ବିଦ୍ୟୁତ ଉପଭକ୍ତାଙ୍କ ପାଇଁ ବଡ଼ ଖବର। ଓଡ଼ିଶାରେ କମିଲା ବିଦ୍ୟୁତ ଦର, ଏବେ ମାସକୁ ଦେବେ ଏତିକି ଟଙ୍କା।

ବିଦ୍ୟୁତ ଉପଭକ୍ତାଙ୍କ ପାଇଁ ଆସିଲା ଖୁସି ଖବର। ଓଇଆରସି ପକ୍ଷରୁ ହେଲା ବଡ଼ ଘୋଷଣା। ଖରା ଦିନ ପୂର୍ବରୁ କମିଲା ବିଦ୍ୟୁତ ଦର। ବିପିଏଲ ଗ୍ରାହକ ମାନେ ମାସିକ ବିଲ ଦେବେ ୭୦ ରୁ ୮୦ ଟଙ୍କା।

ହଁ ଆଜ୍ଞା ବିଦ୍ୟୁତ ଉପଭକ୍ତାଙ୍କ ପାଇଁ ଆସିଛି ଖୁସି ଖବର। ଖରା ଦିନ ଆସିବା ପୂର୍ବରୁ ବିଦ୍ୟୁତ ଦର କମିଛି। ଆପଣ ଯେତିକି ଟଙ୍କା ବିଦ୍ୟୁତ ବିଲ ପୈଠ କରୁଥିଲେ ତାଠାରୁ ଏଥର କମିକି ଆସିବ ବିଲ।ନଖରା ଦିନେ ବିଦ୍ୟୁତ ବିଲ ଅଧିକ ଆସିଥାଏ। ଉପଭକ୍ତା ମାନେ ଯେତେବେଳେ ବିଦ୍ୟୁତ ବିଲ ଦିଅନ୍ତି ସେତେବେଳେ ତାଙ୍କୁ ଚିନ୍ତା ମାଡି ବସିଥାଏ। କିନ୍ତୁ ଏବେ ତା ପୂର୍ବରୁ ଆପଣଙ୍କୁ ଆଉ ଅଧିକ ମାତ୍ରାରେ ବିଦ୍ୟୁତ ବିଲ ଦେବାକୁ ପଡିବ ନାହିଁ। ଓଇଆରସି ପକ୍ଷରୁ ଘୋଷଣା ହୋଇଛି କି ଏଥର ବିଜୁଳି ଦର କମିବ।

ଖରା ଦିନ ପୂର୍ବରୁ ରାଜ୍ୟ ବାସୀଙ୍କୁ ବଡ଼ ଆସ୍ୱସ୍ତି। ରାଜ୍ୟରେ ବିଦ୍ୟୁତ ଦର କମାଇଲେ ସରକାର। ସ୍ଲାବ ଅନୁଯାୟୀ କମିଛି ବିଦ୍ୟୁତ ଦର। ଉଭୟ APL ଏବଂ BPL ଗ୍ରାହକଙ୍କୁ ମିଳିଛି ବଡ଼ ଆସ୍ୱସ୍ତି। ଓଡିଶା ବିଦ୍ୟୁତ ନିୟମକୁ ଆୟ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି। ପ୍ରତି ସ୍ଲାବରେ ୧୦ ପଇସା ଲେଖାଏଁ କମିଲା ବିଦ୍ୟୁତ ଦର। ସେହିପରି BPL ଗ୍ରାହକ ମାନଙ୍କୁ ମାସିକ ବିଲ ୭୦ ରୁ ୮୦ ଟଙ୍କା ଦେବାକୁ ପଡିବ। ଟିଭି ଚାର୍ଜିଙ୍ଗ କାରୀ ୟୁନିଟ ପିଛା ୫ ଟଙ୍କା ହୋଇଛି। ପୂର୍ବରୁ ୟୁନିଟ ପିଛା ୫ ଟଙ୍କା ୫୦ ପଇସା ଦର ଥିଲା। ଯାହାକି ୫୦ ପଇସା ହ୍ରାସ ହୋଇଛି।

ଡିଜିଟାଲ ପେମେଣ୍ଟରେ ୪ ପ୍ରତିଶତ ଛାଡ଼ କରାଯିବ। ସେହିଭଳି ଇ ପେମେଣ୍ଟରେ ଗ୍ରାହକଙ୍କ ୧୦ ଟଙ୍କା ରିହାତି ମିଳିବା ନେଇ ଓଇଆରସି ପକ୍ଷରୁ କୁହାଯାଇଛି। ତେବେ ରାଜ୍ୟରେ ବିଦ୍ୟୁତ ଉପଭକ୍ତା ମାନଙ୍କ ପାଇଁ ସରକାର କମାଇଲେ ବିଦ୍ୟୁତ ଦର। ଏଥର ଖରାଦିନ ଆସିବା ପୂର୍ବରୁ ରାଜ୍ୟ ବାସୀଙ୍କୁ ବଡ଼ ଆସ୍ୱସ୍ତି ମିଳିଛି।

Leave a Comment

Your email address will not be published. Required fields are marked *

Scroll to Top