“ସେମାନେ ଚାହୁଁଥିଲେ ମୁଁ ସରକାରୀ ଚାକିରୀ ଟିଏ କରେ । ହେଲେ ନାଚିବା ଭିଡିଓ ବନେଇବା ହେଉଛି ମୋର ନିଶା” : ଜୁଲି ।

ବନ୍ଧୁଗଣ ଆଜି କଥାଟି ଆରମ୍ଭ କରିବା ଗୋଟାଏ ଲାଇନ୍ ରୁ ଆଉ ସେଇଟା ହେଉଛି ଅକ୍ଷମତା ଭିତରେ ମଧ୍ୟ ଦକ୍ଷତା ଅଛି । ଯାହାଙ୍କ ବିଷୟରେ ଆମେ ଆଲୋଚନା କରୁଛୁ ଲୋକ ତାଙ୍କୁ ଭିନ୍ନକ୍ଷମ କୁହନ୍ତି ଦି-ବ୍ୟାଙ୍ଗ ମଧ୍ୟ କୁହନ୍ତି । କିନ୍ତୁ ସେ ଭିନ୍ନକ୍ଷମ ହେଇ ମଧ୍ୟ ସକ୍ଷମ ଅଟନ୍ତି । ସେ ପାର୍କ ହେଉ କିମ୍ଵା ରାଷ୍ଟ୍ରପତି ଭବନ । ଗୀତ ବାସ୍ ବାଜିବା ଦରକାର ଆଉ ତାପରେ ତାଙ୍କର ମନ ନାଚି ଉଠେ ଆଉ ସେ ମଧ୍ୟ ନାଚି ଉଠନ୍ତି ।

ନାଚକୁ ସେ ବହୁତ୍ ଭଲ ପାଇବା ଦିଅନ୍ତି । ଲୋକ କୁହନ୍ତି ଯେ ଯେଉଁମାନେ ଦି-ବ୍ୟାଙ୍ଗ ତାଙ୍କୁ ଭଗବାନ୍ ଅଭିଶାପ ଦିଅନ୍ତି କିନ୍ତୁ ତାଙ୍କ ପାଇଁ ବୋଧହୁଏ ଏଇଟା ବରଦାନ ପାଲଟିଛି । ଆଜ୍ଞା ହଁ ସେ ହେଉଛନ୍ତି ଜୁଲି କର ମ୍ୟାଡାମ । ଦି-ବ୍ୟାଙ୍ଗ ହୋଇ ମଧ୍ୟ ଜୀବନରେ ବହୁତ୍ କିଛି କରିବା ପାଇଁ ସ୍ବପ୍ନ ଦେଖିଛନ୍ତି । ନିକଟରେ ତାଙ୍କ ସହିତ ଏକ ସାକ୍ଷାତକାର ସମୟରେ ଜୁଲି ନିଜର କଷ୍ଟସାଧ୍ୟ ଜୀବନ କିପରି ଥିଲା ଆଉ ସଂ-ଘର୍ଷ କଣ କରିଛନ୍ତି ସେ ବିଷୟରେ ସବୁ ଖୋଲି କହିଛନ୍ତି ।

ତେବେ ଜୁଲି କହିଛନ୍ତି ଏଇ ଜର୍ଣି ପିଲାବେଳୁ ନୁହେଁ। ପିଲା ବେଳେ କେବଳ ପାଠ ପଢାରେ ଇଣ୍ଟରେଷ୍ଟ ଥିଲା ଏବେ ମଧ୍ୟ ସେ ପାଠ ପଢ଼ୁଛନ୍ତି । ତାଙ୍କର ଡ଼ିଗ୍ରୀ ସରିଯାଇଛି । ତେବେ +୨ ପରେ ତାଙ୍କ କଲେଜ୍ ରେ ଡ୍ୟାନ୍ସ ପ୍ରୋଗ୍ରାମ ପାଇଁ ସେ କିଛି ଶିଖିଥିଲେ ଆଉ ସେଇଥିରେ ହିଁ ଲୋକ ତାଙ୍କୁ ବହୁତ୍ ପସନ୍ଦ କରି ତାଳି ମା-ରିଥିଲେ ଆଉ ସେଇଠି ହିଁ ତାଙ୍କୁ ପ୍ରେରଣା ମିଳିଥିଲା । ଆଉ ଯେହେତୁ ସେ ପାଠରେ ଭଲ ଥିଲେ ଘରେ ଭାବିଥିଲେ ଜୁଲି ପାଠରେ ହିଁ କିଛି କରିବେ ।

କିନ୍ତୁ ହଠାତ୍ ଡ୍ୟାନ୍ସ କରିବା ଷ୍ଟ୍ରାଇକ କରିଥିଲା । ଆଉ ତାଙ୍କର କଠିନ ପରିଶ୍ରମ ଏବଂ ସମସ୍ତଙ୍କ ଭଲପାଇବା ଯୋଗୁଁ ସେ ଆଜି ଏଠାରେ ପହଞ୍ଚି ପାରିଛନ୍ତି । ତେବେ ଜୁଲି ଆହୁରି ମଧ୍ୟ କହିଛନ୍ତି ସେ ଜନ୍ମ ପାଖରୁ ହିଁ ବହୁତ୍ ଷ୍ଟ୍ରଗଲ କରିଆସିଛନ୍ତି । ପ୍ରଥମେ ତୋ ସେ ଏମିତି ବିକ-ଳାଙ୍ଗ ଜନ୍ମ ହେଲେ ଆଉ ଲୋକଙ୍କୁ ଏଇଟା ଗ୍ରହଣ କରିବା ପାଇଁ ବହୁତ୍ ସମୟ ଲାଗୁଛି ଏବେ ମଧ୍ୟ କିନ୍ତୁ ସେ ନିଜେ ନିଜକୁ ଏମିତି ଗ୍ରହଣ କରିସାରିଛନ୍ତି । ଏହାପରେ ପୁଣି ତାଙ୍କ ମାଆଙ୍କ ମୃ-ତ୍ୟୁ ହୋଇଗଲା । ତାପରେ ବାପା ଥାଇକି ମଧ୍ୟ ନଥିବା ସମାନ ହେଇଗଲା । ତାପରେ ତାଙ୍କୁ ଓ ତାଙ୍କ ସାନ ଭଉଣୀକୁ ତାଙ୍କ ମାମୁଁ ଆଣି ରଖିଲେ । ଆଉ ପାଠପଢା ଠାରୁ କ୍ୟାରିୟର ସବୁ ସେଇଠୁ ହିଁ ଆରମ୍ଭ ହେଲା ବୋଲି କହିଛନ୍ତି ଜୁଲି ।

Leave a Reply

Your email address will not be published. Required fields are marked *