ମୁହଁ ଖୋଲିଲେ ସାତ୍ୟକି ମିଶ୍ରଙ୍କ ସ୍ତ୍ରୀ,କହିଲେ ସେ ଚିହ୍ନି ପାରିଲେନି ମୁଁ ଡରିଗଲି

ସିଏ ଯେତେବେଳେ ନିଜକୁ ନିଜେ ସେ ବୁଝିଲେ। ତାପରେ ସେ ଲୋକମାନଙ୍କୁ ଆଭୋଏଡ୍ କଲେ। ରାସ୍ତାରେ,ଘାଟରେ ଯାହାକୁ ଦେଖିବେ। ଧୀରେ ଧୀରେ ମୁହଁରେ ମାସ୍କ୍ ଦେଇକି ରାସ୍ତାରେ ବାହାରିଲେ । ଆଉ ତାପରେ ଯାହାକୁ ଦେଖିଲେ ବାବା ତୁ ଗୁଟଖା ଖାଆନା। ମୁଁ ଧୈର୍ଯ୍ୟହରା ହେଇ ନଥିଲି। ସେମିତି କହି ପାରିବିନି।ଧୈର୍ଯ୍ୟହରା ହେଇ ଯାଇଥିଲି। କିନ୍ତୁ ମୁଁ ଜାଣିଥିଲି ଯେ ମୋତେ ତାଙ୍କୁ ସମ୍ଭାଳିବାର ଅଛି, ଘର ସମ୍ଭାଳିବାର ଅଛି। ମୋର ଛୁଆଙ୍କୁ ସମ୍ଭାଳିବାର ଅଛି। ତ ସେଠି ମୁଁ ଶୀଘ୍ର ଗୋଟେ ନିଷ୍ପତ୍ତି ନେଲି।

ଯେ ମୁଁ ଏଠି କଟକ, ଭୁବନେଶ୍ୱରରେ ଦେଖେଇବି ନା ବାହାରେ ଟ୍ରିଟମେଣ୍ଟ୍ କରିବି।ଯେତେବେଳେ କଟକ, ଭୁବନେଶ୍ୱରରେ ଦେଖେଇଲି, ସମସ୍ତେ ଯେତେବେଳେ ଫୋର୍ଥ୍ ଷ୍ଟେଜ୍ କ୍ୟାନ୍ସର କହିଲେ ମୁଁ ଟିକେ ସେତେବେଳେ ଅଧୈର୍ଯ୍ୟ ହୋଇ ପଡ଼ିଥିଲି। ସାଙ୍ଗମାନଙ୍କୁ ପଚାରିଥିଲି। ମୋର ଫ୍ୟାମିଲି ମେମ୍ବରସ୍, ମୋର ଶଶୁର ସମସ୍ତଙ୍କ ସାଥିରେ କାଉନ୍ସିଲିଂ କଲା ପରେ ସେମାନେ ମୋତେ ଯାହା କହିଲେ ଯେ ମୁଁ ତାଙ୍କୁ ଇମିଡିଏଟଲି ନେଇକି ଦିଲ୍ଲୀ ଆପୋଲୋ ଚାଲି ଯାଇଥିଲି।

ଆପୋଲୋରେ ବହୁତ୍ ଭଲ ଟିମର ଡାକ୍ତର ଅଛନ୍ତି। ଡା.ଅନିଲ ଡିକୁ ଯିଏକି ଅଲ୍ ଇଣ୍ଡିଆର ବେଷ୍ଟ ଅଙ୍କୁଶ ସର୍ଜନ। ସିଏ ସର୍ଜରୀ କରିଥିଲେ। ତାପରେ ସର୍ଜରୀ ସତର ଅଠର ଘଣ୍ଟାର ଥିଲା। ବହୁତ୍ ଡିଫିକଲ୍ଟ ଥିଲା। କ୍ରିଟିକାଲ୍ ସିଚୁଏସନରେ ଥିଲେ। ଅଠର ଦିନ ଆଇ.ସି.ଇଉ. ରେ ରହିଲେ।ସେତେବେଳେ ଭେଣ୍ଟିଲେଟର ଚାଲିଥାଏ। ସେ ଚିହ୍ନି ପାରୁ ନଥାନ୍ତି ମୋତେ। ମାନେ ସିଚୁଏସନ୍ ବହୁତ୍ ଖରାପ ଥିଲା। କିନ୍ତୁ ଭଗବାନଙ୍କ ଦୟାରୁ ଆଉ ମୋ ଆତ୍ମ ବିଶ୍ୱାସ ଥିଲା ।

ତାଙ୍କୁ ମୁଁ କେବଳ ଗୋଟିଏ ଜିନିଷ କହିଥିଲି ତୁମେ ଜମା ଡରିବନି, ଖାଲି କହିବ ମୁଁ ଠିକ୍ ହେଇଯିବି। ଡ଼ା. ତପସ୍ଵିନୀ ପ୍ରଧାନ ସେ ଜଣେ ଥିଲେ ଆମ ଓଡ଼ିଆ ଡାକ୍ତର। ସେ ବହୁତ୍ ଭଲ ଥିଲେ। ସେ ଆମକୁ ମେଣ୍ଟାଲି ବହୁତ୍ ସପୋର୍ଟ କରିଥିଲେ। ଡ଼ା. ଦାସ ବି ଅଛନ୍ତି ଜଣେ ଦିଲ୍ଲୀ ଆପୋଲୋରେ। ଓଡ଼ିଶାରୁ ଯେଉଁମାନେ ଯାଆନ୍ତି ସ୍ପେସିଆଲି ସେମାନଙ୍କୁ ସପୋର୍ଟ କରନ୍ତି।

