ଅଯୋଧ୍ୟାରୁ ଆସିଲା ନିମନ୍ତ୍ରଣ। ଛାତି ଚଳର ଘା ତାଜା ହୋଇଗଲା।
୩୩ ବର୍ଷ ତଳର ଛାତିଥରା କାହାଣୀ, ଅଯୋଧ୍ୟାରୁ ନିମନ୍ତ୍ରଣ ପାଇବା ପରେ ପୂର୍ଣ୍ଣିମାଙ୍କ ଆଖିରେ ଲୁହ।ପୁର୍ଣିମାଙ୍କୁ ଅଯୋଧ୍ୟାରୁ ଆସିଛି ନିମନ୍ତ୍ରଣ। ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ହୋଇଛନ୍ତି ନିମନ୍ତ୍ରିତ। ତଥାପି କାହିଁକି ଆସିଲା ପୁର୍ଣିମାଙ୍କ ଆଖିରେ ଲୁହ? କାହା ପାଇଁ ଛାତିତଳେ ଚାପି ରଖିଥିଲେ କୋହ?ପାଖେଇ ଆସୁଛି ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସ୍ୟବ। ଏହି ସମାରୋହରେ ସାମିଲ ହେବା ପାଇଁ ଦେଶରେ ବହୁ ସାଧୁସନ୍ଥ ଏବଂ ବିଶିଷ୍ଟ ବ୍ୟକ୍ତି ମାନଙ୍କୁN ନିମନ୍ତ୍ରଣ କରାଯାଇଛି।
ଆଉ ଏହି ନିମନ୍ତ୍ରିତ ଅତିଥି ମାନଙ୍କ ମଧ୍ୟରେ ଅଛନ୍ତି ପୂର୍ଣ୍ଣିମା। ଯାହାଙ୍କୁ କି ଆସନ୍ତା ଜାନୁୟାରୀ ୨୨ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସ୍ୟବର ନିମନ୍ତ୍ରିତ ବିଶିଷ୍ଟ ଅତିଥି ମାନଙ୍କ ମଧ୍ୟରେ ଦେଖିବାକୁ ମିଳିବ। ଆଉ ଅଯୋଧ୍ୟାରୁ ଏହି ନିମନ୍ତ୍ରଣ ପାଇବା ପରେ ପୁର୍ଣିମାଙ୍କ ଆଖିରୁ ଖୁସିରେ ବହି ପଡିଥିଲା ଦୁଇଧାର ତତଲା ଲୁହ। ତାଜା ହୋଇ ଉଠିଥିଲା ଦୀର୍ଘ ୩୩ ବର୍ଷ ତଳୁ ଛାତି ତଳେ ଦବି ରହି ଜମାଟ ବାନ୍ଧିଯାଇଥିବା ମେଞ୍ଚାଏ କୋହ।
ହେଲେ କିଏ ଏହି ପୂର୍ଣ୍ଣିମା? ତାଙ୍କୁ କାହିଁକି ଆସିଲା ଅଯୋଧ୍ୟାରୁ ନିମନ୍ତ୍ରଣ। ଆଉ ନିମନ୍ତ୍ରଣ ପାଇବା ପରେ କାହିଁକି କାନ୍ଦି ପକାଇଲେ ପୂର୍ଣ୍ଣିମା? ଆସନ୍ତୁ ଜାଣିବା ସେଦିନର ସେହି ଛାତିଥରା ଘଟଣା ବିଷୟରେ।ଏବେ ଯେଉଁ ରାମଲଲାଙ୍କ ଜନ୍ମ ଭୂମିରେ ପ୍ରଭୁ ରାମଲଲାଙ୍କ ବିଶାଳ ମନ୍ଦିର ନିର୍ମାଣ ହେଉଛି ସେଇ ଭୂମି ହେଉଛି ଅନେକ ଇତିହାସର ମୁକ ସାକ୍ଷୀ। ପ୍ରଭୁ ଶ୍ରୀରାମଙ୍କ ଜନ୍ମ ଭୂମିରେ ତାଙ୍କର ମନ୍ଦିରଟିଏ ତୋଳିବା ପାଇଁ ବହୁ ରାମ ଭକ୍ତଙ୍କର ଗଡ଼ିଛି ମୁଣ୍ଡ। କାରଣ ମଗଲ ଶାସନ କାଳରୁ ହିଁ ଏହି ପବିତ୍ର ଭୂମି ବାରମ୍ବାର ହୋଇ ଆସିଛି ଆକ୍ରମଣର ଶିକାର। ଆଉ ହିନ୍ଦୁ ବିଦ୍ୱସି ମଗଲ ଶାସକଙ୍କ କ୍ରୁର ଦୃଷ୍ଟି ଫଳରେ ମନ୍ଦିରକୁ ଭାଙ୍ଗି ବାରମ୍ବାର ତିଆରି ହୋଇଛି ମସଜିଦ। ଯାହାକୁ ପ୍ରତିରୋଧ କରିବାକୁ ଯାଇ ଅନେକ ହିନ୍ଦୁ ରାମଭକ୍ତ ଦେଇଛନ୍ତି ନିଜ ପ୍ରାଣର ଆହୁତି।
