ସ୍ୱାମୀ ମୁଣ୍ଡ ଛୁଇଁ ମାନିଲା ସତ କହିଲା ସ୍ତ୍ରୀ…ଯାଆଁଳା ଛୁଆର ଏମିତି ନେଇଥିଲି ଜୀବନ…।

ସ୍ୱାମୀ ମୁଣ୍ଡ ଛୁଇଁ ସ୍ତ୍ରୀ ମାନିଲା ସତ। ମୁଁ ନିଜ ହାତରେ ଆମ ଛୁଆକୁ ମା-ରିଛି। ଦୟାକରି କାହା ପାଖରେ କହିବନି। ସମସ୍ତେ ଥାଇ ବି ଆଜି ଘର ଟା ପୁରା ଖାଁ ଖାଁ ଲାଗୁଛି। କାହାରି ପେଟକୁ ଦାନା ମୁଠେ ବି ଯାଉନି। ସମସ୍ତେ କେବଳ ଆଜି ସାଇ ଓ ଶ୍ରଦ୍ଧାକୁ ଖୋଜୁଛନ୍ତି। ଦୋଳି ଅଛି ହେଲେ ଦୋଳିରେ ଝୁଲିବାକୁ ସାଇ ଶ୍ରଦ୍ଧା ନାହାନ୍ତି। ଟେବୁଲ ଉପରେ ପପୁ ବୋତଲ ଥୁଆ ହୋଇଛି। ହେଲେ କ୍ଷୀର ପିଇବାକୁ କା-ନ୍ଦୁ ନାହାନ୍ତି ସାଇ ଓ ଶ୍ରଦ୍ଧା। ଏହାରି ଭିତରେ ଦୁଇ ଭାଇ ଭଉଣୀଙ୍କ ମୃ-ତ୍ୟୁକୁ ୪ ଦିନ ବିତି ଗଲାଣି। ତଥାପି କାନ୍ଦ ବୋବାଳିରେ ଫାଟି ପଡୁଛି ଘର।

ଏପଟେ ବଡ଼ ମା’ ସମ୍ପର୍କୀୟ ପିନ୍ଧା ମୁଣ୍ଡରେ ବସି କା-ନ୍ଦୁଛନ୍ତି ତ ସେପଟେ ଘର କୋଣରେ ବସି କଇଁ କଇଁ ହୋଇ କାନ୍ଦୁଛି ବାପା।ବାହାଘରର ଦୀର୍ଘ ବର୍ଷ ପରେ ବାପା ହେବାର ସୌଭାଗ୍ୟ ପାଇଥିଲେ ସୁନୀଲ। ୩ ଭାଇଙ୍କର ପିଲା ଛୁଆ ନଥିବା ବେଳେ ଏଇ ଦୁଇ ଯାଆଁଳା ଛୁଆ ହିଁ ଥିଲେ ଏ ଵଂଶର ଏକ ମାତ୍ର ଉତ୍ତରାଧିକରି। ଯିଏକି ଏଇ ୩ ମାସ ହେଲା ଏ ଘରକୁ ଆସିଥିଲେ। ଆଉ ତାଙ୍କର ଆସିବା ପରେ ଏ ଘର ହସ ଖୁସିରେ ଯେମିତି ଫାଟି ପଡୁଥିଲା। ହେଲେ ସେ ହସ ଖୁସିରେ ଯେମିତି କାହାର ନଜର ଲାଗିଗଲା। ୩ ମାସ ନପୁରୁଣୁ ସେ ହସ ଖୁସି ଆଜି କା-ନ୍ଦରେ ପରିଣତ ହୋଇଯାଇଛି। ଯେଉଁ ଘର ଦିନେ ସାଇ ଶ୍ରଦ୍ଧାକୁ ପାଇ ହସର ଲହରୀ ଖେଳି ଯାଉଥିଲା ଆଜି ସେହି ଘର ଭିତରୁ ଶୁଭୁଛି କା-ନ୍ଦ ବୋବାଳି।

