ରାମଙ୍କ ପଦ ସ୍ପର୍ଶ କରିବାକୁ ନଇଁଥିଲେ ହନୁମାନ, ନେଇ ପାରିଲେନି ଆଶୀର୍ବାଦ, ଷ୍ଟେଜ ଉପରେ ହିଁ….।

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଚାଲିଥିଲା ରାମଲୀଳା ରାମଙ୍କ ପାଦ ସ୍ପର୍ଶ କରିବାକୁ ନଇଁଥିଲେ ହନୁମାନ ନେଇପାରିଲେନି ଆଶୀର୍ବାଦ। ଷ୍ଟେଜ ଉପରେ ହିଁ ଟଳି ପଡିଲେ ହନୁମାନ।ଆଜ୍ଞା ହଁ ବନ୍ଧୁଗଣ ଏମିତି ବି ଆସେ ମୃତ୍ୟୁ କିଏ ବା ଜାଣିଥିଲା। ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ କରୁଥିଲେ ରାମଲୀଳା। ଶ୍ରୀରାମଙ୍କ ପାଦ ସ୍ପର୍ଶ କରିବାକୁ ନଇଁଥିଲେ ହନୁମାନ। କିନ୍ତୁ ଆଉ ଉଠି ପାରିଲେନି। ଷ୍ଟେଜ ଉପରେ ହିଁ ହନୁମାନଙ୍କର ପ୍ରାଣ ବାୟୁ ଉଡିଯାଇଥିଲା।

ହଁ ଆଜ୍ଞା ଗତ କାଲି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ଭବ୍ୟ ରୂପେ ଆୟୋଜିତ ହୋଇଥିବା ବେଳେ ସମଗ୍ର ଦେଶ ହୋଇ ଉଠିଥିଲା ରାମ ମୟ। ଦେଶର କୋଣ ଅନୁକୋଣରେ ଶୁଣିବାକୁ ମିଳୁଥିଲା ରାମ ଧ୍ଵନି। ଏହି ପରିପ୍ରେକ୍ଷୀରେ ଗତ କାଲି ରାମଲୀଳା ନାଟକ ମଞ୍ଚସ୍ଥ ହେଉଥିଲା। କିନ୍ତୁ କିଏ ବା ଜାଣିଥିଲା ଏଭଳି ଅଘଟଣ ଘଟିଯିବ ବୋଲି। ଷ୍ଟେଜ ଉପରେ ହିଁ ଘଟିଯାଇଛି ଏଭଳି ହୃଦୟ ବିଦାରକ ଘଟଣା। ଯାହାକୁ ଜାଣିଲେ ଆପଣଙ୍କ ଲୋମ ମୂଳ ଟାଙ୍କୁରି ଉଠିବ।

ରାମଲୀଳା ନାଟକ ସମୟରେ ଷ୍ଟେଜ ଉପରେ ହିଁ ଟଳି ପଡିଲେ ହନୁମାନ। ସେଇ ରାମଲୀଳା କରିବା ତାଙ୍କର ଶେଷ ଦିନ ହୋଇଗଲା। ମୃତ କଳାକାରଙ୍କ ନାମ ହେଉଛି ହରିସ ମେହେତା। ଏମିତି ହନୁମାନ ବେଶ ନେଇ ୨୫ ବର୍ଷ ଧରି ରାମଲୀଳା କରୁଥିଲେ ଆଉ ଗତ କାଲି ରାମଲୀଳା କରିବା ତାଙ୍କର ଶେଷ ଦିନ ହୋଇଗଲା। ଷ୍ଟେଜ ଉପରେ ଛୋଟ ଛୋଟ ପିଲା ମାନେ ମଧ୍ୟ ସାମିଲ ଥିଲେ ଏଥିରେ। ଖୁବ ଆଡ଼ମ୍ବରରେ ରାମଲୀଳା କରୁଥିଲେ। କିନ୍ତୁ କିଛି ସମୟରେ ସବୁକିଛି ଓଲଟ ପାଲଟ ହୋଇଗଲା।

ଗତ କାଲି ଭିବାନୀରେ ରାମଲୀଳା ମଞ୍ଚସ୍ଥ ହେଉଥିବା ବେଳେ ତାହାକୁ ଦେଖିବାକୁ ପ୍ରବଳ ଭିଡ଼ ହୋଇଥିଲା। ଏହି ସମୟରେ ମଞ୍ଚ ଉପରେ ଶ୍ରୀରାମଙ୍କ ପାଦ ସ୍ପର୍ଶ କରିବାକୁ ନଇଁଥିଲେ ହନୁମାନ। ମାତ୍ର ହନୁମାନ ଆଉ ସେହି ସ୍ଥାନରୁ ଉଠି ପାରିନଥିଲେ। କିଛି ସମୟ ପର୍ଯ୍ୟନ୍ତ ଉପସ୍ଥିତ ଥିବା ଲୋକେ ବି ଏହାକୁ ଦେଖି କିଛି ବୁଝି ପାରିନଥିଲେ ରାମ ଓ ହନୁମାନଙ୍କ ଜୟ ଜୟ କାର କରୁବାକୁ ଲାଗିଲେ।

ମାତ୍ର କିଛି ସମୟ ପରେ ହରେଶ ମେହେତା ଉଠି ନଥିଲେ ସେହି ସ୍ଥାନରେ ହିଁ ହନୁମାନ ଭାବେ ଅଭିନୟ କରୁଥିବା ହରେଶଙ୍କର ଜୀବନ ଦୀପ ଲିଭିଗଲା। ସେଠାରେ ଉପସ୍ଥିତ ଥିବା ଲୋକେ ବହୁତ ଚିନ୍ତା କରିବା ସ୍ୱତେ ସେ ଡାକ ନଶୁଣିବାରୁ ତୁରନ୍ତ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତି କରିଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା କଥା ଡାକ୍ତର ସୂଚନା ଦେଇଥିଲେ।

ରାମଲୀଳା କରିବା ସମୟରେ ରାମଙ୍କ ପାଦ ସ୍ପର୍ଶ କରିବା ସମୟରେ ସେଇଠାରେ ହିଁ ହନୁମାନ ଟଳି ପଡ଼ିଥିଲେ। ଏହାକୁ ଦେଖି ଦର୍ଶକ ମାନେ ମଧ୍ୟ ଚକିତ ହୋଇଗଲେ।ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ହରିୟାଣାର ଦିବାନୀରେ ସୂଚନା ମୁତାବକ ହରିସ ମେହେତା ବିଦ୍ୟୁତ ବିଭାଗର ଅବସର ପ୍ରାପ୍ତ ଯନ୍ତ୍ରୀ ଥିଲେ। ବର୍ଷ ବର୍ଷ ଧରି ସେ ବିଭିନ୍ନ ସ୍ଥାନରେ ପରିଲିଖିତ ହେଉଥିବା ହନୁମାନ ଚାଳିସାରେ ହନୁମାନଙ୍କର ଅଭିନୟ କରୁଥିଲେ। ତାଙ୍କର ଏଭଳି ମୃତ୍ୟୁକୁ ସହଜରେ କଳାକାର ମାନେ ଗ୍ରହଣ କରିପାରୁନାହାନ୍ତି। ହନୁମାନ ଅଭିନୟ କରୁଥିବା ହରେଶ ମେହେତାଙ୍କର ମୃତ୍ୟୁରେ ସମସ୍ତେ ମର୍ମାହତ ହୋଇପଡିଛନ୍ତି।

Leave a Comment

Your email address will not be published. Required fields are marked *

Scroll to Top