ରାମଙ୍କ ମୂର୍ତ୍ତିର ରଙ୍ଗ କାହିଁକି ହେଲା, ସମସ୍ତଙ୍କ ମନରେ ଉଙ୍କି ମାରୁଥିବା ଏହି ପୋଷ୍ଟଟି।

କାହିଁକି ରାମଙ୍କ ମୂର୍ତି କଳା ରଙ୍ଗର। ଅଯୋଧ୍ୟାରେ ରାମଙ୍କ ମୂର୍ତି କାହିଁକି କଳା ରଙ୍ଗର। କାହିଁକି କଳା ରଙ୍ଗର ରାମ ମୂର୍ତ୍ତିକୁ ପୂଜା କରାଗଲା। ଆସନ୍ତୁ ଜାଣିବା ଏହା ପଛରେ କଣ ରହିଛି।ଗତ କାଲି ଅଯୋଧ୍ୟାରେ ରାମଲାଲାଙ୍କର ପ୍ରାଣ ପ୍ରତିଷ୍ଠା । ବିଧି ମୁତାବକ ଭାରତର ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କର କମଳରେ ଏହା ସମ୍ପର୍ଣ୍ଣ ହୋଇଛି। ସମଗ୍ର ଦେଶ ଯାହା ଚାହୁଁଥିଲା ସେଇୟା ହିଁ ହୋଇଛି।

ଆଉ ଯେତେବେଳେ ପ୍ରାଣ ପ୍ରତିଷ୍ଠା ହୋଇଛି ସେତେବେଳେ ସମଗ୍ର ଦେଶରେ ଉତ୍ସ୍ୟହଁ ଓ ଆଧ୍ୟାତ୍ମିକ ପରିବେଶ ଲାଗି ରହିଥିଲା। ପ୍ରଭୁ ରାମଚନ୍ଦ୍ରଙ୍କର ବାଲ୍ୟ ଅବସ୍ଥାର ସେହି ମନମହକ ଏବଂ ଦିବ୍ୟ ଛବି ସାମ୍ନାକୁ ଆସିବା ପରେ ସମସ୍ତେ କାନ୍ଦି ପକାଇଥିଲେ। କାରଣ ସେ ମୂର୍ତି ସେମିତି ହିଁ ହୋଇଥିଲା। କାରଣ ପ୍ରଭୁଙ୍କ ଦର୍ଶନ ସେମିତି ହିଁ ଆକର୍ଷକ ଥିଲା। ସତେ ଯେମିତି ଆଖିକୁ ଆଖି ଚାହିଁ ହେଉନଥିଲା।

ଆଉ ସେପଟେ ପ୍ରଭୁଙ୍କର କଳା ରଙ୍ଗକୁ ନେଇ ଅନେକ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଥିଲା। କାହିଁକି କଳା ରଙ୍ଗର ମୂର୍ତ୍ତ ରହିଛି। କାହିଁକି କଳା ରଙ୍ଗର ମୂର୍ତ୍ତିକୁ ପୂଜା କରାଯାଉଛି। ପ୍ରଭୁ କଣ ସତରେ କଳା ଦେଖା ଯାଉଥିଲେ। ଏସବୁକୁ ନେଇ ସମସ୍ତଙ୍କ ମନରେ ଯେତେବେଳେ ପ୍ରଶ୍ନ ଉଠୁଛି ଏବେ ଜାଣିବା କାହିଁକି କଳା ରଙ୍ଗର ମୂର୍ତି ପୂଜା କରାଯାଉଛି।

ଏଠି ଜଣେଇ ଦେବା ପାଇଁ ଚାହିଁବୁ ପ୍ରଭୁ ଶ୍ରୀରାମଙ୍କ ମୂର୍ତ୍ତିର କଳା ରଙ୍ଗର ପ୍ରେରଣା ମହର୍ଷି ବାଲ୍ମିକୀଙ୍କର ରାମାୟଣରୁ ମିଳିଥାଏ। ଯେଉଁଥିରେ ଏହାର ଚିତ୍ର ସ୍ପଷ୍ଟ ଭାବରେ ବର୍ଣ୍ଣନା କରାଯାଇଛି। ହଁ ବାଲ୍ମିକୀଙ୍କର ରାମାୟଣରୁ ଏହାର ଯଥେଷ୍ଟ ପ୍ରମାଣ ମିଳିଛି। ଶ୍ରୀକୃଷ୍ଣଙ୍କ କଳା ରୂପକୁ ଯଥେଷ୍ଟ ସ୍ପଷ୍ଟ ଭାବରେ ବର୍ଣ୍ଣନା କରାଯାଇଛି। ଚିତ୍ରଣ ସ୍ପଷ୍ଟ ଭାବରେ କରାଯାଇଛି। ଫଳରେ ଆବାହନ କାଳରୁ ଭଗବାନ ଶ୍ରୀରାମଙ୍କ ଶ୍ୟାମଳ ରୂପର ପୂଜା ଏବଂ ପବିତ୍ର ପରମ୍ପରାରେ ପରିଣତ ହୋଇଛି।