ଏସବୁ କଷ୍ଟ ଜନ୍ମ କଲା ବାପା କେମିତିବା ସହିବ। ଛୁଆ ଗୁଡାକ କଣ ବା ଭୁଲ କରିଥିଲେ ତାଙ୍କର ଅଜାଣତରେ ତାଙ୍କର କା-ନ୍ଦ ତାଙ୍କ ମା’କୁ ଏତେ ବିର-କ୍ତ କଲା ଯେ ସେଇ ମା’ ହିଁ ସାଜିଲା ହ-ତ୍ୟାକା-ରୀ।ଥରେ ଭାବିଲେ ଏ ବିଚରା ସ୍ୱାମୀ ଜଣକ କଣ ବା କରିବେ ଗୋଟିଏ ପଟେ ସ୍ତ୍ରୀ ଆଉ ଗୋଟିଏ ପଟେ ନିଜର ଯାଆଁଳା ଛୁଆ। ସ୍ତ୍ରୀ କଥାକୁ ସମ୍ମତି ଦେବେ ନାଁ ଏଭଳି ହ-ତ୍ୟାକା-ରୀ ସ୍ତ୍ରୀକୁ କଠୋରରୁ କୋଠର ଶାସ୍ତି ଦେଇ ନିଜର ମୃ-ତ ଛୁଆଙ୍କୁ ନ୍ୟା-ୟ ଦେବେ। ପିଲାଙ୍କ ମୃ-ତ୍ୟୁର ଶୋ-କ ପାଳନ କରିବେ ନାଁ ନିଜ ସ୍ତ୍ରୀର କୁକ-ର୍ମ ପାଇଁ ତାକୁ ଦ-ଣ୍ଡ ଦେବେ। ଏଭଳି ପରିସ୍ଥିତିରେ ସେ କଣ କରିବେ ନିଜେ ବି ଭାବି ପାରୁନାହାନ୍ତି।

କାହିଁକିନା ସ୍ତ୍ରୀ ତାଙ୍କ ମଥା ଛୁଇଁ ଶ-ପଥ କରାଇଛି। ମୁଁ ଏଭଳି ଭାବରେ ଆମ ଛୁଆଙ୍କର ଜୀବନ ନେଇଯାଇଛି ବୋଲି ତୁମେ କାହାରିକୁ ବି କହିବନି। ନହେଲେ ଲୋକ ଲ-ଜ୍ଯରେ ମୁଁ କାହାକୁ ବି ମୁହଁ ଦେଖାଇପାରିବି ନାହିଁ। ସ୍ୱାମୀର ଦୁର୍ବ-ଳତାର ଫାଇଦା ଉଠାଇ ସ୍ୱାମୀର ମୁହଁକୁ ସିନା ଚୁପ କରାଇବାକୁ ବସିଥିଲା ସ୍ତ୍ରୀ ତପସିନୀ। ହେଲେ ପୋଲି-ସର ତଦ-ନ୍ତରୁ ଖସି ପାରିନଥିଲା। ପୋ-ଲିସ ପହଁଚି ଯେତେବେଳେ ପଚ-ରାଉ-ଚରା କରାଯାଇଥିଲା ସେତେବେଳେ ତପସିନୀର କଥାର ତାଳ ମେଳ ରହିନଥିଲା। ଆଉ ବାରମ୍ବାର ପାଟି ଖନୀ ମାରିଯାଉଥିଲା। ତପସିନୀଙ୍କର ଏଭଳି ଅବସ୍ଥା ଦେଖି ପୋଲି-ସର ସ-ନ୍ଦେହ ହେବାରୁ ପୋ-ଲିସ ଗୋଡ଼ାଇ ତୋଡ଼ାଇ ପଚାରିବାରୁ ସେ ନିଜ ମୁହଁରୁ ହିଁ ଦୋ-ଷ ସ୍ୟୁକର କରିଥିଲା। ଆଉ କହିଥିଲା ମୁଁ ମୋ ସଂସାର ନିଜ ହାତରେ ହିଁ ଉଜାଡ଼ି ଦେଇଛି।

ହଁ ଆଜ୍ଞା ଅନୁଗୁଳ ଜିଲ୍ଲା ବସୁଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମୁଣ୍ଡାଢ଼ିପି ସାହିର ଏ ଘ-ଟଣା ପୁରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଦେଇଛି। ଯିଏ ଏ ଘ-ଟଣା ଶୁଣୁଛି ସିଏ ଏଭଳି ମା’କୁ ନି-ନ୍ଦା ନକରି ରହିପାରୁନି। ଯିଏ ଯାହା ପାରୁଛି ତାହା କହୁଛି। ଆଉ ମା’ ନିଜର ଦୋ-ଷ ଲୁଚା-ଇବାକୁ ଯାଇ କହିଛି ଯେ ମୋର ମାନସିକ ଭାରସାମ୍ୟ ଠିକ ନାହିଁ। ସେଥିପାଇଁ ମୁଁ ଏଭଳି ଭୁଲ କରିଦେଇଛି। ମାତ୍ର ଏଭଳି ହ-ତ୍ୟାକା-ରୀ ମା’ ବିରୋ-ଧରେ ପୋ-ଲିସ କଣ ପଦକ୍ଷେପ ନେଉଛି ତାହା ଜାଣିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *