ଖଣ୍ଡଗିରି ଯାତ୍ରା ମହାକୁମ୍ଭ, ଏଥର ରାନୀ ନାହିଁ କି ନିଶା ନାହିଁ
ତୁଳସୀ ଗଣନାଟ୍ୟ ତ ଗୋଟେ ବ୍ରାଣ୍ଡ୍ ପାର୍ଟି । ସେମାନେ ଦୀର୍ଘ ଚାଳିଶ ବର୍ଷର ଅପେରା ପାର୍ଟି। ଭଲ ବହିର ମାର୍ଜିତ ବହି କରେ ଏବଂ ଭଲ ଆର୍ଟିଷ୍ଟ୍ ମଧ୍ୟ ରୁହନ୍ତି। ଭଲ କଳାକାର ରହିଲେ ଭଲ ନାଟକ ମଧ୍ୟ ହୁଏ। ଦମଦାର ବହି କରେ ଯେଉଁଟାକି ଲୋକମାନେ ଚାହାଁନ୍ତି ଦେଖିବା ପାଇଁ। ଆମେ ଦେଖିଛୁ ଗୋଟେ ବର୍ଷ ତୁଳସୀ ଗଣନାଟ୍ୟର ସୁରେଶ ପଣ୍ଡା ନଥିଲେ। ସୁରେଶ ପଣ୍ଡା ସାତ ଦିନ ବସିଲେ ‘ରୁବି ତୋର ରୂପ ହଜାର’ ବୋଲି ଗୋଟେ ବହି ଜୁଲି ପଣ୍ଡାଙ୍କ ଉପରେ ଲେଖା ହେଇଥିଲା ।
କିନ୍ତୁ ତୁଳସୀ ବୋଲି ଆସନ୍ତି।ପୀୟୁଷ କିମ୍ବା ଆଉ କିଏ ସେଇଟା ଭୁଲ୍ ଧାରଣା।ପୀୟୁଷ ଆସନ୍ତା ବର୍ଷକୁ ନଥିବ।ତାମାନେ ଆପଣ ମାନେ ଭାବୁଛନ୍ତି ତୁଳସୀ ବନ୍ଦ ହେଇଯିବ, ତୁଳସୀ ଚାଲିବ।ତୁଳସୀ, ଶିବାନୀ, କୋଣାର୍କ ଏମାନେ ସବୁ ବ୍ରାଣ୍ଡ୍ । ଏମାନଙ୍କ ନାଁରେ ଚାଲିଛି ପାର୍ଟି। ଆଉ କଉଁ ଆର୍ଟିଷ୍ଟ୍ ଯିବେ ଆସିବେ ତାମାନେ ନୁହେଁ ଯେ ପୀୟୁଷ ତ୍ରିପାଠୀକୁ ଦେଖିବାକୁ ଆସୁଛନ୍ତି। ଏ ବର୍ଷ ଗତ ବର୍ଷର ବହିଟା ରହି ଯାଇଥିଲା ‘ଅଧା ରାତିର ସାଥି’ ସେ ମଧ୍ୟ ଏହି ବର୍ଷ ହବ ପୁଣି। ନିଶ୍ଚିତ ଆମେ ଦେଖିଛୁ କୋଣାର୍କ, ତୁଳସୀ, ଶିବାନୀ ଗଣନାଟ୍ୟ ,ଏସବୁ ଗଣନାଟ୍ୟରେ ଆର୍ଟିଷ୍ଟ୍ ପରିବର୍ତ୍ତନ ହେଲେ ମଧ୍ୟ କେ କିଛି ଫରକ୍ ପଡ଼େନି। ତେଣୁ ଚାଲିବ।
ପୀୟୁଷ ନଥିଲେ ବି ଚାଲିବ।ପୀୟୁଷ ଆସନ୍ତା ଅଗଷ୍ଟ ମାସ ପରେ ଯିବ। ଯାହାକୁ ଦେଖିବେ ସବୁ ତୁଳସୀ ଗଣନାଟ୍ୟରେ ଥିବେ। ତାଙ୍କର କିଛି ଦର୍ଶକ ଥିବେ। ତାଙ୍କ ପାଇଁ ହିଁ ଟିକେଟ ବିକ୍ରି ହେଉଛି। ସେଥିପାଇଁ ଥିବେ, ସେଠି ଆଉ ନଥିବେ କିଛି ମାନେ ନାହିଁ।