ଏହା ବ୍ୟତୀତ ମୂର୍ତ୍ତିକୁ ଜାମଶିଳା ପଥରରେ ନିର୍ମାଣ କରାଯାଇଛି। ଏହି ପଥର କେଉଁ ପ୍ରାଚୀନ କାଳରୁ ନିଜର ଏକ ସ୍ୱତନ୍ତ୍ର ମହତ୍ୱ ଖ୍ୟାତିଲାଭ କରିଛି। ଯେଉଁ ପଥରରେ ପ୍ରଭୁ ରାମଲାଲାଙ୍କର ମୂର୍ତି ତିଆରି ହୋଇଛି। ଆଉ ଏବେ ଜାଣି ରଖନ୍ତୁ ଏ ପଥରରେ କାହିଁକି ପ୍ରଭୁ ଶ୍ରୀରାମଙ୍କ ମୂର୍ତି ତିଆରି କରାଯାଇଛି। ଏଥିପାଇଁ କରାଯାଇଛି ଏହି ପଥର ମୂର୍ତ୍ତିକୁ ଦୀର୍ଘାୟୁ କରିବା ସହ ସମୟ ସହିତ ଏହାକୁ ଅକ୍ଷୁର୍ଣ୍ଣ ରଖିଥାଏ।

ଏଠାରେ ଜଣେଇଦେବା ପାଇଁ ଚାହିଁବୁ ହିନ୍ଦୁ ଅନୁଷ୍ଠାନ ମାନଙ୍କରେ ବିଶେଷ ପୂଜା ରହିଛି। ବିଶେଷ କରି ଅଭିଷେକ ସମ୍ପର୍କରେ ଆମେ ସମସ୍ତେ ଜାଣିଛେ ଜଳାଭିଷେକ ବିଷୟରେ ଜାଣିଛେ ରୁଦ୍ରାଭିଷେକ ବିଷୟରେ ଜାଣିଛେ ଅନେକ ସମୟର ପୂଜା ବେଳେ ମଧ୍ୟ ଜଳ ଚନ୍ଦନ କ୍ଷୀର ଘିଅ ଏମିତି ଅନେକ ପଦାର୍ଥ ବ୍ୟବହାର କରାଯାଇଥାଏ। ପ୍ରଭୁଙ୍କ ଶରୀରରେ ଲେପନ କରିବା ପାଇଁ।

ଶ୍ୟାମଶିଳା ପଥରରେ ରାମଲାଲାଙ୍କ ମୂର୍ତ୍ତିକୁ ଏଥିପାଇଁ ନିର୍ମାଣ କରାଯାଇଛି କି ଯେଉଁଥିରେ ଯେତେ ଅଭିଷେକ କଲେ ମଧ୍ୟ ଯେଉଁ ପଥର ମାଧ୍ୟମରେ ଜଳ ଚନ୍ଦନ ଘିଅ କ୍ଷୀର ଯେତେ ଲେପନ କଲେ ମଧ୍ୟ ତାହା ମୂର୍ତ୍ତିକୁ ତାହା ଭଗବାନଙ୍କୁ କ୍ଷୟ ଘଟାଇ ପାରିବ ନାହିଁ। ଏସବୁ ଦିଗକୁ ଦୃଷ୍ଟିରେ ରଖି ରାମଲାଲାଙ୍କ ମୂର୍ତି ଶ୍ୟାମ ଶିଳା ପଥରରେ ନିର୍ମାଣ କରାଯାଇଛି। ଯାହା ସମସ୍ତଙ୍କ ମନରେ ଉଙ୍କି ମାରୁଥିବା ପ୍ରଶ୍ନର ଯଥେଷ୍ଟ ଉତ୍ତର ବୋଲି ଆମେ ଭାବୁଛୁ।

Leave a Reply

Your email address will not be published. Required fields are marked *