“ମୁଁ ଭାଷା କହିଲେ ଯଦି ପିଲା ଖରାପ ହେଉଛନ୍ତି, ତା’ହେଲେ ତୁମ ଛୁଆଙ୍କୁ ମୋବାଇଲ୍ ଫୋନ୍ ଦିଅନି” : ରାଣୀ ପଣ୍ଡା ।

ବନ୍ଧୁଗଣ ଆପଣମାନେ ସମସ୍ତେ ଯାତ୍ରା ଜଗତର ମହାନ୍ କଳାକାର ତଥା ବିବାଦୀୟ ରାନୀ ପଣ୍ଡାଙ୍କୁ ନିଶ୍ଚୟ ଜାଣିଥିବେ । ସେ ଜଣେ ମହାନ୍ କଳାକାର ସହିତ ଜଣେ ବହୁତ ଭଲ ମଣିଷ ମଧ୍ୟ ଅଟନ୍ତି । ସାରା ଓଡ଼ିଶାରେ କିଛି ନା କିଛି କଥାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ଅଭିନେତ୍ରୀ ରାଣୀ ପଣ୍ଡା । ତାଙ୍କର ଭଲ କାମ ହେଉ କି ଖରାପ କାମ ସବୁବେଳେ ଆଲୋଚନାର ବିଷୟ ପାଲଟିଥାଏ । ଆଉ ବର୍ତ୍ତମାନ ସମୟରେ ତାଙ୍କ ସହିତ ଏକ ସାକ୍ଷାତକାର ସମୟରେ ନିଜ ବିଷୟରେ ଖୋଲି କହିଛନ୍ତି ରାଣୀ ପଣ୍ଡା । ଆଜ୍ଞା ହଁ ବନ୍ଧୁଗଣ କଥାବାର୍ତ୍ତା ସମୟରେ ତାଙ୍କୁ ପଚରା ଯାଇଥିଲା ଲୋକମାନେ ଯେତେବେଳେ କୁହନ୍ତି ଗୋଟେ ଝିଅର ଚରିତ୍ର ଉପରେ ପ୍ରଶ୍ନ ଉଠାନ୍ତି ସେ ଝିଅକୁ ବାଧେ ।

ଆଉ ରାଣୀ ପଣ୍ଡା କିପରି ଏହାସହ ଡ଼ିଲ କରନ୍ତି । ଏହାର ଜବାବ୍ ରେ ରାଣୀ ପଣ୍ଡା ଉତ୍ତର ଦେଇଥିଲେ । ନିହାତି ଭାବରେ ସମସ୍ତଙ୍କ ବ୍ୟକ୍ତିଗତ ଜୀବନ ଅଛି, ଆଉ ତାକୁ ନେଇକି ଲୋକେ ଏପଟ ସେପଟ କଥା କହିଲେ ବହୁତ୍ ବାଧିବ । ସେ ଭି ଜଣେ ବ୍ରାହ୍ମଣ ଘରର ଝିଅ ତାଙ୍କର ମଧ୍ୟ ପରିବାର ଅଛି ।

ତେଣୁ ସେ କେବେ ଚାହାଁନ୍ତି ନାହିଁ ଅଶ୍ଳୀଳ ଭାଷା କହିକି ନିଜର ଇଜ୍ଜତକୁ ତଳେ ପକାଇବାକୁ କିନ୍ତୁ ସେ କରିବେ କଣ ଆଉ ସେ ବହୁତ୍ ଚେଷ୍ଟା କରନ୍ତି ଚୁପ୍ ଚାପ୍ ରହିବାକୁ କିନ୍ତୁ ଯାତ୍ରା ଜଗତର କିଛି ଲୋକ ତାଙ୍କୁ ରହିବାକୁ ଦେଉନାହାନ୍ତି । ଗୋଟେ ସହିବାର ସୀମା ଥାଏ ଆଉ ସେଇଟା ପାରେଇ ଗଲେ ଜଣେ ହିଂସ୍ର ପାଲଟିଯିବ ବୋଲି ରାଣୀ କହିଛନ୍ତି । ତେବେ ରାଣୀ ପଣ୍ଡା ରୋଜଗାର କେତେ କରୁଛନ୍ତି ବୋଲି ପ୍ରଶ୍ନରେ ରାଣୀ ଉତ୍ତର ଦେଇଥିଲେ ଯେ ସେ ପର୍ ଷ୍ଟେଜରେ ୬୦ ହଜାର ଟଙ୍କା ଆଣନ୍ତି । ଗାଡ଼ି ପାଇଁ ୧୦ ହଜାର ଆଉ ପେମେଣ୍ଟ ଆକାରରେ ୫୦ ହଜାର ଆଉ ସେଥିରୁ ଅଧା ମଧ୍ୟ ସେଇଠି ଡୋନେସନ୍ କରିଦିଅନ୍ତି । ବାକି ଯତ୍ରାରୁ ଯେଉଁ ପଇସା ସେ ଇନକମ୍ କରନ୍ତି ସବୁ ଦାନ କରିଦିଅନ୍ତି । ନିଜ ପାଇଁ ସେ କିଛି କରିନାହାନ୍ତି ।

ଖାଇବା ପିଇବା ଚଳିବା ପାଇଁ ତାଙ୍କର ମାସକୁ ଦରକାର ଲକ୍ଷେ ଟଙ୍କା । ଯଦି ସେ ୩ ଲକ୍ଷ ଟଙ୍କା ଇନକମ୍ କରନ୍ତି ତାହେଲେ ନିଜ ପାଇଁ ଲକ୍ଷେ ରଖି ବାକି ସବୁ ଡନେସନ୍ ଦେଇ ଦିଅନ୍ତି । ଗୋଟେ ପିଲା ଠାରୁ ୨୫ ଲକ୍ଷ ଆଣିଥିଲେ ତାକୁ ୧୦ ଲକ୍ଷ ଦେଇଛନ୍ତି ଆହୁରି ୧୫ ଲକ୍ଷ ଟଙ୍କା ବାକିଅଛି ତାକୁ ସୁଝିନାହାଁନ୍ତି ଏପର୍ଯ୍ୟନ୍ତ । ସମୟ ସୁବିଧା ଦେଖି ଧୀରେ ଧୀରେ ସୁଝିବେ ବୋଲି କହିଛନ୍ତି ରାଣୀ ।

Leave a Comment

Your email address will not be published. Required fields are marked *

Scroll to Top