୧୯୯୦ ରେ ଯେତେବେଳେ ଦେଶବ୍ୟାପି କର ସେବା ଆନ୍ଦୋଳନ ଜୋର ଧରିଥିଲା ସେତେବେଳେ ବାବରୀ ମସଜିଦ ଢାଞ୍ଚା ଉପରେ ଚଢ଼ି ଗେରୁଆ ପତାକା ଉଡାଇ ଥିଲେ ଅନେକ କର ସେବକ। ଆଉ ଏହି କର ସେବକ ମାନଙ୍କ ମଧ୍ୟରେ ରହିଥିଲେ ଦୁଇ ଭାଇ ରାମ କୁମାର କୋଠାରି ଓ ଶରତ କୁମାର କୋଠାରି। ଯିଏକି ପରେ ୧୯୯୨ ଡିସେମ୍ବର ୬ ରେ ବାବରୀ ମସଜିଦ ଭଙ୍ଗା ସମୟରେ ପୋଲିସ ଗୁଳିରେ ପ୍ରାଣ ହରାଇଥିଲେ। ଆଉ ସେହି କୋଠାରି ଭ୍ରାତା ରାମ କୁମାର ଓ ଶରତ କୁମାରଙ୍କ ଭଉଣୀ ହେଉଛନ୍ତି ପୂର୍ଣ୍ଣିମା। ଯିଏକି ସେତେବେଳେ ଖୁବ କମ ବୟସରେ ଥିଲେ ମଧ୍ୟ ନିଜ ଦୁଇ ଭାଇଙ୍କର ବଳିଦାନର ସବୁ କଥା ଜାଣିଥିଲେ।
ଗେରୁଆ ଝଣ୍ଡାଧାରୀ କର ସେବକ ମାନଙ୍କ ଉପରକୁ ପୋଲିସ ଓ ଅର୍ଥସାମରିକ ମିଳିତ ବାହିନୀ ଗୁଳି ଚଳାଇଥିଲା। ଯାହା ସେତେବେଳେ ଅଯୋଧ୍ୟା ଗୁଳି କାଣ୍ଡ ନାଁରେ ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଥିଲା। ଆଉ ଏହି ଗୁଳି କାଣ୍ଡରେ ପ୍ରାଣ ବଳି ଦେଇଥିବା କର ସେବକ ମାନଙ୍କ ମଧ୍ୟରେ ଥିଲେ ଦୁଇ କୋଠାରି ଭ୍ରାତା। ଯେଉଁ ଦୁଇ ଭାଇଙ୍କୁ କର ସେବା ଆନ୍ଦୋଳନରେ କୋଠାରି ବନ୍ଧୁ ଭାବେ ସମସ୍ତେ ଜାଣିଥିଲେ।
ଏବେ ଅଯୋଧ୍ୟାରୁ ନିମନ୍ତ୍ରଣ ପାଇଥିବା ପୂର୍ଣ୍ଣିମା କୋଠାରି ହେଉଛନ୍ତି ସେହି ହତଭାଗିନୀ ଭଉଣୀ ଯିଏ ନିଜ ଦୁଇ ଭାଇଙ୍କୁ ରାମ ଜନ୍ମ ଭୂମି ଆନ୍ଦୋଳନରେ ସବୁ ଦିନ ପାଇଁ ଜୀବନ ହରାଇ ଦେଇଛନ୍ତି।ରାମ ମନ୍ଦିର ସ୍ୱପ୍ନ ନେଇ କର ସେବକ ସାଜିଥିବା ଓ ନିଜ ପ୍ରାଣ ଦେଇ ଆନ୍ଦୋଳନକୁ ଆଗକୁ ବଢ଼ାଇଥିବା ରାମ କୁମାର କୋଠାରିଙ୍କ ବୟସ ସେତେବେଳେ ମାତ୍ର ୨୩ ବର୍ଷ ଥିଲା ଆଉ ଭାଇ ଶରତ କୁମାରଙ୍କ ବୟସ ମାତ୍ର ୨୦ ବର୍ଷ ଥିଲା।ପୁର୍ଣିମାଙ୍କ କହିବା ଅନୁସାରେ ତାଙ୍କର ଦୁଇ ଭାଇଙ୍କର କେବଳ ଗୋଟିଏ ସ୍ୱପ୍ନ ଥିଲା ଯେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ତୋଳା ହେଉ। ଯେଉଁଥି ପାଇଁ ସେତେବେଳେ ବିଶ୍ବହିନ୍ଦୁ ପରିଷଦର ନେତୃତ୍ୱରେ ଆରମ୍ଭ ହୋଇଥିବା କରସେବା ଆନ୍ଦୋଳନରେ ସାମିଲ ହୋଇଥିଲେ ପଶ୍ଚିମବଙ୍ଗର ଏହି ଦୁଇ ଭାଇ ରାମ କୁମାର କୋଠାରି ଓ ଶରତ କୁମାରୀ କୋଠାରି।
