ବଦଳିବ କ୍ରିକେଟ ଖେଳର ଏହି ନିୟମ। ୧୦୦ ମିଟରରୁ ଅଧିକ ଲମ୍ବା ଛକା ମାରିଲେ ମିଳିବ ରନ।

କ୍ରିକେଟକୁ ନେଇ ଆସିଲା ନୂଆ ଏକ ନିୟମ। ଏଣିକି ୧୦୦ ମିଟର ଛକା ମାରିଲେ ୬ ନୁହେଁ କ୍ରିକେଟରଙ୍କୁ ମିଳିବ ଏତିକି ମିଳିବ ରନ।କ୍ରିକେଟକୁ ନେଇ ଏବେ ନୂଆ ନୂଆ ନିୟମ ଲାଗୁ ହେବାକୁ ଲାଗିଛି। ଆଉ ସେହିଭଳି ଏକ ନିୟମ ପୁଣି ଥରେ ଏବେ ସାମ୍ନାକୁ ଆସୁଛି। ଯେଉଁ ନିୟମକୁ ଶୁଣିବା ମାତ୍ରେ ଫ୍ୟାନ୍ସ ମାନେ ମଧ୍ୟ ବେଶ ଉତ୍ସ୍ୟହିତ ଅଛନ୍ତି।

ତେବେ ସେ ନିୟମ କଣ ଆଉ କେବେ ଲାଗୁ ହେଉଛି ଆସନ୍ତୁ ଜାଣିବା।ଇଂଲଣ୍ଡ ଟିମର ପୂର୍ବତନ କ୍ୟାପଟେନ କେଭିନ ପିଟରସନ ପୁଣି ଥରେ ତାଙ୍କର ପ୍ରସ୍ତାବକୁ ସାମ୍ନାକୁ ଆଣିଛନ୍ତି। କି ଯଦି ବ୍ୟାଟ୍ସମ୍ୟାନ ୧୦୦ ବା ଏହା ଠାରୁ ଅଧିକ ଦୂରତା ଛକା ମାରନ୍ତି ତେବେ ତାଙ୍କୁ ୬ ରୁ ଅଧିକ ରନ ମିଳିବା ଉଚିତ। ଭାରତୀୟ ଟିମର କ୍ୟାପଟେନ ରୋହିତ ଶର୍ମାଙ୍କ ଏମିତି କିଛି ପ୍ରସ୍ତାବ ଦେଇ ସାରିଛନ୍ତି। ସେ କହିଛନ୍ତି କି କ୍ରିକେଟକୁ ଆହୁରି ଆକର୍ଷଣୀୟ କରିବା ପାଇଁ ଏହି ପ୍ରକାରର ନିୟମ ଲାଗୁ କରିବା ଉଚିତ।

ଯଦି ବ୍ୟାଟ୍ସମ୍ୟାନ ୧୦୦ ମିଟର ଦୂରତା ଛକା ମାରୁଛି ତେବେ ତାକୁ ୧୦ ରନ ମିଳିବା ଉଚିତ। ଆଉ ସେପଟେ ମଧ୍ୟ କେଭି ପିଟରସନ ଏହି ପ୍ରକାରର ବୟାନ ଦେଇଛନ୍ତି। ଆଉ କହିଛନ୍ତି କି ବ୍ୟାଟ୍ସମ୍ୟାନ ମାନଙ୍କୁ ଏପରି ଛକା ମାରିଲେ ୧୨ ରନ ମିଳିବା ଉଚିତ।ହଁ ଆଜ୍ଞା କ୍ରିକେଟରେ ନୂଆ ନୂଆ ନିୟମ ଲାଗୁ ହେବାରେ ଲାଗିଛି। ଇଣ୍ଟରନ୍ୟାସନାଲ କ୍ରିକେଟ ନୁହେଁ ବରଂ ଲି କ୍ରିକେଟରେ ନୂଆ ନୂଆ ନିୟମ ଖେଳକୁ ଆହୁରି ଆକର୍ଷଣୀୟ କରୁଛି।

ସାଧାରଣତଃ ଟି-୨୦ କ୍ରିକେଟରେ ୧୦୦ ମିଟର ଲମ୍ବା ଛକା ଦେଖିବାକୁ ମିଳିଥାଏ। କିନ୍ତୁ ଏତେ ଲମ୍ବା ଛକା ପ୍ରତିଦିନ ଦେଖିବାକୁ ମିଳିନଥାଏ।ସେହିପରି ଆପିଏଲରେ ଲିପ ମ୍ୟାଚରେ ୧୦୦ ମିଟର ଛକା ଦେଖିବାକୁ ମିଳିଥାଏ। ଏପରି ଛକା ଓ ଏପରି ବ୍ୟାଟ୍ସମ୍ୟାନ ମାନଙ୍କୁ ପ୍ରସ୍ୟାହିତ କରିବା ଲାଗି ୧୨ ରନ ଦିଆଗଲେ କୌଣସି ଭୁଲ ହେବ ନାହିଁ ବୋଲି କେଭିନ କହିଛନ୍ତି।

Leave a Comment

Your email address will not be published. Required fields are marked *

Scroll to Top