ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟାରେ ସାଜିଛନ୍ତି ଯଜମାନ, ଏପଟେ ରାହୁଲଙ୍କୁ ମନ୍ଦିର ଭିତରକୁ ମିଳିଲାନି ଏଣ୍ଟ୍ରି।

ଗୋଟିଏ ପଟେ ରାମ ମନ୍ଦିର ପ୍ରତିଷ୍ଠା ହେଉଛି ଗୋଟିଏ ପଟେ ୫୦୦ ବର୍ଷ ହେଲା ଯେଉଁ କଥାକୁ ଅପେକ୍ଷା କରାଯାଇଥିଲା ସେହି କାର୍ଯ୍ୟ ହେଉଛି ଗୋଟିଏ ପଟେ ପ୍ରଭୁ ରାମ ଲାଲାଙ୍କର ପ୍ରାଣ ପ୍ରତିଷ୍ଠା ହେଉଛି ଆଉ ଏପଟେ ମନ୍ଦିର ବାହାରରେ ରାହୁଲ ଗାନ୍ଧୀ ବସିଛନ୍ତି।ରାହୁଲ ଗାନ୍ଧୀଙ୍କୁ ମନ୍ଦିର ଭିତରକୁ ଯିବା ପାଇଁ ବାରଣ କରାଯାଉଛି। ରାହୁଲ ଗାନ୍ଧୀଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଦିଆଗଲା ନାହିଁ। ହଁ ଆଜ୍ଞା ଏହା ପରେ ରାହୁଲ କହିଲେ ମୋର ଭୁଲ କ’ଣ? ତାପରେ ରାହୁଲ କହିଲେ ମୋତେ କାହିଁକି ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅନୁମତି ମିଳୁନାହିଁ? ମୋର ଭୁଲ କ’ଣ ମୋର ଦୋଷ କଣ? କଣ ଅପରାଧ କରିଛି।

ଅଜ୍ଞ ହଁ ବନ୍ଧୁଗଣ ଆଜି ରାହୁଲ ଗାନ୍ଧୀଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବା ପାଇଁ ବାରଣ କରାଯାଇଛି। ଏପରି ଏକ ଅଭିଯୋଗ ଆଣିଛନ୍ତି ନିଜେ ରାହୁଲ ଗାନ୍ଧୀ। କଂଗ୍ରେସ ତରଫରୁ ଟୁଇଟରେ ଏକ ଭିଡିଓ ମଧ୍ୟ ପୋଷ୍ଟ କରାଯାଇଛି। ଉକ୍ତ ଭିଡ଼ିଓରେ ରାହୁଲ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଦିଆଗଲା ନାହିଁ। ପୋଲିସ ଅଟକାଇ ଥିଲା। ଆଉ ତାଙ୍କର ଦୋଷ କଣ ତାଙ୍କର ଭୁଲ କଣ କାହିଁକି ତାଙ୍କୁ ପ୍ରବେଶ କରିବାର ଅନୁମତି ମିଳିଲାନାହିଁ ଏମିତି କିଛି କଥା ରାହୁଲ ଗାନ୍ଧୀ କହିଛନ୍ତି।

ଏଠି ଜଣେଇ ଦେବାକୁ ଚାହିଁବୁ ଏମିତି ଅଭାବନୀୟ ଘଟଣା ଘଟିଛି ଆସାମର ବଟଦ୍ରଵ ସତ୍ର ମନ୍ଦିରରେ। ଆସାମର ସାଧୁ ତଥା ପଣ୍ଡିତ ଶ୍ରୀମନ୍ତ ଶଙ୍କର ଦେବଙ୍କ ଜନ୍ମ ସ୍ଥାନ। ଏହି ସ୍ଥାନକୁ ରାହୁଲ ଗାନ୍ଧୀ ପରିଦର୍ଶନ କରିବାକୁ ଯାଇଥିଲେ କିନ୍ତୁ ସେଠାରେ ତାଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବା ପାଇଁ ଅନୁମତି ଦିଆଯାଇ ନଥିଲା। ଫଳରେ ରାହୁଲ ଅସନ୍ତୋଷ ହୋଇଥିଲେ ତାଙ୍କ ଉପରେ ଲାଗିଥିବା ପ୍ରତିବନ୍ଧକକୁ ନେଇ ରାହୁଲ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ମନ୍ଦିର ପରିଦର୍ଶନ କରିବାକୁ ଚାହୁଁଥିବା ବେଳେ କେଉଁ କାରଣ ପାଇଁ ତାଙ୍କୁ ପ୍ରବେଶର ଅନୁମତି ମିଳିଲା ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ଅନ୍ୟ ପଟେ ତାଙ୍କର କି ଅପରାଧ ବୋଲି ସେ କଣ ଭୁଲ କରିଛନ୍ତି ବୋଲି ତାଙ୍କର ଦୋଷ କଣ ବୋଲି ପ୍ରଶ୍ନ ଉଠାଇଛନ୍ତି ନିଜେ ରାହୁଲ ଗାନ୍ଧୀ। ଏକ ଭିଡ଼ିଓ ମଧ୍ୟ ତାଙ୍କ ସୋସିଆଲ ମିଡ଼ିଆ ସାଇଟ x ରେ କଂଗ୍ରେସ ତରଫରୁ ପୋଷ୍ଟ କରାଯାଇଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ କୌଣସି ଅସୁବିଧା ସୃଷ୍ଟି କରିବାକୁ ସେ ଚାହୁଁ ନାହାଁନ୍ତି। କେବଳ ମନ୍ଦିରରେ ପ୍ରାର୍ଥନା କରିବାକୁ ଚାହୁଁଛନ୍ତି। ତଥାପି କାହିଁକି ତାଙ୍କୁ ମନ୍ଦିର ପ୍ରବେଶ କରିବାକୁ ଅନୁମତି ମିଳୁନି। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ଥିର କରନ୍ତୁ କି ରାହୁଲ ଗାନ୍ଧୀ ମନ୍ଦିରରେ ପ୍ରବେଶ କରିବେ କି ନାହିଁ ତାଙ୍କ ଇଛାରେ ହିଁ ଜଣେ ମନ୍ଦିରରେ ପ୍ରବେଶ କରି ପାରିବ ବୋଲି କହିଛନ୍ତି ରାହୁଲ ଗାନ୍ଧୀ।

Leave a Comment

Your email address will not be published. Required fields are marked *

Scroll to Top