ପ୍ରେମିକାକୁ ପାଖରେ ନପାଇ ପାଗଳ ଭଳି ହେଉଛି ପ୍ରେମିକ, ବେଙ୍ଗାଲୁରୁରୁ ସିଧା ଭଦ୍ରକରେ ପହଞ୍ଚିଲା।
ଧକା ଖାଇ ପାଗଳ ହେଲା ପ୍ରେମିକ। ପ୍ରେମିକା ପାଇଁ ବେଙ୍ଗାଲୁରୁରୁ ଭଦ୍ରକରେ ପହଞ୍ଚିଲା।ଦେଖନ୍ତୁ ଏହି ଫୋଟକୁ ସ୍ୱାମୀ ସ୍ତ୍ରୀଙ୍କ ଭଳି କିପରି ରହୁଥିଲେ। ଫୋଟ ଉଠାଉ ଥିଲେ ଭିଡିଓ କରୁଥିଲେ। ହେଲେ ଏବେ ଧରାଛୁଆଁ ଦେଉନି ପ୍ରେମିକା। ଆଉ ପାଗଳ ପରି ଘୁରି ବୁଲୁଛି ପ୍ରେମିକ।
ବନ୍ଧୁଗଣ ଏ ଯୁବକ ଜଣକ କହୁଛନ୍ତି ମୁଁ ବାହା ହୋଇଛି। ଏପଟେ ଝିଅ କହୁଛି ମୁଁ ସେ ପୁଅ ସହିତ ରହୁଥିଲି କିନ୍ତୁ ତାକୁ ବାହା ହେଇନି।ଆଜ୍ଞା ହଁ ବନ୍ଧୁଗଣ ବେଙ୍ଗଲୁରୁ ରେ ଏକ ଘରୋଇ କମ୍ପାନୀରେ କାମ କରୁଥିବା ବେଳେ ଆରମ୍ଭ ହେଲା ପ୍ରେମ। କିଛି ଦିନ ପ୍ରେମ ପରେ ଝିଅର ବାପା ମା’ଙ୍କ ସହିମତିରେ ମଧ୍ୟ ହେଲା ବାହାଘର। କିନ୍ତୁ ବାହାଘରର ୮ ବର୍ଷ ପରେ ଏବେ ବଦଳି ଯାଇଛି ସମ୍ପୂର୍ଣ୍ଣ ଚିତ୍ର। ନିଜ ସ୍ତ୍ରୀକୁ ଖୋଜି ଖୋଜି ପାଗଳ ପ୍ରେମିକ ବେଙ୍ଗାଲୁରୁରୁ ଆସି ଆଜି ପହଞ୍ଚିଛି ଝିଅର ବାପ ଘରେ। ସ୍ତ୍ରୀକୁ ବାପ ଘର ଲୋକେ ଦେବେ କଣ ଓଲଟା ଝିଅକୁ ଅନ୍ୟତ୍ର ବାହା କରିଦେଇଥିବା ଅଭିଯୋଗ କରିଛନ୍ତି ଏଇ ଯୁବକ ଜଣକ।।
ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ପରସିଙ୍ଗା ପଞ୍ଚାୟତର କୁନ୍ତଳା ଗ୍ରାମରେ। ସେହି ଗ୍ରାମରେ ଭାଗିରଥି ମହାନ୍ତି ଦୀର୍ଘ ୮ ବର୍ଷ ତଳେ ପରିବାର ସହ ବେଙ୍ଗଲୁରୁରେ ରହି ରୋଜଗାର ମେଣ୍ଟାଉ ଥିଲେ। ବେଙ୍ଗଲୁରୁରେ ରହିଥିବା ବେଳେ ଭାଗିରଥି ମହାନ୍ତିଙ୍କ ଝିଅ ଅନିତା କାମ କରୁଥିବା କମ୍ପାନୀରେ ସୁମିତନାଥ ନାମକ ଜଣକ ପୁଅଙ୍କ ସହିତ ସମ୍ପର୍କ ଗଢି ଉଠିଥିଲା।ତେବେ ସୁମିତ ଏବଂ ଅନିତା ପରିବାରର ସହମତି କ୍ରମେ ବିବାହ କରିଥିଲେ ବୋଲି ମଧ୍ୟ କହିଛନ୍ତି ଏଇ ଯୁବକ ଜଣକ।
