ସତ କହିଲେ ମହିଳା, ମୋ ଛାତି ଓ ଅଣ୍ଟାକୁ….କଲେ ଡାକ୍ତର। ସେଥିପାଇଁ ଡାକ୍ତରକୁ ବହେ ସେକିଲି।
ସେ ଡାକ୍ତରବାବୁ ମୋ ଛାତିକୁ ଧରି ପକାଇଲା ଅଣ୍ଟାକୁ ଜାବୁଡି ଧରି ବହୁତ ମିସବିହେବ କରିଲା। ମୁଁ ମୂର୍ଖ ମୋ ଜାତିକୁ ନେଇ ବହୁତ ଆକ୍ଷେପ କରିବା ସହ ବହୁତ ଖରାପ ଭାଷାରେ ମୋତେ ଗାଳି ଗୁଲଜ କଲା। ଆପଣ କୁହନ୍ତୁ ମୁଁ କେମିତି ସହି ଥାଆନ୍ତି। ମୋର ଦୋଷ ବା କ’ଣ? ଗୋଟେ ମା’ ହିସାବରେ ମୋ ଝିଅର ଆତ୍ମାକୁ ନ୍ୟାୟ ଦେବା କ’ଣ ମୋର ଦାୟିତ୍ୱ ନୁହେଁ। ମୋ ଝିଅ କେମିତି ମଲା ତାକୁ ମାରିକି କାହିଁକି ତା ମୁଣ୍ଡରେ ଅଠା ବୋଳାଯାଉଛି ଏ କଥା ପଚାରିବା କ’ଣ ଗୋଟେ ମା’ ହିସାବରେ ମୋର ଅଧିକାରୀ ନାହିଁ। ଏମିତି କିଛି କହି ମା’ ଟି ଆଜି ଥାନାର ଦ୍ୱାରସ୍ତ ହୋଇଛି।
ଆଉ ତାକୁ ଆଉ ତା ଝିଅକୁ ନ୍ୟାୟ ଦେବା ପାଇଁ ଦାବି କରିଛି।ହଁ ଆଜ୍ଞା ଗଜପତି ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସଳୟ କେନ୍ଦ୍ରରେ ଡାକ୍ତରଙ୍କୁ ମାଡ଼ ମାରିବା କଥା ଆପଣ ମାନଙ୍କର ମନେ ଥିବ ନିଶ୍ଚୟ। କିଭଳି ଭାବରେ ଜଣେ ମହିଳା ଲାଇନରେ ଛିଡା ହୋଇ ଡାକ୍ତରବାବୁଙ୍କ ପାଖରେ ପହଞ୍ଚିଥିଲେ। ଡାକ୍ତରବାବୁ ଜଣକ ସନ୍ତୋଷଜନକ ଭାବରେ ଉତ୍ତର ନଦେବାରୁ ମହିଳା ଜଣକ ରାଗି ଯାଇ କିଭଳି ଭାବରେ ତାଙ୍କୁ ନିର୍ଧୁମ ମାଡ଼ ମାରିଥିଲେ। ଡାକ୍ତରଙ୍କୁ ଛେଞ୍ଚି ପକାଇଥିଲେ ମହିଳା। ନିଶ୍ୱାସ ମାରିବାକୁ ବି ସମୟ ଦେଇନଥିଲେ। ଡାକ୍ତର ଯୁଆଡେ ଯୁଆଡେ ଯାଉଥିଲେ ମହିଳା ତାଙ୍କୁ ଗୋଡ଼ାଇ ଗୋଡ଼ାଇ ମାରୁଥିଲେ। ପୁଣି ହାତରେ ନୁହେଁ ପାଦରେ ପିନ୍ଧିଥିବା ଚପଲରେ ଆଖି ବୁଜି ପିଟିଚାଲିଥିଲେ।