୩୩ ବର୍ଷ ତଳେ ତାଙ୍କ ଭାଇ ମାନଙ୍କ ସହ କଣ ହୋଇଥିଲା ପୂର୍ଣ୍ଣିମା ଆଜି ଯାଏଁ ସେକଥାକୁ କେବେବି ଭୁଲି ପାରିନାହାନ୍ତି। ତାଙ୍କ ଭାଇମାନେ ଦେଖିଥିବା ସ୍ୱପ୍ନଯେ କେବେ ପୂରଣ ହେବ ସେ କଥା ତାଙ୍କର ଆଉ ବିଶ୍ୱାସ ନଥିଲା।୨୦୧୪ ପୂର୍ବରୁ ପୁର୍ଣିମାଙ୍କୁ ଲାଗୁଥିଲା ଯେ ତାଙ୍କର ଦୁଇ ଭାଇଙ୍କ ବଳିଦାନ ବ୍ୟର୍ଥ ହୋଇଗଲା। କାରଣ ସେତେବେଳେ ଭଗବାନ ରାମଙ୍କ ଅସ୍ତିତ୍ୱକୁ ନେଇ ମଧ୍ୟ ଲୋକ ପ୍ରଶ୍ନ ଉଠାଉଥିଲେ ତେବେ ପୁର୍ଣିମାଙ୍କ କହିବା ଅନୁସାରେ ଗତ ୩୩ ବର୍ଷ ଭିତରେ ତାଙ୍କୁ ପ୍ରଥମ ଥର ପାଇଁ ଟିକେ ଖୁସି ମିଳିଛି।
ଅତି ଅକ୍ପ ବୟସରୁ ନିଜର ଦୁଇ ଭାଇଙ୍କୁ ହରାଇବାର ଦୁଃଖ ତାଜା ତ ନିଶ୍ଚୟ ହୋଇଯାଇଛି ହେଲେ ଏହା ସହ ତାଙ୍କ ଭାଇ ମାନଙ୍କ ସ୍ୱପ୍ନ ବି ପୂରଣ ହୋଇଯାଇଛି। ଆଉ ଏହି ଦୁଃଖ ଭିତରେ ସାମାନ୍ୟ ଖୁସି ଆଜି ପୁର୍ଣିମାଙ୍କ ଆଖିରେ ଲୁହ ଭରି ଦେଇଛି। ହେଲେ ଦୀର୍ଘ ୩୩ ବର୍ଷ ହେଲା ପୂର୍ଣ୍ଣିମା ଆଉ ତାଙ୍କ ପରିବାର ଲୋକଙ୍କ ମନରେ ଗୋଟିଏ ପ୍ରଶ୍ନ ରହି ଆସିଛି କି ସେମାନଙ୍କ ଗୋଡ଼କୁ ଗୁଳି ନ ମାରି ତାଙ୍କ ଛାତି ଓ ମୁଣ୍ଡକୁ କାହିଁକି ଗୁଳି ମାରିଥିଲା ପୋଲିସ। ତେବେ ସେସବୁ ଘଟଣା ଆଜି ଅତୀତ ହୋଇଯାଇଛି। ତାଙ୍କ ବାପା ମା’ ବି ଆଜି ଏ ଦୁନିଆରେ ନାହାଁନ୍ତି। ନିଜ ଦୁଇ ପୁଅଙ୍କୁ ଝୁରି ଝୁରି କେମିତି ସେମାନେ ଆଖି ବୁଜିଛନ୍ତି ତାହା ଜଣେ ଝିଅ ହିସାବରେ ପୂର୍ଣ୍ଣିମା ଅତି ପାଖରୁ ଦେଖିଛନ୍ତି।
କିନ୍ତୁ ସେ ଦିନେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାର ସାକ୍ଷୀ ହେବେ ଆଉ ତାଙ୍କୁ ଏଥିପାଇଁ ଅଯୋଧ୍ୟାରୁ ନିମନ୍ତ୍ରଣ ଆସିବ ସେକଥା ସେ ସ୍ୱପ୍ନରେ ସୁଧା ଭାବି ପାରିନଥିଲେ। ତେବେ ଲୁହ ଛଳ ଛଳ ଆଖିରେ ପୂର୍ଣ୍ଣିମା କୁହନ୍ତି କି ମୋ ଭାଇମାନେ ତ ଆଉ ଫେରିବେ ନାହିଁ କିନ୍ତୁ ମୋତେ ଆଜି ସେମାନଙ୍କ ପାଇଁ ଗର୍ବ ଲାଗୁଛି।।ଅଯୋଧ୍ୟାର ରାମ ମନ୍ଦିର ଯେତେ ଦିନ ଯାଏଁ ରହିଥିବ ମୋ ଭାଇ ମାନଙ୍କ ନାଁ ବି ସେତେଦିନ ଯାଏଁ ରହିଥିବ। ଆଜି ଉପରେ ଥାଇ ମୋ ଦୁଇ ଭାଇ ନିଶ୍ଚୟ ଖୁସି ହେଉଥିବେ।