ରବୀନ୍ଦ୍ର ଜାଡେଜାଙ୍କୁ ନେଇ ବାପା ଆଣିଲେ ବଡ଼ ଅଭିଯୋଗ…ସ୍ତ୍ରୀ କଥାରେ ପଡି ବାପା-ମା’ଙ୍କୁ ପଚାରୁ ନାହାଁନ୍ତି ଜାଡେଜା।
ଭାରତୀୟ କ୍ରିକେଟରଙ୍କ ନାଁରେ ଆସିଲା ସଙ୍ଗୀନ ଅଭିଯୋଗ। ନିଜେ ବାପା ଆଣିଛନ୍ତି ପୁଅ ଓ ବୋହୂ ନାଁରେ ଅଭିଯୋଗ। ରବୀନ୍ଦ୍ର ଜାଡେଜା ଓ ରିଭାବଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା।ଭାରତୀୟ କ୍ରିକେଟ ର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ତାଙ୍କ ବୋଲିଂ ଓ ବ୍ୟାଟିଂ ପାଇଁ ସେ ବେଶ ଜଣାଶୁଣା। ହେଲେ ତାଙ୍କ ନାଁରେ ଆସିଛି ସଙ୍ଗିନ ଅଭିଯୋଗ। ଆଉ ଏ ଅଭିଯୋଗ ଆଣିଛନ୍ତୁ ତାଙ୍କ ବାପା। ଏକ ସାକ୍ଷତ କାରରେ ସେ ତାଙ୍କ ପୁଅ ଓ ବୋହୂଙ୍କ ନାଁରେ ଆଣିଛନ୍ତି ଅଭିଯୋଗ। ତେବେ ଆସନ୍ତୁ ନଜର ପକାଇବା ସମ୍ପୂର୍ଣ୍ଣ ଖବର ଉପରେ।
ଏକ ସାକ୍ଷତ କାରରେ ରବୀନ୍ଦ୍ର ଜାଡେଜାଙ୍କ ବାପା କହିଥିଲେ ଯଦି ଆପଣ ମୋ ଠାରୁ କିଛି ଜାଣିବାକୁ ଚାହୁଁଛନ୍ତି ତେବେ ମୁଁ ଗୋଟିଏ ସତ କଥା କହିବି। ରବୀନ୍ଦ୍ର ଓ ତାଙ୍କ ସ୍ତ୍ରୀ ସହ ମୋର କୌଣସି ବି ସମ୍ପର୍କ ନାହିଁ। ଆମେ ତାଙ୍କୁ ଡାକୁନୁ କି ସେମାନେ ମଧ୍ୟ ଆମକୁ ଡାକୁ ନାହାନ୍ତି। ମୁଁ ଏବେ ଜାମ୍ବୁ ନଗରରେ ଏକା ରହୁଛି। ଆଉ ସେମାନେ ଏକା ସହରରେ ନିଜ ବଙ୍ଗଳାରେ ଏକା ରହୁଛନ୍ତି। ମୁଁ ତାଙ୍କୁ ଦେଖି ପାରୁନାହିଁ କି ସେମାନେ ବି ମଧ୍ୟ ଦେଖି ପାରୁନାହାନ୍ତି। ମୁଁ ଜାଣି ନାହିଁ ତାଙ୍କ ସ୍ତ୍ରୀ ତାଙ୍କ ଉପରେ କି ଯାଦୁ କରିଛନ୍ତି।
ତେବେ ରବୀନ୍ଦ୍ର ଜାଡେଜାଙ୍କୁ କହିଛନ୍ତି ସେ ମୋ ପୁଅ। କିନ୍ତୁ ମୋ ହୃଦୟ ଏବେବି ଜଳୁଛି। ମୁଁ ଏବେ ଭାବୁଛି ମୁଁ ତା’ ବାହାଘର କରାଇନଥାନ୍ତି। ଭଲ ହୋଇଥାନ୍ତା ସେ ଜଣେ କ୍ରିକେଟର ହୋଇନଥାନ୍ତା। ଆଉ ଏସବୁ ଆମକୁ ସହିବାକୁ ପଡିନଥାନ୍ତା। ବାହାଘରର ୩ ମାସ ପରେ ରିବାଭା ଚାହୁଁଥିଲେ ଯେ ତାଙ୍କ ନାଁରେ ସବୁ ଜିନିଷ ଟ୍ରାନ୍ସଫର ହୋଇଯାଉ।ଏମିତିକି ରିବାଭା ପରିବାର ଚାହୁଁନଥିଲେ। ସେ ଏକା ରହିବାକୁ ଇଛା କରିଥିଲେ। ମୁଁ ଭୁଲ ହୋଇପାରେ ହେଲେ ଘରର ଅନ୍ୟ ୫୦ ଜଣକର କ’ଣ ଭୁଲ? ଆମ ପରିବାରର କାହା ସହିତ ସେମାନଙ୍କର ସମ୍ପର୍କ ନାହିଁ। ଆମେ ୫ ବର୍ଷ ହେଲା ନାତୁଣୀର ମୁହଁ ଦେଖି ପାରୁନାହୁଁ। ରବିନ୍ଦ୍ରରର ଶଶୁରର ଘର କିଛି ମ୍ୟାନେଜ କରୁଛନ୍ତି। ଏମିତି କିଛି ଅଭିଯୋଗ ରିବାଭା ଜାଡେଜା ଓ ରବୀନ୍ଦ୍ର ଜାଡେଜାଙ୍କ ନାଁରେ ତାଙ୍କ ବାପା ଆଣିଛନ୍ତ।
ତେବେ ଏହାର ପ୍ରତିକ୍ରିୟାରେ ରବୀନ୍ଦ୍ର ଜାଡେଜା xରେ ଏକ ଟୁଇଟ କରିଛନ୍ତି ସେ କହିଛନ୍ତି ଏ ପରିକଳ୍ପିତ ସାକ୍ଷତ କାରକ ହେୟଜ୍ଞାନ କରନ୍ତୁ। ଯାହାବି ଏଥିରେ କୁହାଯାଇଛି ସବୁକିଛି ମିଥ୍ୟା ଅଟେ। ମୁଁ ଏହାକୁ ରିଜେକ୍ଟ କରୁଛି। ମୋ ସ୍ତ୍ରୀର ଇମେଜକୁ ଖରାପ କରିବା ପାଇଁ ଏମିତି କରାଯାଇଛି। ମୁଁ ଚାହିଁଥିଲେ ଆଗକୁ ଆସି ମୋର ପ୍ରତିକ୍ରିୟା ଲୋକ ମାନଙ୍କ ଆଗରେ ରଖି ପାରିଥାନ୍ତି। କିନ୍ତୁ ମୁଁ ଚାହୁଁନି କିଛି ସାର୍ବଜନୀନ କରିବା ପାଇଁ। ତେବେ ବାପା ପୁଅଙ୍କର ଏମିତି କୋଳି ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ସବୁ ସୋସିଆଲ ମିଡିଆରେ ଟ୍ରେଣ୍ଡରେ ଅଛି ରବୀନ୍ଦ୍ର ଜାଡେଜା ଓ ତାଙ୍କ ବାପାଙ୍କ କୋଳି।ତେବେ ଜାଣିବାକୁ ବାକି ରହିଲା ଏ ଘଟଣାର ମୋଡ଼ କେଉଁ ଆଡ଼କୁ ଯାଉଛି।