କଣ ପାଇଁ ଯାତ୍ରା ଟେକ୍ନିସିଆନ ଭାଇ ମାନଙ୍କ ସହାୟତା ପାଇଁ ଆସିଲେନି ବଡ଼ ବଡ଼ ଯାତ୍ରାକଳାକାର।

ଧଉଳି ଗଣନାଟ୍ୟର ଟ୍ରକ ଲେଉଟିଲା। ୬ ଜଣଙ୍କର ମୃ-ତ୍ୟୁ ହେଲା। ଆଉ ତା’ପରେ ମାଲିକ ତ ଦୁରର କଥା ମ୍ୟାନେଜର ବି ପହଁଚିଲେ ନାହିଁ। ଆଉ ତାପରେ ଯେଉଁମାନେ ପହଁଚିଲେ ଯେଉଁମାନେ ସାହାର୍ଯ୍ୟର ହାତ ବଢ଼ାଇଲେ ସେମାନଙ୍କୁ ଟିକେ ଏହି ଫୋଟରେ ଦେଖିନିଅନ୍ତୁ।

ଜଣେ ହେଉଛନ୍ତି ରାଣୀ ପଣ୍ଡା ଯାହାଙ୍କୁ ଖଣ୍ଡଗିରି ମନା ହୋଇଥିଲା। ଆଉ ଜଣେ ହେଉଛନ୍ତି ରାଣୀ ପ୍ରିୟାଦର୍ଶନୀ ଯିଏ ଅଶ୍ଳୀ-ଳତାର ନାଚ କରନ୍ତି ବୋଲି ଅନେକ ଥର ସମାଲୋଚନାର ଶି-କାର ହୋଇଛନ୍ତି। ଆଉ ଜଣେ ହେଉଛନ୍ତି ନିଶା ମହାରଣା ଏଇ ୩ ଜଣଙ୍କ ମଧ୍ୟରୁ କିଏ ଭଲ କିଏ ଖରାପ କିଏ ମାଇଲେଜ ନେବା ପାଇଁ ଯାଉଛି କିଏ ସାହାର୍ଯ୍ୟ କରିବା ପାଇଁ ଯାଉଛି କିଏ ଫୋଟ ଉଠାଇବା ପାଇଁ ଯାଉଛି କିଏ ଅଳ୍ପ ସାହାର୍ଯ୍ୟ କରି ବେସି ପବ୍ଲିସିଟି ନେବା ପାଇଁ ଚାହୁଁଛି ତାହା ଆମେ ଏଠାରେ ଜଣେଇବା ପାଇଁ ଚାହୁଁନାହୁଁ। କେବଳ ଏତିକି କହିବା ପାଇଁ ଚାହୁଁଚୁ ଏମାନଙ୍କର ହୃଦୟ ଅଛି। ଏ ସମାଜ ତାଙ୍କୁ ଯେଉଁ ଆଖିରେ ଦେଖୁ ନାଁ କାହିଁକି ଏ ସମସ୍ତଙ୍କ ପାଖରେ ଗୋଟିଏ ଗୋଟିଏ ହୃଦୟ ଅଛି। କାରଣ ଏସବୁ ଦୃଶ୍ୟରୁ ବାରି ହେଉଛି।

