ମୋଟା ବୋଲି ବିସିସିଆଇ ସ୍ଥାନ ଦେଉ ନଥିଲା ଏବେ ଟେଷ୍ଟରେ କମାଲ କରୁଛନ୍ତି ଏହି ଭାରତୀୟ ଖେଳାଳି… ।

ମୋଟା ବୋଲି ବିସିସିଆଇ ସ୍ଥାନ ଦେଉ ନଥିଲା । ଏବେ ସ୍ଥାନ ପାଇଲେ ଆଉ ବହେ ପିଟୁଛନ୍ତି । ଟେଷ୍ଟ ମ୍ୟାଚରେ କମାଲ କରୁଛନ୍ତି ଏହି ଭାରତୀୟ ଖେଳାଳି । ବହୁତ୍ ଚେଷ୍ଟା କରୁଥିଲେ ରଣଜୀରେ ବି ଭଲ ପ୍ରଦର୍ଶନ କରୁଥିଲେ ହେଲେ ନିଜର ମୋଟାପା ଯୋଗୁଁ ଭାରତୀୟ ଦଳରେ ସ୍ଥାନ ପାଉନଥିଲେ । ଆବଶ୍ୟକତା ଠାରୁ ଅଧିକ ମୋଟା ଥିଲେ ସେଥିପାଇଁ ଭଲ ଖେଳୁଥିଲେ ସୁଧା ବିସିସିଆଇର ନଜରକୁ ଆସି ପାରୁନଥିଲେ । କାରଣ ଭାରତୀୟ ଦଳ ଏମ.ଏସ୍ ଧୋନୀଙ୍କ ଅଧିନାୟକତ୍ଵ ପରେ ଫିଟନେସ ଉପରେ ଅଧିକ ଧ୍ୟାନ ଦେଉଥିଲା ।

ସେଥିପାଇଁ ଏମିତି ଜଣେ ଖେଳାଳି ଯିଏ ଭଲ ଖେଳି ମଧ୍ୟ ମୋଟା ବୋଲି ବିସିସିଆଇ ସ୍ଥାନ ଦେଉ ନଥିଲା । କିନ୍ତୁ ଏବେ ଟେଷ୍ଟରେ କମାଲ କରୁଛନ୍ତି ଏହି ଭାରତୀୟ ଖେଳାଳି । ହଁ ଆଜ୍ଞା ଆମେ କହୁଛୁ ଭାରତୀୟ ଦଳରେ ଏବେ କମାଲ କରୁଥିବା ସର୍ଫରାଜ୍ ଖାନଙ୍କ କଥା । ଯିଏ ତାଙ୍କ ଟେଷ୍ଟ ମ୍ୟାଚର ଡେଭ୍ୟୁରେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି । ନା ବିରାଟ ନା ରୋହିତ ନା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କେହି ମଧ୍ୟ ସର୍ଫରାଜ୍ ଙ୍କ ପରି ଖେଳ ପ୍ରଦର୍ଶନ କରିନାହାନ୍ତି ।

ଏହି ବଡ଼ ବଡ଼ ଖେଳାଳିଙ୍କ ରେକର୍ଡ଼ ଭାଙ୍ଗିଛନ୍ତି ସର୍ଫରାଜ୍ ଖାନ । ବଡ଼ ବଡ଼ ଖେଳାଳି ମାନେ ଟେଷ୍ଟର ଡେବ୍ୟୁ ମ୍ୟାଚରେ କେହି ଅର୍ଦ୍ଧ-ଶତକ ମାରି ପାରିନଥିଲେ । କିନ୍ତୁ ସର୍ଫରାଜ୍ ଖାନ କମାଲ କରି ଦେଇଛନ୍ତି । ଡେବ୍ୟୁ ମ୍ୟାଚ୍ ରେ ୬୨ ରନ୍ କରି ରନ-ଆଉଟ୍ ହୋଇଥିବା ବେଳେ ତୃତୀୟ ଟେଷ୍ଟରେ ମାରିଛନ୍ତି ୬୮ ରନ୍ । ଇଂଲଣ୍ଡର କୌଣସି ବୋଲର୍ ଙ୍କୁ ମଧ୍ୟ ଛାଡ଼ିନଥିଲେ ଗୋଡ଼ାଇ ଗୋଡ଼ାଇ ଧୋଇଥିଲେ । ଯଦି ଦେଖିବା ରଣଜୀରେ ସର୍ଫରାଜ୍ ଖାନଙ୍କୁ ବ୍ରାଡମ୍ୟାନ ବୋଲି କୁହାଯାଏ ।

ସବୁଠାରୁ ଅଧିକ ରନ୍ ରଣଜୀରେ ରହିଛି ସର୍ଫରାଜ୍ ଖାନଙ୍କର । ସର୍ଫରାଜ ମୈଦାନ ଉପରକୁ ଓହ୍ଲାଇଲେ ସମସ୍ତେ ଭୟ କରନ୍ତି ବୋଲିଂ କରିବା ପାଇଁ । ହେଲେ ସର୍ଫାରାଜ୍ ଅନେକ ଚେଷ୍ଠା କରୁଥିଲେ ସୁଦ୍ଧା ତାଙ୍କର ମୋଟାପଣ ପାଇଁ ସେ ସୁଯୋଗ ପାଉନଥିଲେ ଭାରତୀୟ ଦଳରେ । ବିସିସିଆଇ ସୁଯୋଗ ଦେଉନଥିଲା । ହେଲେ ବହୁତ୍ ଦିନର ଅପେକ୍ଷା ପରେ ବିସିସିଆଇର ମନ ପରିବର୍ତ୍ତନ ହୋଇଥିଲା । ଆଉ ସର୍ଫରାଜ୍ ଙ୍କ ଉପରେ ବିଶ୍ୱାସ କରି ସୁଯୋଗ ଦେଇଥିଲା । ଆଉ ଯେଉଁ ବିଶ୍ଵାସକୁ ପୂରଣ କରିଛନ୍ତି ସର୍ଫରାଜ୍ ଖାନ ।

Leave a Reply

Your email address will not be published. Required fields are marked *