ଚୌଦ୍ଵାର ଥା-ନାରେ ହୋମଗାର୍ଡ ଥିଲି ଏବେ ରାସ୍ତାରେ ଭିକ ମାଗୁଛି

କିଛି ସମୟ ଆଗରୁ ଆଶ୍ରମରେ ଥିବା ଭାଈଙ୍କ ସହିତ ମୁଁ କଥା ହେଉଥିଲି ରାହୁଲ ଭାଈ। ଯିଏକି ଏହି ବୃଦ୍ଧ ମହିଳା ଜଣଙ୍କୁ ଉଦ୍ଧାର କରିଛନ୍ତି ଚୌଦ୍ଵାରରୁ। ଆପଣ ଏଇ ଅବସ୍ଥା ତାଙ୍କର ଦେଖି ପାରୁଥିବେ । ସେ କେତେ ସୁସ୍ଥ ଜୀବନ କାଟୁଛନ୍ତି ଆଶ୍ରମରେ। କିନ୍ତୁ କିଛିଦିନ ପୂର୍ବରୁ ମୁଣ୍ଡରେ ଜଟା ଥିଲା। ମଇଳା କପଡ଼ା ପିନ୍ଧୁଥିଲେ। ଆଉ ଗୋଟେ ଜଙ୍ଗଲରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଥିଲେ। ଲୋକ କୁହନ୍ତି କି ଯେ ସେ ପୋଲିସ୍ କନେଷ୍ଟବଳ ଥିଲେ। ଏମିତି କଣ ହେଇଗଲା ଯେ ମହିଳା ପୋଲିସ୍ କନେଷ୍ଟବଳ ଆସି ଆଜି ରାସ୍ତାରେ କାହିଁକି ରହିଲେ। ଏବଂ ଏମିତି ଗୋଟେ ଭିକାରୁଣୀ ହୋଇ କାହିଁକି ରହିଲେ।

କଥା ତ ସେ ହେଇ ପାରୁ ନାହାଁନ୍ତି। କିନ୍ତୁ ଆମେ ପୁଣିଥରେ ଚେଷ୍ଟା କରିବା । ଘର ହେଉଛି ଚୌଦ୍ଵାର। ଦଶ ଦିନ ହେବ ବାହାରିକି ଯିବି ବୋଲିକା ମୋର ଆଜି ଡାକରା ଆସିଲେ ମୁଁ ପଳେଇବି। ମୋତେ ଭଲ ଲାଗିବ କେଉଁଠୁ । ମୁଁ ଏଠି କଣ ଜାଣିଥିଲି,ମୋତେ ଆଣିକି ହଇରାଣ କଲ ମୁଁ ଯିବି କୁଆଡ଼େ। ମୋର ଡାକରା ଆସିଲେ ତ ମୁଁ ଯିବି। ଆଉ ରହିବିନି କଣ କରିବି। ମୋତେ ଝିଅ, ପୁଅ ସମସ୍ତେ ଭଲ ପାଉଥିଲେ। କାହିଁକି ମିଛ କହିବି।ପ୍ରତାପ ମୋ ପୁଅ ମୋତେ ନେବା ପାଇଁ ଆସିବ।

ସେ ଏବେ ହାଇକୋର୍ଟରେ ଅଛି। ମୋର କିଏ ଏଠି ଭଉଣୀ ଥିବ ମୁଁ ଜାଣେନି। ମୁଁ କାହା ଘରକୁ ଯାଉଛି ନା ଆସୁଛି ଯେ ଜାଣିବି। ମୁଁ ପରା ଗୋଟିଏ ଜାଗାରେ ବସିଛି। ମୁଁ ହୋମଗାର୍ଡ ଥିଲି ଚୌଦ୍ଵାର ଥାନାରେ। ମୁଁ ସେହି ଚୌଦ୍ଵାରରେ ରହୁଥିଲି। ଛୁଆ ଯାଇଛି କାମ କରିତେ । ଆଉ ଝିଅ ତା ଶାଶୁ ଘରେ। ପୁଅ ମୋର କାମ କରୁଛି କଲିକତା ହାୱଡା। ମୁଁ ପଇସା ମାଗଣି କରି ଖାଏ। ସେମାନେ ଦିଅନ୍ତି ନାହିଁ। ମୁଁ ମନା କରେ ପିଲା ମାନଙ୍କୁ। ମୋତେ ଦିଅନା ଦଉ ଦଉ ବିବାଦ ଅଛି। ରାସ୍ତାରେ ମୁଁ ଆଉ କଣ କରିବି ମାଗଣି କରି ଖାଏ। ପୁଅ ଚାକିରି କଲେ କଣ ଦଉଛନ୍ତି କି।

ମୁଁ ମନା କରିଛି ସେମାନଙ୍କୁ ଦେବାକୁ ନା। ଦେବେ କାହିଁକି ନେବେ କାହିଁକି। ଝିଅ ଜୋଇଁ ଆସନ୍ତିନି ମୋ ପାଖକୁ। ତାଙ୍କ କଥା ତାଙ୍କ ପାଖରେ ନା। ସମାନେ ଆସି ନାହାଁନ୍ତି। ମୋର ତ ଅବସ୍ଥା ଏହା ଦେଖୁଛନ୍ତି। କେହି ବି ପଚାରୁ ନାହାଁନ୍ତି ଝିଅ କି ପୁଅ ଥାଇ ଲାଭ କଣ। ଝିଅ ଜମାରୁ ବି ପଚାରିଲାଣି। ବୟସ କେତେ ମୁଁ କହି ପାରିବିନି। ପ୍ରତାପକୁ ଖବର ଦେଲେ ସେ ଆସି ମୋତେ ନେଇ ଯିବ ଚୌଦ୍ଵାରକୁ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ସେ କନେଷ୍ଟବଳ ଥିଲେ। ସେ ନିଜେ କହୁଛନ୍ତି ଯେ ସେ ହୋମଗାର୍ଡ ଥିଲେ। ସତ କଥା ତ ଭଗବାନ ଜାଣନ୍ତି ଆଉ ତାଙ୍କ ଭାଗ୍ୟ ଜାଣେ। ଏତିକି କହିବି ବାପା ମାଆଙ୍କୁ ଏମିତି ଅବସ୍ଥାରେ ଛାଡ଼ନ୍ତୁନି ଯେ ସେ ଯାଇ କୌଣସି ଜଙ୍ଗଳରେ ଜୀବନ କାଟିବେ।

Leave a Comment

Your email address will not be published. Required fields are marked *

Scroll to Top