ଅଠର ଦିନ ଆଇ.ସି.ଇଉ. ରୁ ଆସିଲା ପରେ ପୋଷ୍ଟ୍ ସିଚୁଏସନ୍ ଯେତେବେଳେ ଆମେ ଫେସ୍ କଲୁ ସେତେବେଳେ ଡ଼ା. ସଞ୍ଜୟ ମିଶ୍ର ଓଡ଼ିଶାର ଆଉ ଡ଼ା. ଚିନ୍ମୟ ପାଢ଼ୀ ଦୁଇଜଣ ଯାକ ଆମକୁ ରେଡ଼ିଏସନ୍ ଆଉ କେମୋ ପାଇଁ ହେଲ୍ପ କରିଥିଲେ।ରେଡ଼ିଏସନ୍ ଆଉ କେମୋ ନେଲା ପରେ ପ୍ରୋପର ଯେମିତି ଖାଇବା ପିଇବା ତାକୁ ଧ୍ୟାନ ରଖିବାକୁ ପଡ଼ିଲା।ପ୍ରୋପର ଟାଇମରେ ମେଡ଼ିସିନ ନେବା ,ଲାଇଫ ଷ୍ଟାଇଲକୁ ଠିକରେ କରିବା । କିନ୍ତୁ ତା ଭିତରେ ଗୋଟେ ଭୁଲ୍ କଣ ହେଇଗଲା ନିହାତି ଭାବରେ ଏକ୍ସରସାଇଜ କରିବା କଥା। ସିଏ କଣ କଲେ ଯେହେତୁ ଗୋଟେ ଆର୍ଟିଷ୍ଟ୍ ସିଏ ପବ୍ଲିକକୁ ଫେସ୍ କରିବେନି। ସେଥିପାଇଁ ସେ ଘରୁ ବାହାରିଲେନି। ଘର ଭିତରେ ଚୁପ୍ ହେଇକି ରହିଗଲେ। ମୁଁ କହିବାକୁ ଚାହୁଁଛି ଯେ ଡରିବାର କାରଣ ଅଛି ଯେ କିଛି ନାହିଁ।

କାରଣ କ୍ୟାନ୍ସର ଯେ ଗୋଟେ ଆମେ ପାପ କରିଛେ ତ ଆମକୁ କ୍ୟାନ୍ସର ହେଇନି ତ କ୍ୟାନ୍ସର ଗୋଟେ ରୋଗ। ତାକୁ ଆମେ ହରେଇବା, ନିଜେ କାଇଁ ହାରିଯିବା। ତ ସିଏ ଧୀରେ ଧୀରେ ପବ୍ଲିକକୁ ଫେସ୍ କଲେ। ତାପରେ ଘରୁ ବାହାରକୁ ବାହାରିଲେ। ରାସ୍ତାରେ ଯାହାକୁ ଦେଖିଲେ ବାବା ତୁ ଗୁଟଖା ଖାଆନା, ବାବା ତୁ ସିଗାରେଟ ଖାଆନା। ଦେଖ ମୋର ଯେମିତି ହେଇଛି ତୋର ବି ସେମିତି ହେଇଯିବ। ତୁ ସେମିତି କରନା। ତୋ ଘର କଥା ଭାବେ, ତୋ ପରିବାର କଥା ଭାବେ।

ଯିଏ ନିଜ ଘର କଥା ଭାବିବ, ଯିଏ ନିଜ ପରିବାର କଥା ଭାବିବ ସେ କେବେ ହେଲେ ତ ଗୁଟଖା ଖାଇବନି। ମୁଁ ଅନୁରୋଧ କରିବି ‘ୱାର୍ଲ୍ଡ କ୍ୟାନ୍ସର ଡେ’ରେ ଭଗବାନ କରନ୍ତୁ କାହାକୁ କ୍ୟାନ୍ସର ନ ହଉ। ଯଦି ବି ହେଇଛି ଡରନ୍ତୁନି। ଡାକ୍ତରଙ୍କ ପାଖକୁ ଯାଆନ୍ତୁ। ପ୍ରୋପର ଡାଇଗ୍ନୋସିସ୍ କରନ୍ତୁ ଆଉ ପ୍ରୋପର ମେଡ଼ିସିନ ନିଅନ୍ତୁ। ଦରକାର ପଡିଲେ ଅପରେସନ ହବ। ତାପରେ ଉପରବାଲା ଅଛନ୍ତି, ରଖିଲେ ରଖିବେ, ମାରିଲେ ମାରିବେ। କିନ୍ତୁ ଆମେ ନିଜେ ହାରିଯିବାନି। ଆମେ କ୍ୟାନ୍ସରକୁ ହରେଇବା, ନିଜେ ଜିତିବା।

Leave a Reply

Your email address will not be published. Required fields are marked *