ଯାହା ଖବର ମିଳିଛି ଦୀର୍ଘ ୮ ବର୍ଷ ଅନିତା ସୁମିତଙ୍କ ସାଙ୍ଗରେ ରହିବା ପରେ ଗତ ଡିସେମ୍ବର ମାସରେ ଅନିତାଙ୍କ ଉପରେ ସନ୍ଦେହ କରିଥିଲେ ସୁମିତ। ଉଭୟଙ୍କ ମଧ୍ୟରେ ଝଗଡା ହେବାରୁ ଏଥିରେ ଅନିତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ଯେଉଁଥି ପାଇଁ ବାପ ଘରକୁ ଭଦ୍ରକକୁ ଚାଲି ଆସିଥିଲେ ଅନିତା। ପୂର୍ବରୁ ଏମିତି ଝଗଡା ହୋଇଥିଲା କିନ୍ତୁ ଅନିତାଙ୍କୁ ସୁମିତ ବାପ ଘରୁ ନେଇ ଆସିଥିଲେ। ହେଲେ ଏବେ ଯେତେବେଳେ ବାପ ଘରକୁ ଆସି ପହଞ୍ଚିଲେ ଆଉ ତା ପରେ ଯାହା ଶୁଣିଲେ ତାଙ୍କ ପାଦ ତଳୁ ମାଟି ଖସି ଯାଇଛି।ତେବେ ସୁମିତଙ୍କ କହିବା କଥା ଅନତାର ବାପା ମା’ ମୋତେ ଧକା ଦେଇଛନ୍ତି। ଅନିତା ଯେଉଁ ପୁଅ ସହିତ ଫୋନରେ କଥା ହେଉଥିଲେ ଯେଉଁ ପୁଅକୁ ନେଇ ଘରେ ଝଗଡା ହେଉଥିଲା ସେହି ପୁଅ ସହିତ ଅନିତାର ବାହାଘର କରିଦେଇଛନ୍ତି।
ଏପଟେ ଝିଅ ଅନିତା ସହ ଯୋଗାଯୋଗ ପରେ ସେ କହିଛନ୍ତି ସେ ସେହି ଯୁବକଙ୍କୁ ବିବାହ ନକରି ଏକାଠି ରହୁଥିଲେ। ଓଡିଶା ବାହାରେ ରହି ଫୋନ କଲରେ ଏଭଳି କିଛି ହାସ୍ୟସ୍ୟପଦ ମନ୍ତବ୍ୟ ଦେଇଛନ୍ତି ଅନିତା।ତେବେ ଅନିତାଙ୍କ ବାପା ମଧ୍ୟ କହିଛନ୍ତି ଯେ ସୁମିତ ବୋହୁତ ମାରପିଟ କରୁଥିଲେ ତେଣୁ ଝିଅ ଅନ୍ୟତ୍ର ବାହା ହୋଇନାହିଁ। ଝିଅ ଆସାମରେ ଅଛି ବୋଲି କହିଛନ୍ତି। କିନ୍ତୁ ସୁମିତ ପୋଲିସକୁ ଗୁହାରି କରିଛନ୍ତି ଅନିତାଙ୍କୁ ତାଙ୍କୁ ଫେରାଇ ଦେବା ପାଇଁ। ଏପଟେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟ ସୁମିତ ଏବଂ ଅନିତାଙ୍କ ପରିବାରକୁ ଥାନାକୁ ଆଣି ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।