୟନ୍ତ କବାଟ ନ ଖୋଲିବାରୁ ସନ୍ଦେହ ବଢ଼ିଥିଲା ।

ଏହାପରେ ସନ୍ଧ୍ୟାରେ ଦେବାଶିଷଙ୍କୁ ପରିବାର ଲୋକେ ଏକ କୋଠରୀରେ ଝୁଲନ୍ତା ଅବସ୍ଥାରେ ପାଇଥିଲେ । ଏହା ଦେଖି ସେ ତୁରନ୍ତ ପଡ଼ୋଶୀଙ୍କ ସହାୟତାରେ ପୁଅକୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ପରୀକ୍ଷାରେ କପି କରି ଧରାପଡ଼ିବା ପରେ ସେ ମାନସିକ ଭାରସାମ୍ୟ ହରାଇ ଏଭଳି ପଦକ୍ଷେପ ଗ୍ରହଣ କରିଥିବା ପୁଲିସ ଅନୁମାନ କରୁଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି ।

Leave a Reply

Your email address will not be published. Required fields are marked *