କେହି କେହି କୁହନ୍ତି ଅସଲି ରାଣୀ ତ ହେଉଛି ରାଣୀ ପଣ୍ଡା। ରାଣୀ ପଣ୍ଡା ସମସ୍ତଙ୍କ ସୁଖ ଦୁଃ-ଖରେ ଛିଡା ହୁଅନ୍ତି। ସେ ସହିଦ ଦେବାଶିଷ ବିଶ୍ୱାଳ ହେଉନ୍ତି ଅବା କେଉଁ ଛୁଆ ତା ବାପା ମାଙ୍କୁ ହରାଇବା ହେଉ। ସମସ୍ତଙ୍କ ପାଖରେ ସବୁବେଳେ ଦୁଃ-ଖରେ ସୁଖରେ ଛିଡା ହୁଅନ୍ତି ରାଣୀ ପଣ୍ଡା। ଆଉ ଆଜି ଯେତେବେଳେ ରାଣୀ ପଣ୍ଡା ସେମାନଙ୍କ ପାଖରେ ଛିଡା ହୋଇଛନ୍ତି ତାଙ୍କ ପଛକୁ ପଛ ପହଞ୍ଚିଛନ୍ତି ରାଣୀ ପ୍ରିୟାଦର୍ଶନୀ ଏବଂ ତାଙ୍କ ପରେ ପହଞ୍ଚିଛନ୍ତି ନିଶା ମହାରଣା।

କେହି କେହି କୁହନ୍ତି ରାଣୀ ତ ଯାଇଛନ୍ତି ସାହାର୍ଯ୍ୟ କରିବା ପାଇଁ କିନ୍ତୁ ଏମାନେ ପଛେ ପଛେ ଯାଇଛନ୍ତି ପବ୍ଲିସିଟି ପାଇବା ପାଇଁ।ବନ୍ଧୁଗଣ ଏଠାରେ ଆମେ ଜଣେଇ ଦେବା ପାଇଁ ଚାହିଁବୁ ଯିଏ ଯୋଉଠି ପାଇଁ ଯାଉନା କାହିଁକି ଏମାନଙ୍କ ପାଖରେ ଗୋଟିଏ ବଡ଼ ହୃଦୟ ଅଛି ଏଥିରୁ ସ୍ପଷ୍ଟ ବାରି ହେଉଛି। ସମାଜ ଯେଉଁମାନଙ୍କୁ ଅଶ୍ଳୀ-ଳତାର ଠାପା ଦେଉଛି ସମାଜ ଏଠାକୁ ସେଠାକୁ ଯିବା ପାଇଁ ବାରଣ କରୁଛି ଯେଉଁମାନଙ୍କ ପାଇଁ କୁଆଡେ ସମାଜ ଖରାପ ହୋଇଯାଉଛି କିନ୍ତୁ ସେମାନେ ସମାଜର ଭଲରେ ମନ୍ଦରେ ସବୁଥିରେ ଛିଡା ହୁଅନ୍ତି। ସେ ବାହାନଗା ହେଉ ସେ ଦେବାଶିଷ ବିଶ୍ୱାଳ ହେଉ ଏମିତି ଅନେକ କଥା କ’ଣ। ନିଜ ସାମର୍ଥ୍ୟ ଅନୁସାରେ ସାହାର୍ଯ୍ୟ କରିଛନ୍ତି ଏମାନେ।

କିନ୍ତୁ ଅନେକ କ୍ଷେତ୍ରରେ ରାଣୀ ପଣ୍ଡାଙ୍କ କଥା ଅଲଗା। ରାଣୀ ପଣ୍ଡା ସତରେ ରାଣୀ। ସମସ୍ତଙ୍କ ହୃଦୟର ରାଣୀ। ଦୁଃ-ଖୀ ରଙ୍କିଙ୍କର ରାଣୀ। ଭୋକିଲା ଓ ଅଭାବୀ ମାନଙ୍କ ପାଇଁ ରାଣI। ସେ ହେଉଛନ୍ତି ରାଣୀ ପଣ୍ଡା ଏ କଥା ଆମେ ମନକୁ ମନ ଆପଣଙ୍କୁ ଜଣାଉନାହୁଁ ଏ କଥା ଏବେ ସମସ୍ତେ କହିଲେଣି। କାରଣ ରାଣୀ ଏବେ ସମସ୍ତଙ୍କ ହୃଦୟରେ ରାଜ କରୁଛନ୍ତି।

Leave a Comment

Your email address will not be published. Required fields are marked *

Scroll to Top