କିଛି ଦିନ ପରେ ହୋଇଥାନ୍ତେ ବାହା। ତେଣୁ ହସ ସୁନ୍ଦର କରିବାକୁ ଯାଇଥିଲେ ମେଡିକାଲ। ହେଲେ ଡାକ୍ତରଙ୍କ ଇଞ୍ଜେକସନ ଯୋଗୁଁ…।

କୃତ୍ରିମ ଉପାୟରେ ନିଜର ହସକୁ ଆହୁରି ସୁନ୍ଦର କରିବାକୁ ଯୁବକ ଜଣକ କରୁଥିଲେ ଅପ୍ରେସନ ହେଲେ ସୁନ୍ଦର ହସ ଚକରରେ ଏବେ ତାଙ୍କର ଜୀବନ ଚାଲିଗଲା। ମୁହଁର କୃତ୍ରିମ ହସ ପାଇଁ କାନ୍ଦିଲା ପୁରା ପରିବାର। ମରଣକୁ ବରଣ କରିଥିଲେ ଏଇ ଯୁବକ। ମୁହଁରେ ହସ ଫୁଟାଇବା ପାଇଁ ପ୍ରଚେଷ୍ଟା ଯୋଗୁଁ ଏବେ ଚାଲି ଯାଇଛି ଜୀବନ। ହାଇଦ୍ରାବାଦରେ ଘଟିଛି ଏଭଳି ଏକ ଘଟଣା।

ସପ୍ତାହ ତଳେ ହୋଇଥିଲା ନିର୍ବନ୍ଧ ଆଉ କିଛି ଦିନ ତଳେ ବିବାହ ହୋଇଥାନ୍ତା। ଏ ହେଉଛନ୍ତି ୨୮ ବର୍ଷୀୟ ଲକ୍ଷ୍ମୀନାରାୟଣ ଗିଞ୍ଜାମ। ଗତ ୧୬ ତାରିଖରେ ଏଫଏମଏସ ଇଣ୍ଟରନେସନାଲ ଡେଣ୍ଟଲ କ୍ଲିନିକରେ ସର୍ଜରି କରିଥିଲେ। ଯେମିତିକି ତାଙ୍କ ହସ ଆହୁରି ସୁନ୍ଦର ଦେଖାଯିବ। ସେ ଯେମିତି ଚାହାନ୍ତି ସେମିତି ସୁନ୍ଦର ଦେଖାଯାଇଥାନ୍ତା ତାଙ୍କ ହସ। ହେଲେ ଦୁର୍ଭାଗ୍ୟ ବଶତଃ ନିସ୍ତେଜ ମେଡ଼ିସିନ ଅଧିକ ହେବାରୁ ତାଙ୍କର ଜୀବନ ଚାଲିଯାଇଛି।

ଲକ୍ଷ୍ମୀନାରାୟଣଙ୍କ ବାପା କହିଛନ୍ତି କି ପୁଅର ସର୍ଜରି ପରେ ଡାକ୍ତର ଆମକୁ ଡାକିଥିଲେ। କିନ୍ତୁ ଆମେ ପହଁଚିବା ପୂର୍ବରୁ ପୁଅକୁ ମୃତ ଘୋଷଣା କରିଛନ୍ତି ଡାକ୍ତର। ସେପଟେ ପୁଅର ଅସ୍ତ୍ରୋପଚାର ବିଷୟରେ ଆମକୁ କିଛି କହିନଥିଲେ। ପୁଅ ନିଜେ ଲୁଚାଇ ଛୁପାଇ ଏଭଳି ତା’ର ହସ ପାଇଁ ଅପ୍ରେସନ କରିଥିଲେ। ତେବେ ଲକ୍ଷ୍ମୀନାରାୟଣର କୌଣସି ସ୍ୱାସ୍ଥ୍ୟଗତ ଅସୁବିଧା ନଥିଲା। କିନ୍ତୁ ହଠାତ ମୋ ପୁଅର ମୃତ୍ୟୁ ପାଇଁ ଡାକ୍ତର ଦାୟୀ ବୋଲି ବାପା କହିଛନ୍ତି।

ତେବେ ଆସନ୍ତା ମାର୍ଚ୍ଚ ମାସରେ ବିବାହ ହେବାକୁ ଥିଲା। ଏବେ ଆମ ପୁଅକୁ କିଏ ଫେରାଇ ଦେବ। ଡାକ୍ତରଙ୍କୁ ଦୋଷୀ ବୋଲି ଲକ୍ଷ୍ମୀନାରାୟଣଙ୍କ ବାପା ଅଭିଯୋଗ କରିଛନ୍ତି। ସେପଟେ ବାପା ହସ୍ପିଟାଲ କତ୍ତୃପକ୍ଷ ଅସ୍ୟୁକାର କରିଛନ୍ତି। ଏ ନେଇ ମାମଲା ଥାନାରେ ପହଁଚିଥିବା ବେଳେ ପୋଲିସ ଏହାର ତଦନ୍ତ ଜାରି ରଖିଛି।

Leave a Comment

Your email address will not be published. Required fields are marked *

Scroll to Top