କାହାକୁ ଖାତିର ନକରି ବିଧାନସଭା ଭିତରକୁ ଏମିତି ପଶିଗଲେ ବିଧାୟକ….ଯାହାକୁ ଦେଖି ସବୁ ହୋଇଗଲେ ଆଶ୍ଚର୍ଯ୍ୟ।

ବେକରେ ବୋମା ପକେଇ ଏମିତି କଲେ ବିଧାୟକ। ବେକରେ ପଡିଛି ମାଳ ମାଳ ବୋମା। କାହାକୁ ଖାତିର ନକରି ବିଧାନସଭା ଭିତରକୁ ପଶିଗଲେ।ଧଳା ପୋଷାକ ଉପରେ ବୋମା ଗୁଡିକ ପୁରା ଫୁଟିକି ଦେଖାଯାଉଛି। ହେଲେ ଭୟ ନକରି ଏମିତି କିଛି କରିଦେଇଛନ୍ତି ଏହି ବିଧାୟକ ଜଣକ। ସୁରକ୍ଷା ବଳୟ ମଧ୍ୟ ପୁରା ଆଶ୍ଚର୍ଯ୍ୟ ହୋଇଯାଇଥିଲା। ହଁ ଆଜ୍ଞା ବିଧାନସଭା ଆଗରେ ପୁଳା ପୁଳା ପୋଲିସ। ହେଲେ କେହି ମଧ୍ୟ ଅଟକାଇ ପାରିଲେ ନାହିଁ। ବେକରେ ବୋମା ପକାଇ ଯାଇ ବିଧାନସଭାରେ ପହଞ୍ଚିଗଲେ।

ଏଇ ବିଧାୟକ ଜଣକ ହେଉଛନ୍ତି କଂଗ୍ରେସର। ଆଉ ଏମିତି ସବୁ ଏଥିପାଇଁ ହୋଇଛି ଯାହାକୁ ଜାଣିଲେ ଆପଣ ମାନେ ବି ଆଶ୍ଚର୍ଯ୍ୟ ହୋଇଯିବେ।ଏ ହେଉଛନ୍ତି ମଧ୍ୟପ୍ରଦେଶର ବିଧାୟକ RK ଦହନେଇ। ଟିକେ ଏହିସବୁ ଫୋଟକୁ ଦେଖନ୍ତୁ। ବିଧାୟକ ଜଣକ ଧଳା ପୋଷାକ ପରିଧାନ କରିଛନ୍ତି। ଆଉ ଧଳା ପୋଷାକ ଉପରେ ରହିଛି ମାଳ ମାଳ ବୋମା। ଯାହାକୁ ଦେଖି ବିଧାନସଭାରେ ଉପସ୍ଥିତ ପ୍ରତିନିଧି ବ୍ୟକ୍ତି ଭୟଭୀତ ହୋଇଯାଇଥିଲେ।

ହେଲେ ପରେ ଜଣା ପଡିଥିଲା କି ଏହି ବିଧାୟକଙ୍କ ବେକରେ ପଡିଥିବା ବୋମା ଅସଲି ନୁହେଁ ନକଲି। ଏମିତି ସବୁ କେବଳ ଆନ୍ଦୋଳନ ପାଇଁ। ବିଧାନସଭା ଭିତରେ ବେକରେ ନକଲି ବୋମା ପକାଇ ଦେଇଥିଲେ ଧାରଣା। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।।ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି ବିଧାୟକ RK ଦହନେଇ।

ମଧ୍ୟପ୍ରଦେଶ ହର୍ତା ଜିଲ୍ଲା ସ୍ଥିତ ଏକ ବେଆଇନ ବାଣ କାରଖାନାରେ ଭୟାନକ ବିସ୍ଫୋରଣ ହୋଇଥିଲା। ଏଥିରେ ୧୧ ଜଣକ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୬୦ ଜଣ ଆହତ ହୋଇଥିଲେ। ପ୍ରାୟ ୫୦ ରୁ ଅଧିକ ଘର ଜଳି ଯାଇଥିଲା। ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତି କରାଯାଇଥିବା ୨୦ ରୁ ଅଧିକ ଆହତଙ୍କର ଅବସ୍ଥା ଉଦବେଗ ଜନକ ଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ଜଣାପଡିଛି। ଏହି ବିସ୍ଫୋରଣ ଘଟଣାରେ ରାଜ୍ୟ ସରକାର ଜିଲ୍ଲାପାଳ ଋଷିଗୋଡ଼ଙ୍କୁ ବଦଳି କରିବା ସହିତ SP ସଞ୍ଜିତ କୁମାରଙ୍କୁ ଗୋପାଳ ମୁଖ୍ୟ କାର୍ଯ୍ୟାଳୟକୁ ବଦଳି କରିଛନ୍ତି।ତେବେ ଏହି ବିସ୍ଫୋରଣକୁ ନେଇ ପ୍ରତିବାଦ କରିଥିଲେ କଂଗ୍ରେସ ବିଧାୟକ RK ଦହନେଇ।

Leave a Reply

Your email address will not be published. Required fields are marked *