ଆମ୍ବାନୀ ନୁହେଁ କି ଆଦାନୀ ନୁହେଁ ଶ୍ରୀରାମ ମନ୍ଦିରକୁ ସବୁଠୁ ଅଧିକ ଟଙ୍କା ଦାନ କରିଛନ୍ତି ଏହି ବ୍ୟକ୍ତି ଜଣକ।

ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କର ପ୍ରାଣ ପ୍ରତିଷ୍ଠା ସରିଯାଇଛି। ଆଉ ଏବେ କଥା ଉଠୁଛି ଭାରତର ବା ପୁରା ବିଶ୍ଵରୁ କିଏ ସବୁଠାରୁ ଅଧିକ ଦାନ ଦେଇଛି ମନ୍ଦିରକୁ। ତେବେ ମଝିରେ କିଛି ଦିନ ଧରି ମୋରାରୀ ବାବୁଙ୍କ କଥା ଉଠୁଥିଲା। ଯିଏକି ୧୧ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଦେଇ ସବୁଠାରୁ ଶୀର୍ଷରେ ରହିଥିଲେ। ଆଉ ପୁଣି ଆମ୍ବାନୀ ଆଦାନୀଙ୍କ କଥା ଉଠୁଥିଲା ହେଲେ ମୁରାରୀ ବାବୁଙ୍କ ଉପରକୁ ଯାଇ ପାରିନଥିଲେ ହେଲେ ଏବେ ଆଉ ଜଣେ ବ୍ୟକ୍ତି ସାମ୍ନାକୁ ଆସିଛନ୍ତି ଯିଏକି ଭାରତର ସବୁଠାରୁ ଅଧିକ ଦାନ କରିଛନ୍ତି। ଯାହାକି ଆପଣ ଭାବି ପାରିବେନି।

ଭବ୍ୟ ମନ୍ଦିରରେ ରାମଲାଲାଙ୍କର ପ୍ରାଣ ପ୍ରତିଷ୍ଠା କରାଯାଇଛି। ମନ୍ଦିର ନିର୍ମାଣ ପାଇଁ ମୁକ୍ତ ହସ୍ତରେ ଦାନ କରିଛନ୍ତି ଶ୍ରଦ୍ଧାଳୁ। ଏମିତି ଦାନ କୋଟି କୋଟି ଟଙ୍କାର ଦାନ ଦେଖି ସମସ୍ତେ ଆଶ୍ଚର୍ଯ୍ୟ। ଅନେକ ପ୍ରତିଷ୍ଠିତ ବ୍ୟକ୍ତି ବଲିଉଡ ତାରକା ମନ୍ଦିର ନିର୍ମାଣରେ ସହଯୋଗ କରିଛନ୍ତି। ରାମ ଭକ୍ତଙ୍କ ଦାନ ଅର୍ଥରେ ଏହି ମନ୍ଦିର ନିର୍ମାଣ ହୋଇଛି। ପ୍ରାୟ ୫ ହଜାର କୋଟିରୁ ଅଧିକ ମୂଲ୍ୟର ସମ୍ପତି ଦାନ କରାଯାଇଛି। ହେଲେ ସମସ୍ତେ ଏବେ ଆଶ୍ଚର୍ଯ୍ୟ ଜଣକ ବିଷୟରେ ଜାଣି। ଯିଏକି ସବୁଠାରୁ ଅଧିକ ଦାନ ଦେଇଛନ୍ତି।

ହଁ ଆଜ୍ଞା ଏଭଳି ଏକ ବ୍ୟକ୍ତି ଜଣକ ଅଛନ୍ତି ଯିଏକି ସର୍ବାଧିକ ଟଙ୍କା ଦାନ କରି ବିଶ୍ୱର ଧନୀ ତାଲିକାରେ ଥିବା ଲୋକଙ୍କୁ ମଧ୍ୟ ପଛରେ ପକାଇ ଦେଲେ। ରାମ ମନ୍ଦିର ନିର୍ମାଣ ପାଇଁ ଜଣେ ୧୦୧ କିଲୋଗ୍ରାମ ସୁନା ଦାନ କରିଛନ୍ତି ଏଇ ବ୍ୟକ୍ତି ଜଣକ।ମନ୍ଦିର ଟ୍ରଷ୍ଟରେ ଥିବା ସୂଚନା ଅନୁଯାୟୀ ସୁରଟର ହୀରା ବ୍ୟବସାୟୀ ଦିଲ୍ଲୀପ କୁମାର ଭିଲାଖି ଓ ତାଙ୍କ ପରିବାର ଅଯୋଧ୍ୟାର ରାମ ମନ୍ଦିର ପାଇଁ ୧୦୧ କିଲୋଗ୍ରାମର ସୁନା ଦାନ କରିଛନ୍ତି।

ଆଉ ଏବେ ବର୍ତ୍ତମାନ ବଜାରରେ ସୁନାର ମୂଲ୍ୟ ୧୦ଗ୍ରାମ ପିଛା ଯାହାକି ରହିଛି ୬୮ ହଜାର ଟଙ୍କା। ତେବେ ଲାଖିଙ୍କ ପରିବାର ମନ୍ଦିରକୁ ଦାନ କରିଥିବା ମୋଟ ସୁନାର ମୂଲ୍ୟ ପାୟ ୬୮ କୋଟି ଟଙ୍କା ହେବ। ମନ୍ଦିରରେ ଲାଗିଥିବା ସୁନାର କବାଟ ଦିଲ୍ଲୀପ କୁମାର ଭିଲାଖିଙ୍କ ପରିବାର ଦାନ କରିଥିବା ସୁନାରେ ଆବୃତ ହୋଇଛି।

ଏଇ ସୁନା ମନ୍ଦିରରେ କବାଟ ଗର୍ଭଗୃହ ତ୍ରିଶୂଳ ଡମ୍ବରୁ ଏବଂ ସ୍ତମ୍ବକୁ ପଲିସ କରିବା ପାଇଁ ବ୍ୟବହୃତ ହୋଇଛି। ତେବେ ଗର୍ଭଗୃହ ପ୍ରବେଶ ଦ୍ୱାର ସହିତ ତଳ ମହଲାରେ ୧୪ଟି ସୁନାର ଫାଟକ ମଧ୍ୟ ଲଗାଯାଇଛି। ସେହିଭଳି ପ୍ରବଚକ ମୋରାରୀ ବାବୁ ୧୧.୩ କୋଟି ଟଙ୍କା ଦାନ କରିଥିବା ବେଳେ ଆମେରିକା କାନାଡ଼ା ଏବଂ ବ୍ରିଟେନରେ ତାଙ୍କର ରହିଥିବା ଅନୁଗାମୀ ମାନେ ୮ କୋଟି ଟଙ୍କା ଦାନ କରିଛନ୍ତି।ଆଉ ଏବେ ସମସ୍ତଙ୍କୁ ପଛରେ ପକାଇ ୧୦୧ କିଲୋଗ୍ରାମ ସୁନା ଦାନ କରିଛନ୍ତି ଏଇ ହୀରା ବ୍ୟବସାୟୀ ଦିଲ୍ଲୀପ କୁମାର ଭିଲାଖି। ଯାହାକୁ ନେଇ ପୁରା ଦେଶରେ ହେଉଛି ଚର୍ଚ୍ଚା।

Leave a Comment

Your email address will not be published. Required fields are marked *

Scroll to Top