ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ଖାତାକୁ ଆସିବ ୧୦୦୦ଟଙ୍କା।

ରାସନ କାର୍ଡ଼ଧାରୀଙ୍କ ପାଇଁ ହୋଇଛି ବଡ଼ ଘୋଷଣା। ରାସନ କାର୍ଡ ହିତାଧିକାରୀଙ୍କୁ ମିଳିବ ୧୦୦୦ ଟଙ୍କା। ୯୫ ଲକ୍ଷ ୯୦ ହଜାର ପରିବାର ଉପକୃତ ହେବେ। ୧୦୦୦ କୋଟି ଟଙ୍କା ଖର୍ଚ୍ଚ କରିବେ ରାଜ୍ୟ ସରକାର।

ହଁ ଆଜ୍ଞା ରାଜ୍ୟ ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି। ରାସନ କାର୍ଡ ହିତାଧିକାରୀଙ୍କୁ ମିଳିବ ୧୦୦୦ ଟଙ୍କା ଏବଂ ତା ସହିତ ଝୋଟରେ ତିଆରି ବ୍ୟାଗ ମଧ୍ୟ ମିଳିବ ହିତାଧିକାରୀଙ୍କୁ। ରାଜ୍ୟ କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସୋମବାର ଦିନ ଲୋକ ସଭା ଭବନରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିଛି।

ରାଜ୍ୟ କ୍ୟାବିନେଟ ବୈଠକରେ ମୋଟ ୨୭ ଟି ପ୍ରସ୍ତାବରେ ମୋହର ଲାଗିଛି। ସମୁଦାୟ ୧୪ ଟି ବିଭାଗର ୨୭ ଟି ପ୍ରସ୍ତାବ ଉପରେ ଲାଗିଛି ମୋହର। କ୍ୟାବିନେଟ ନିଷ୍ପତ୍ତି ଅନୁଯାୟୀ ରାଜ୍ୟର ଖାଦ୍ୟ ସୁରକ୍ଷା ଯୋଜନାରେ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଓଡ଼ିଶାର ଲକ୍ଷ ଲକ୍ଷ ପରିବାରକୁ ମିଳିବ ବଡ଼ ଫାଇଦା। ଓଡ଼ିଶାରେ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ଥିବା ହିତାଧିକାରୀଙ୍କୁ ମିଳିବ ୧ ହଜାର ଟଙ୍କା।

ଏନେଇ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ସେହିଭଳି ଏଥିରେ ସାମିଲ ଥିବା ପରିବାରକୁ ୨ ଲେଖାଏଁ ଝୋଟରେ ତିଆରି ବ୍ୟାଗ ଦେବେ ଓଡିଶା ସରକାର। ରାଜ୍ୟର ମୋଟ ୯୫ ଲକ୍ଷ ୯୦ ହଜାର ପରିବାର ଏଥିରେ ଉପକୃତ ହେବେ। ଏହି ବାବଦକୁ ରାଜ୍ୟ ସରକାର ୧ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ଜଣା ପଡ଼ିଛି। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ଘୋଷଣା ହେବା ପରେ ସମସ୍ତ ହିତାଧିକାରୀ ମାନେ ଏବେ ଖୁସି ହୋଇଯାଇଛନ୍ତି।

Leave a Reply

Your email address will not be published. Required fields are marked *