ଆଇଟମ୍ ଗାର୍ଲ୍ ପୁରା ଟୋଟାଲ୍ ବନ୍ଦ୍। ନାଇଁ ରାଣୀ ନାହିଁ କି ନିଶା ନାହିଁ। କେହି ନାହାଁନ୍ତି ଆମେ ଅଣ୍ଡରଟେକିଂ ଲେଖିକି କମିଶନରକୁ ଦେଇ ଦେଇଛୁ। ଆମେ କୌଣସି ଆଇଟମ୍ ଗାର୍ଲ୍ କିମ୍ବା ସେଲିବ୍ରିଟି କିମ୍ବା ଆପଣଙ୍କୁ ଅସୁବିଧା କଲା ଭଳିଆ କୌଣସି ଜିନିଷ କରିବୁ ନାହିଁ। ଯେଉଁଟାକି ଗତ ବର୍ଷ ହେଇଥିଲା ଏ ବର୍ଷ ମଧ୍ୟ ସେଇୟା ହବ। ଆମେ ଗତ ବର୍ଷ ‘ଅଧା ରାତିର ସାଥି’ ତୁଳସୀ କରୁଥିଲା ସେଥିରେ ଆମେ ରେକର୍ଡ଼ ଡାନ୍ସ୍ ମଧ୍ୟ କରିନୁ। ଫାଷ୍ଟ ଶୋ’ରେ ଗୋଟେ ରେକର୍ଡ଼ ଡାନ୍ସ୍ ସେକେଣ୍ଡ ଶୋ’ରେ ଗୋଟେ ରେକର୍ଡ଼ ଡାନ୍ସ୍ ତାପରେ ନାଟକ ଆରମ୍ଭ କରିଛୁ। ଲୋକେ ରେକର୍ଡ଼ ଡାନ୍ସ୍ ଦେଖନ୍ତିନି ବହି ଦେଖିକି ଯାଆନ୍ତି।
ତାମାନେ ନୁହେଁ ଯେ କେବଳ ଆଇଟମ୍ ଗାର୍ଲ୍ ଦେଖିବାକୁ ଲୋକେ ଆସୁ ନାହାଁନ୍ତି। ତାହାର କିଛି ପର୍ସେଣ୍ଟ ଥିବେ ,ଆଜିକାଲିକା ପିଲାମାନେ ଥିବେ। ଆମର ନାଟକ ଦେଖିଛନ୍ତି ଗତ ବର୍ଷର ଆମେ ଅଙ୍ଗେ ଲିଭେଇଛୁ। ଆମେ କୌଣସି ରେକର୍ଡ଼ ଡାନ୍ସ୍ ନଦେଇ ମଧ୍ୟ ନାଟକ ଦେଖି ଯାଇଛନ୍ତି। କେବେବି ଅଭିଯୋଗ କରି ନାହାଁନ୍ତି ଯେ ରେକର୍ଡ଼ ଡାନ୍ସ୍ କାହିଁକି ଦେଲନି ମେଲୋଡ଼ି କାହିଁକି ଦେଲନି। ଦେଖିକି ଗଲେ ପାଞ୍ଚ ହଜାର ଦଶ ହଜାର ଲୋକ । ଖଣ୍ଡଗିରି ଗୋଟେ ଐତିହାସିକ ମେଳା।
ତାକୁ ଦେଖିବା ପାଇଁ ଲକ୍ଷ ଲକ୍ଷ ଲୋକ ଆସୁଛନ୍ତି ବିଭିନ୍ନ ପ୍ରାନ୍ତରୁ ବିଭିନ୍ନ ରାଜ୍ୟରୁ। ଏଠି ଯଦି ଅଶ୍ଳୀଳ ହବ, ଏଠି ଯଦି ବନ୍ଦ ହବ ତାହାଲେ ବିଭିନ୍ନ ରାଜ୍ୟରେ ପ୍ରଭାବ ପଡ଼ିବ। ଆଉ ଏଇ ପେଟ ପାଟଣା ପାଇଁ ଆମେ କଣ ଏଭଳି ନୃତ୍ୟ କରିବା କି। ଆମେ ଆସୁ ନାହାଁନ୍ତି ନାଟକ କରିବା।’ଅଧା ରାତିର ସାଥି’ ଆମେ ପୁଣିଥରେ ଆରମ୍ଭ କରିବୁ। ପୁନର୍ବାର ସେଇ ‘ଅଧା ରାତିର ସାଥି’ର ଛଅଟା ଶୋ’ ଦେଖିଛନ୍ତି ଲୋକ କିନ୍ତୁ ଏବେବି କହୁଛନ୍ତି ସେଦିନର ଟିକେଟଟା ଦେଇ ଦିଅନ୍ତୁ। ତାମାନେ ସେଇ ବହିରେ ଅଛି ନିଶ୍ଚିତ ଦେଖିବେ ଲୋକ।