“ମୁଁ ତାଙ୍କର ପୁରା ଜନ୍ମ କୁଣ୍ଡଳୀ ଧରିଛି । ସେ ସମ୍ପୂର୍ଣ୍ଣ ମିଛ ଅଭିଯୋଗ ଆଣିଛନ୍ତି ..ମୁଁ ତାଙ୍କ ଉପରେ ଆକ୍ରମଣ କରିନି” : ଗଜପତି।
ବର୍ତ୍ତମାନ ସମୟରେ ଚର୍ଚ୍ଚାର ପରିସରକୁ ଆସିଛି ଗଜପତି ଏବଂ ରାଣୀ ପ୍ରିୟଦର୍ଶିନୀଙ୍କ କଳି । ଆଜ୍ଞା ହଁ ଏହି ସମ୍ବନ୍ଧରେ ନିକଟରେ ଏକ ସାକ୍ଷାତକାର ଦେଇ ଗଜପତି କହିଛନ୍ତି ପ୍ରକୃତରେ କଥା ହେଲା ଯେ ସେ ଯେଉଁ ମିଛ ଟା କହୁଛନ୍ତି ମିଛ ଟା ମଧ୍ୟ ମିଛ କହିଲା ଭଳିଆ କୁହନ୍ତୁ । କାରଣ ଓଡ଼ିଶାବାସୀ ମଧ୍ୟ ଜାଣିଛନ୍ତି କିଏ ସତ କହୁଛି ଆଉ କିଏ ମିଛ କହୁଛି । ଯେଉଁ ଲୋକର ଭେଲ୍ୟୁ ନଥାଏ ସେଇ ଲୋକ ହିଁ ଆସିକି ରୋଡ଼ ମଝିରେ କାଉ କାଉ ହେଉଥାଏ । ହେଲେ ଭୋକିଲା କୁକୁର କେବେ କାମୁଡେ ନାହିଁ ଆଉ ସେ ହେଉଛନ୍ତି ଗଜପତି ଡରିବା ଲୋକ ନୁହେଁ ।
ଗତପତି ଆହୁରି ମଧ୍ୟ କହିଛନ୍ତି ସେ ଯେଉଁଠି ଅଛନ୍ତି ତାଙ୍କ ଜାଗାରେ ଅଛନ୍ତି । ଆଜିକୁ ୫ରୁ ୭ ଦିନ ହେଲାଣି ତାଙ୍କ ପାଖରେ ସମୟ ନାହିଁ । ୨ଟି ଡ୍ରେସ୍ ପିନ୍ଧି ଭିଡ଼ିଓ କରିଛନ୍ତି ଡ୍ରେସ୍ ସଫା କରିବା ପାଇଁ ମଧ୍ୟ ଟାଇମ୍ ହେଇନି ଏତେ କାମ ପ୍ରେସର୍ ମଧ୍ୟରେ ରହିକି । ସୁଟିଂକୁ ଯିବେ ଆସିଲେ ତାକୁ ଏଡିଟିଂ କରନ୍ତି କେମିତି କଣ ଜିନିଷ ଚାଲିବ ଷ୍ଟାଫ୍ ମାନଙ୍କ ସହ ଆଲୋଚନା କରିବା । ସେ ତେଣୁ ଏସବୁ ଥାର୍ଡ କ୍ଲାସ୍ କଥାକୁ ବିଲକୁଲ ମାଇଣ୍ଡ କରନ୍ତି ନାହିଁ
ତେବେ ଆହୁରି ମଧ୍ୟ ଗଜପତି କହିଛନ୍ତି ସେ ଯେଉଁ ଆଲିଗେସନ୍ ଲଗାଇଛନ୍ତି ଆମ ଦେଶର ଆଇନ୍ ଏତେ ଅନ୍ଧ ଛୋଟା ନୁହେଁ ଯେ ଭାଡୁଆମି ଫାଲତୁ କଥାବାର୍ତା ଜାଣି ପାରିବେନି । ଆଉ ତାର ପ୍ରତ୍ୟେକ କଥା ଯଦି ଦେଖିବେ ଇଣ୍ଡିକେଟ କରି କହିଥିବ ରାଣୀ ପଣ୍ଡାକୁ । ଆହୁରି ସେ କହିଛନ୍ତି ରୋଷ୍ଟିଂ ହେଉଛି ଘରର କବାଟ । ଯଦି ତୁମେ ତୁମ ସୀମା ବାହାରକୁ ଗଲ ୟେ ରୋଷ୍ଟିଂ ବାଲା କବାଟ ଧରି ମାଡ଼ି ବସିବେ । ୟେ ରୋଷ୍ଟିଂ କେବେ ବନ୍ଦ ହେବନି ।
ବନ୍ଦ ସେବେ ହେବ ଯେବେ ତୁମ ନଙ୍ଗଳା ନାଚ ଆଉ ଭାଷା ବନ୍ଦ ହେବ । ଆହୁରି ମଧ୍ୟ ସେ କହିଛନ୍ତି ଯଦି ଆପଣ ସୋସିଆଲ ମିଡ଼ିଆରେ ଆକ୍ଟିଭ ରହିଛନ୍ତି ତାହାଲେ ୪ଟା ଲୋକ ଭଲ କହିବେ ତୋ ୩ଟି ଲୋକ ମଧ୍ୟ ଖରାପ୍ କହିବେ । ତେଣୁ ସେଗୁଡିକୁ ଧରା ଯାଏନି । ସେ ଯେଉଁ ରାଣୀ ପ୍ରିୟଦର୍ଶିନୀ କହୁଛି ତାର ପ୍ରକୃତ ନାଁ ହେଉଛି ବାସନ୍ତି । ସେ ଗୋଟେ ରୂପାରାଣୀ କ୍ରିଏସନ୍ ଗୋଟେ କଣ କରିଛି ସେ ସେଇଥିରେ ଭିଡ଼ିଓ କଲା ପରେ ସେ ତା ନାଁ ବଦଳାଇ ରାଣୀ ପ୍ରିୟଦର୍ଶିନୀ କରିଛି । ସେ ଟୋଟାଲ ତାର ପୁରା ଜନ୍ମ କୁଣ୍ଡଳୀ ଧରିଛନ୍ତି କିନ୍ତୁ ସବୁତକ ଯଦି ମିଡ଼ିଆ ଆଗରେ କହିବେ ଗୋଟେ ଝିଅର ସବୁ ଇଜ୍ଜତ ମହତ ଚିପୁଡ଼ି ଦେଲା ପରେ ତା ପାଖରେ ଆଉ କିଛି ନଥିବ । ଶେଷରେ ସେ ମରିବ କି ହଜିବ ବୋଲି କହିଛନ୍ତି ଗଜପତି ।