”ଯିଏ ଟଙ୍କା ଦେବ ଆମେ ତାଙ୍କ ଦଳ ପାଇଁ ପ୍ରଚାର କରିବୁ” : ଯାତ୍ରା ଅଭିନେତା ଦୈତାରୀ ପଣ୍ଡା।

ବନ୍ଧୁଗଣ ସାଧାରଣ ନିର୍ବାଚନ ପାଖେଇ ଆସୁଛି । ଆଉ ଠିକ୍ ଏତିକି ବେଳେ ରାଜନୀତିରେ ସାମିଲ ହୋଇଛନ୍ତି ଯାତ୍ରା କଳାକାର ଏବଂ ତାଙ୍କ ଟିମ୍ । ହଁ ବନ୍ଧୁଗଣ ସୂଚନା ମୁତାବକ ଯାତ୍ରା ମଞ୍ଚରେ ଦର୍ଶକଙ୍କୁ ମୋହିତ କରୁଥିବା କଳାକାରଙ୍କୁ ଏବେ ରାଜନୀତିର ମଞ୍ଚରେ ଦେଖିବାକୁ ମିଳିବ । ଯାତ୍ରା ଦୁନିଆର ପରିଚିତ ନାଁ ଦୈତାରୀ ପଣ୍ଡା, ବାପି ପଣ୍ଡାଙ୍କ ଭଳି କଳାକାର ବିଜେଡ଼ିରେ ଏବେ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାବମୂର୍ତି ତାଙ୍କୁ ରାଜନୀତି ଆଡକୁ ଟାଣି ଆଣିଛି । ମଞ୍ଚ ଉପରେ ଜୀବନ୍ତ ଅଭିନୟ କରି, ଦର୍ଶକଙ୍କୁ ବାନ୍ଧି ରଖିପାରୁଥିବା କଳାକାର, କାହାଣୀ ଅନୁସାରେ ଭୂମିକା ତୁଳାନ୍ତି । କେତେବେଳେ ନାୟକ, ତ ଆଉ କେତେବେଳେ ଖଳନାୟକ ।

କେତେବେଳେ ଖାକି ବର୍ଦ୍ଦି ପିନ୍ଧି ପୁଲିସ ଅଫିସର୍, ତ ଆଉ କେତେବେଳେ ଖଦି ପୋଷାକ ପିନ୍ଧି ରାଜନେତା । ଅଭିନୟ ଦୁନିଆରେ ବାସ୍ତବ ଚରିତ୍ରକୁ ଜିଉଁଥିବା ଦୈତାରି ପଣ୍ଡାଙ୍କୁ ରାଜନୀତିରେ ମଞ୍ଚରେ ଦେଖିବାକୁ ମିଳିବ । କାରଣ, ଯାତ୍ରା ଦୁନିଆର କିଛି ବଛା ବଛା କଳାକାର ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ଆଉ ଏହାପରେ ଆରମ୍ଭ ହୋଇଯାଇଛି ଏବେ ବିଭିନ୍ନ ପ୍ରକାରର ଚର୍ଚ୍ଚା ।

ଗୋଟାଏ ପଟେ ରାଣୀ ପଣ୍ଡା ଆଙ୍ଗୁଳି ଉଠାଇ କହୁଛନ୍ତି ତାଙ୍କ ଭୟରେ ଦୈତାରି ପଣ୍ଡା ରାଜନୀତିରେ ପଶିଗଲେ ତୋ ଅନ୍ୟପଟେ ଦୈତାରି ପଣ୍ଡା କହୁଛନ୍ତି ଯେଉଁ ଦଳ ତାଙ୍କୁ ପଇସା ଦେବ ସେ ସେହି ଦଳକୁ ଯିବେ । ହଁ ଆଜ୍ଞା ଦର୍ଶକବନ୍ଧୁ ରାଜନୀତିରେ ପଶିବା ପରେ ମିଡ଼ିଆ ସାମ୍ନାରେ ବାଇଟ ଦେଇ ଦୈତାରି ପଣ୍ଡା କହିଛନ୍ତି ରାଜନୀତିରେ ମିଶିଛନ୍ତି ଦଳ ପାଇଁ କ୍ୟାମ୍ପେନିଂ କରୁଛନ୍ତି କେବଳ ଅସହାୟ କଳାକାର ଭାଇ ଭଉଣୀ ମାନଙ୍କୁ ସାହାର୍ଯ୍ୟ କରିବାକୁ ଆଉ କଳାକାର ଭାଇ ମାନଙ୍କ ମଙ୍ଗଳ କରିବାକୁ । ଆହୁରି ପୁଣି କହୁଛନ୍ତି ତାଙ୍କୁ ଯେଉଁ ଦଳ ପଇସା ଦେବ ସେ ସେହି ଦଳକୁ ଯିବେ ଆଉ ତାହା ପାଇଁ କ୍ୟାମ୍ପେନିଂ କରିବେ ।

ତେବେ ଦୈତାରି ଆହୁରି ମଧ୍ୟ କହିଛନ୍ତି ଓଡ଼ିଶାର ଜଗନ୍ନାଥ ହେଉଛନ୍ତି ନବୀନ ବାବୁ । ଆଉ ସେ ହେଉଛନ୍ତି ସବୁ ଦଳର ଲୋକ । ପଇସା ଦେଇ ଅନ୍ୟ ଦଳ ଡ଼ାକିଲେ ମଧ୍ୟ ସେ ସେଠାକୁ ଯିବେ କ୍ୟାମ୍ପେନିଂ କରିବାକୁ । ଓଡ଼ିଶା ଯେଉଁ ଗର୍ବ କରେ ନିଜ କଳା ସଂସ୍କୃତିକୁ ନେଇ ତାକୁ ଆହୁରି ଉଜ୍ଜୀବିତ କରିବେ ।

Leave a Comment

Your email address will not be published. Required fields are marked *

Scroll to Top