“ହସ୍ପିଟାଲରେ ତାଙ୍କୁ ଭୁଲ୍ ଔଷଧ ଦେଲେ । ଆଉ ବହୁତ ଟର୍ଚ୍ଚର କଲେ.. ତାଙ୍କ ବ୍ରେନ୍ ଷ୍ଟ୍ରୋକ୍ ହୋଇଗଲା” ଅଭିନେତା ଚକ୍ରଧରଙ୍କ ପତ୍ନୀ ।

ବନ୍ଧୁଗଣ ନିକଟରେ ବରିଷ୍ଠ ଅଭିନେତା ଚକ୍ରଧର ଜେନାଙ୍କ ପରଲୋକ ଘଟିଛି । ଚିକିତ୍ସିତ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଥିବା ଜଣାପଡିଛି । ଚିକିତ୍ସା ପାଇଁ ସେ ଭୁବନେଶ୍ୱର ଏମ୍ସର ଆଇସିୟୁରେ ଭର୍ତ୍ତି ହୋଇଥିଲେ କିନ୍ତୁ ସେଠାରେ ତାଙ୍କର ଦେହାନ୍ତ ଘଟିଥିବା ସୂଚନା ମିଳିଛି । ତେବେ ଚକ୍ରଧରଙ୍କ ପରି ଜଣେ ବରିଷ୍ଠ କଳାକାରଙ୍କୁ ହରାଇଛି ଓଡ଼ିଆ ସିନେ ଜଗତ । ଚକ୍ରଧର ନିଜର ଅଭିନୟ ପାଇଁ ଓଡ଼ିଆ ସିନେ ଜଗତରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିଥିଲେ । ଅନେକ ସିନେମାରେ ସେ ଖଳନାୟକ ଭାବେ ଅଭିନୟ କରି ଦର୍ଶକଙ୍କ ମନ ଜିତି ପାରିଥିଲେ । ଚକ୍ରଧରଙ୍କ ଦେହାନ୍ତକୁ ନେଇ ବର୍ତମାନ ସବୁଠି ଶୋକର ଛାୟା ଖେଳିଯାଇଛି ।

ତେବେ ଇତି ମଧ୍ୟରେ ଏକ ସାକ୍ଷାତକାରରେ ସ୍ଵାମୀ ତଥା ଅଭିନେତା ଚକ୍ରଧରଙ୍କ ମୃତ୍ୟୁର କାରଣ କଣ ଥିଲା ବୋଲି କାନ୍ଦି କାନ୍ଦି କହିଛନ୍ତି ସ୍ତ୍ରୀ । ଆଜ୍ଞା ହଁ ଚକ୍ରଧରଙ୍କ ଧର୍ମପତ୍ନୀ ଉଷାରାଣୀ କହିଛନ୍ତି ଯେ, ଏବେ ଏକା ହୋଇ ଯାଇଛନ୍ତି ସେ । ଓଡ଼ିଆ ଫିଲ୍ମରେ ଯେମିତି ସେ ଥିଲେ ଭିଲିଏନ ଦୁଃସାହାସିକ ଅସଲ ଜୀବନ କ୍ଷେତ୍ରରେ ମଧ୍ୟ ସେ ଥିଲେ ସେମିତି । କୌଣସି ବିପଦ ଆପଦକୁ ସେ ଖାତିର କରନ୍ତି ନାହିଁ ।

ସେହି ସାହାସ ଟା ଆଜି ସେ ଯାହାଙ୍କ ଠାରୁ ପାଉଥିଲେ ତାଙ୍କୁ ହରେଇ ଦେଇଛନ୍ତି । ତାଙ୍କର ମୋତିଆ ବିନ୍ଦୁ ହୋଇଥିଲା । ସେ ଆଖି ଅପରେସନ କରି ଭଲରେ ପୂରା ଘରକୁ ଫେରିଥାନ୍ତେ । ସବୁ ବିପି ହାରିକା ସବୁ ଚେକ୍ କରି ଠିକ୍ ହେଲା ପରେ ଅପରେସନ ପାଇଁ ଏମ୍ସରେ ଭର୍ତି ହେଲେ ଜାନୁଆରୀ ୧୫ ତାରିଖରେ । ତାଙ୍କର ଅପରେସନ ଥିଲା ୧୬ରେ ତେଣୁ ଆଖି ୱାର୍ଡରେ ଏଡମିଟ ହେଲେ । ଅପରେସନ ପରେ ମୋତିଆ ବିନ୍ଦୁ କଢାଗଲା କିନ୍ତୁ ଲେନ୍ସ ଲଗା ଯାଇପାରିଲା ନାହିଁ ଲାରଣ ପାଣି ଥିଲା ତାଙ୍କ ଆଖିରେ ।

ସେଥିପାଇଁ ତାଙ୍କୁ ଗୋଟେ ଡ୍ରିପ ଦିଆଗଲା । ସେ ଜଣେ କିଡନୀ ପେସେଣ୍ଟ ଥିଲେ । ଡାଏଲିସିସ ପର୍ୟ୍ୟନ୍ତ କଥା ଯାଇ ନଥିଲା କିନ୍ତୁ ସେ ଔଷଧ ଖାଉଥିଲେ । ପଢ଼ା ପଢ଼ିରେ ତାଙ୍କର ଇଛା ଥିଲା ତେଣୁ ଅପରେସନ ପାଇଁ କହିଥିଲେ । ହେଲେ ଅପରେସନ ବେଳେ ଯେଉଁ ଡ୍ରିପ୍ ଦେଲେ ତାଙ୍କ ପରିସ୍ରାରେ ସବୁ ପାଣି ବାହାରିଲା କିନ୍ତୁ ତାପରେ ତାଙ୍କୁ ପରିସ୍ରା ହେଲାନି କିଡନୀ ଫଙ୍କସନ୍ ଆଉ କଲାନି । ତାଙ୍କ ହାର୍ଟ ଷ୍ଟ୍ରୋକ ହେଇଗଲା ବୋଲି ପତ୍ନୀ କହିଛନ୍ତି । ଅପରେସନ ହେଇଥିଲା ୧୬ ତାରିଖ କିନ୍ତୁ ଷ୍ଟ୍ରୋକ ହେଲା ୨୫ ତାରିଖ ଦିନ । ସେ ସେହି ହସ୍ପିଟାଲ୍ ରେ କହିଥିଲେ ତାଙ୍କ ପତ୍ନୀଙ୍କୁ ଯେ ତାଙ୍କୁ ସେଠାରେ ଟର୍ଚର୍ କରୁଛନ୍ତି ସମସ୍ତେ ହେଲେ ତାଙ୍କ ପତ୍ନୀ ବୁଝାଇଥିଲେ ।

Leave a Reply

Your email address will not be published. Required fields are marked *