ଡାକ୍ତରବାବୁ ଜଣକ ଯେତେ ଚିତ୍କାର କରିଥିଲେ ମଧ୍ୟ ତାଙ୍କ କଥା ଜମାବି ଶୁଣିନଥିଲେ ମହିଳା ଜଣକ। ଏ ଦୃଶ୍ୟ ଦେଖିବା ପରେ ଆପଣ ମାନେ ଭାବୁଥିବେ କି ମହିଳା ଜଣକ ଡାକ୍ତରଙ୍କ ସହ ଏମିତି ବ୍ୟବହାର କରୁଛନ୍ତି କାହିଁକି। କିନ୍ତୁ ପ୍ରକୃତ କାରଣ ହେଉଛି ଝିଅର ସନ୍ଦେହ ଜନକ ମୃତ୍ୟୁ ପରେ ତଦନ୍ତ ଚାଲିଥିଲା। ପୋଷ୍ଟମଟମ ରିପୋର୍ଟ ବି ଆସିଲା। ଆଉ ସେଥିରେ ସଠିକ ତଥ୍ୟ ନଦେବାରୁ ମା’ ଆପତ୍ତି କରିବା ସହିତ ଉତ୍ତର ମାଗିଥିଲା। ହେଲେ ପୋଷ୍ଟମୋଟମ କରିଥିବା ଡାକ୍ତରବାବୁ ଜଣକ ମା’ ର କଥା ଜମାବି ଶୁଣିନଥିଲେ। ଅଣଦେଖା କରି କୋର୍ଟରେ ଯାଇ ପଚାର ବୋଲି କହିଥିଲେ। ଯାହାକୁ ଶୁଣିବା ପରେ ମହିଳା ଜଣଙ୍କର ଦେହରୁ ରକ୍ତ ମୁଣ୍ଡକୁ ଉଠିଯାଇଥିଲା। ସେଥିପାଇଁ ସହି ପାରିନଥିଲା ମା’।
ଆଉ ମା’ ଯେ ତାର ସନ୍ତାନ ପାଇଁ ଦୁର୍ଗତି ନାସିନୀ ଆଉ କାଳୀ ରୂପ ଧାରଣ କରିପାରେ ଏ କଥା ହିଁ ତାର ସ୍ପଷ୍ଟ ଉଦାହରଣ। ମାତ୍ର ଆପଣ ମାନେ ଦେଖୁଥିବା ଏଇ ଦୃଶ୍ୟରେ ଏମିତି ବି କିଛି ଘଟଣା ରହିଛି ଯେଉଁଥିରେ ଏ ବିଚରା ମା’ କୁ ଏଇ ଦୁଇ ଡାକ୍ତର ମିଶି ଅସଦାଚରଣ କରିଛନ୍ତି। ତାର ଜାଗା ଅଜାଗାରେ ହାତ ମାରିବା ସହିତ ତାକୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଛନ୍ତି। ଜାହାକୁ ନେଇ ମହିଳା ଜଣଙ୍କୁ ବହୁତ କଷ୍ଟ ହୋଇଛି।ଏ କଥା ସବୁ ଗୋଟି ଗୋଟି କରି ମହିଳା ଜଣଙ୍କ କହୁଛନ୍ତି।
ଆଉ ଯେଉଁ ଘଟଣାକୁ ନେଇ ଡାକ୍ତରଙ୍କ ନାଁରେ ଅଭିଯୋଗ କରି ପାରଳାଖେମୁଣ୍ଡି ଥାନାରେ ଦ୍ୱାରସ୍ତ ହୋଇଛନ୍ତି ଜେ ଏନବି ଛାତ୍ରୀ ସୌଦାମିନୀଙ୍କ ମା’। ନିଜ ଝିଅର ଶବ ବ୍ୟବଚ୍ଛେଦ ରିପୋର୍ଟ ବିଷୟରେ ପଚାରିବାକୁ ଯାଇଥିବାରୁ ତାଙ୍କୁ ଦୁଇଜଣ ଡାକ୍ତର ଗାଳି ଗୁଲଜ କରିବା ସହ ଜଣେ ଡାକ୍ତର ତାଙ୍କ ସମ୍ବେଦନଶୀଳ ଅଙ୍ଗକୁ ଛୁଇଁ ଥିଲେ ବୋଲି ଅଭିଯୋଗ କରିଛନ୍ତି।ସେପଟେ ପାରଳାଖେମୁଣ୍ଡି ପୋଲିସ ଅଭିଯୋଗ ପତ୍ର ଗ୍ରହଣ କରି ତଦନ୍ତ ଆରମ୍ଭ କରିଛି। କିନ୍ତୁ ଅଭଯୋଗକୁ ପଞ୍ଜିକୃତ କରିନାହିଁ।