ସନ୍ଦୀପଙ୍କ ସହିତ ନିଜ ବାହାଘର ପୂର୍ବରୁ ହଳଦୀରେ ପରୀ ଭଳି ଦିଶୁଛନ୍ତି ଶ୍ରଦ୍ଧା ପାଣିଗ୍ରାହୀ।
ବାଡ଼ୁଅ ପାଣିରେ ଗାଧୋଉଛନ୍ତି ଆଉ ଦେହରେ ଲାଗିଛି ହଳଦୀ । ଆଉ ତାପରେ କନିଆଁ ବେଶରେ ସଜେଇ ହୋଇ ଶାଶୂ ଘରକୁ ଚାଲି ଯାଇଛନ୍ତି । ଆଜ୍ଞା ହଁ ୟେ ହେଉଛନ୍ତି ଓଡ଼ିଆ ଧାରାବାହିକର ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ । ହଳଦୀ ରସମରେ କିଭଳି ପରୀ ଭଳି ଦେଖା ଯାଉଛନ୍ତି ଟିକିଏ ଦେଖନ୍ତୁ । କଥାରେ ଅଛି ବାଡ଼ୁଅ ହଳଦୀ ଦେହରେ ଲାଗିଲେ ଝିଅମାନେ ଅଧିକ ସୁନ୍ଦର୍ ଲାଗନ୍ତି । ଠିକ୍ ସେମିତି ଏବେ ସରଗରୁ ଓହ୍ଲାଇ ଆସିଲା ଭଳି ପରୀଟେ ଭଳି ଦେଖା ଯାଉଛନ୍ତି ଶ୍ରଦ୍ଧା ପାଣିଗ୍ରାହୀ ।
ବାହାଘର ପୂର୍ବରୁ ହୋଇଛି ଶ୍ରଦ୍ଧାଙ୍କ ହଳଦୀ ରସମ୍ । ପରିବାର ଠାରୁ ସାଙ୍ଗସାଥୀ ସମସ୍ତେ ମିଶି ଶ୍ରଦ୍ଧାଙ୍କୁ ହଳଦୀ ପାଣିରେ ଗାଧୋଇ ଦେଇଛନ୍ତି । ଯାହା ସବୁ ଗୋଟେ ଝିଅ ଜୀବନରେ ଖୁସିର ମୁହୂର୍ତ୍ତ ହୋଇଥାଏ । ସେଇ ମୁହୁର୍ତ ଶ୍ରଦ୍ଧାଙ୍କ ଜୀବନରେ ମଧ୍ୟ ଆସିଛି । ତେବେ ବନ୍ଧୁଗଣ ଶେଷରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଶ୍ରଦ୍ଧା ପାଣିଗ୍ରାହୀ । ଅଭିନୟରେ ସମସ୍ତଙ୍କୁ ବାନ୍ଧି ରଖୁଥିଲେ ଏବେ ନିଜେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ହଳଦୀ ରସମ ସରିବା ପରେ କନିଆଁ ବେଶରେ ସଜେଇ ହେଇଥିଲେ ଶ୍ରଦ୍ଧା।
ବହୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ହାତକୁ ଦି ହାତ ହୋଇଛନ୍ତି ଆପଣଙ୍କ ପ୍ରିୟ ସିରିଏଲ୍ ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ । ଆଉ ନିଜ ସାତ ଜନ୍ମର ଜୀବନସାଥୀ ରୂପେ ସେ ବାଛିଛନ୍ତି ସନ୍ଦୀପ୍ ପଣ୍ଡାଙ୍କୁ । ଏବେ ଆଉ ଏକା ଏକା ନୁହେଁ ଏବେ ଦୁହେଁ ହାତ ଧରାଧରି ହୋଇ ଜୀବନର ରାସ୍ତାରେ ଚାଲିବେ । ସୁଖ ଦୁଃଖର ସାଥୀ ହେବେ ଶ୍ରଦ୍ଧା ଏବଂ ସନ୍ଦୀପ ।
ତେବେ ସୂଚନାଯୋଗ୍ୟ ସନ୍ଦିପ ପଣ୍ଡା ହେଉଛନ୍ତି ଜଣେ ସୁନ୍ଦର୍ କଣ୍ଠଶିଳ୍ପୀ । ଅନେକ ଓଡ଼ିଆ ଗୀତରେ ସେ କଣ୍ଠଦାନ କରିଛନ୍ତି । ପ୍ରଥମେ ପ୍ରେମ ଓ ଏବେ ବିବାହ କରିଛନ୍ତି ଅଭିନେତ୍ରୀ ଶ୍ରଦ୍ଧା ଓ ଗାୟକ ସନ୍ଦିପ । ତେବେ ବିବାହ ପରେ ଜୀବନସାଥୀଙ୍କ ସହ ନିଜ ଇନଷ୍ଟାଗ୍ରାମରେ ଆକାଉଣ୍ଟ୍ ରେ ସୁନ୍ଦର ସୁନ୍ଦର୍ ଫୋଟ ସେୟାର କରିଛନ୍ତି ଅଭିନେତ୍ରୀ ଶ୍ରଦ୍ଧା । କହି ରଖିବୁ ଯେ ବିବାହ ଫୋଟରେ ପିଙ୍କ କଲ୍ ର ଶାଢୀ ରେ ଖୁବ ସୁନ୍ଦର ଦିଶୁଛନ୍ତି ଶ୍ରଦ୍ଧା । ଆଉ ସନ୍ଦିପ ମଧ୍ୟ ଅଫ ହ୍ୱାଇଟ କୁର୍ତ୍ତା ସହ ପିଙ୍କ କଲର ଟ୍ରାଉଜରରେ ନଜର ଆସିଛନ୍ତି ।