ଦୁଇ ଯାଆଙ୍କ କାର ଖାନାରୁ ଖାଇବେ ସୁର ଭାଇ । ମୁଣ୍ଡିଆ ମାରି ପାଛୋଟି ନେଲେ ଦୁଇ ଯାଆ ।
କାର ଖାନା ପାଖକୁ ଆସି ଖାଇବା ଖାଇଲେ ସୁର ରାଉତରାୟ ! ଭୁବନେଶ୍ବରର ବହୁ ଚର୍ଚିତ କାର ଖାନା ଯେଉଁଠାରେ ଘରେ ଖାଦ୍ୟ ପ୍ରସ୍ତୁତ କରି କାର ସାହାର୍ଯ୍ୟରେ ରୋଡ କଡରେ ହୋଟେଲ ଭଳି ଲୋକଙ୍କୁ ଖାଦ୍ୟ ମିଳୁଛି ତାହା ବି ପୁଣି ଅତି ସୁଲଭ ମୂଲ୍ୟରେ । ଘରର ୨ ବୋହୂ ଲୋକଙ୍କୁ ଖାଦ୍ୟ ଯୋଗାଉଛନ୍ତି । ତାହା ବର୍ତ୍ତମାନ ଏକ ଚର୍ଚାର ବିଷୟ ପାଲଟିଛି । ଏହାରି ମଧ୍ୟରେ କଂଗ୍ରେସ ବିଧାୟକ ସୁର ରାଉତରାୟ କାର ଖାନା ନିକଟକୁ ଆସିଛନ୍ତି ।
ଆଉ ସେଠାରେ କାର ଖାନା ସମ୍ଭାଳୁ ଥିବା ଦୁଇ ଯାଆ ନେହା ଓ ରଶ୍ମିତା ସୁରଙ୍କୁ ମୁଣ୍ଡିଆ ମାରି ପାଛୋଟି ନେଇଥିଲେ ଆଉ ତାଙ୍କ ହାତର ପ୍ରସ୍ତୁତ ସୁସ୍ଵାଦୁ ଖାଦ୍ୟ ଖାଇବାକୁ ଦେଇଥିଲେ । ତେବେ ସୁର ରାଉତରାୟ ଖାଦ୍ୟ ଖାଇସାରିଲା ପରେ ଖାଦ୍ୟର ବହୁତ ପ୍ରଶଂଷା ମଧ୍ୟ କରିଛନ୍ତି । ଖାଦ୍ୟ ଗୁଡିକ ବହୁତ ଭଲ ହୋଇଛି ବୋଲି କହିଛନ୍ତି । ଏଥିସହ ନେହା ଓ ରଶ୍ମିତାଙ୍କୁ ପ୍ରଶଂଷା କରି କହିଛନ୍ତି । ଯେ ଏମାନେ ଘରର ୨ ଜଣ ୨ ଶିକ୍ଷିତା ବୋହୁ ଅଟନ୍ତି ।
ବାହାର ଲୋକ କଣ କହିବେ କଣ କହିବେ ନାହିଁ କାହାକୁ ଖାତିର ନକରି ଏଭଳି ଏକ ଭଲ ପ୍ରୟାସ ନେଇଛନ୍ତି । ଯାହା ଦ୍ଵାରା ସେମାନେ ନିଜ ଘରେ ସୁନ୍ଦର ଭାବେ ଖାଦ୍ୟ ପ୍ରସ୍ତୁତ କରି ରୋଡ ସାଇଡରେ ଠିଆ ହୋଇ ଲୋକଙ୍କୁ ଖାଦ୍ୟ ଯୋଗାଉଛନ୍ତି । ଅନେକ ଲୋକ ମଧ୍ୟ ଏମାନଙ୍କର ଖାଦ୍ୟ ଖାଇବାକୁ ବହୁତ ପସନ୍ଦ କରୁଛନ୍ତି । ଏପରିକି ବହୁ ସଂଖ୍ୟକ ଲୋକ ଲାଇନରେ ଛିଡା ହୋଇକି ନେହା ଓ ରଶ୍ମିତାଙ୍କ ଖାଦ୍ୟ କହିବାକୁ ଅନାଇ ବସୁଛନ୍ତି ।
ଲୋକଙ୍କର ଏତେ ଭଲ ପାଇବା ନିଶ୍ଚିତ ଭାବରେ ନେହା ଓ ରଶ୍ମିତାଙ୍କର ପରିଶ୍ରମର ଫଳ ଅଟେ । ତେଣୁ ନେହା ଓ ରଶ୍ମିତା ୨ ବୋହୁଙ୍କର ଏପରି ଭାବେ ମନ ମିଶାଇ ଲୋକଙ୍କୁ ଖାଦ୍ୟ ସୁଲଭ ମୂଲ୍ୟରେ ଯୋଗାଇ ଦେବାର ପ୍ରୟାସ ମୋତେ ବହୁତ ଭଲ ଲାଗିଛି ବୋଲି କହିଥିଲେ ସୁର ଭାଇ । ତେବେ ଆହୁରି ମଧ୍ୟ ସୁର ରାଉତରାୟ ନେହା ଓ ରଶ୍ମିତାଙ୍କ ହାତ ତିଆରି ଖାଇବାକୁ ଖାଇ ବହୁତ ବିଉଟିଫୁଲ ହୋଇଛି ବୋଲି ମଧ୍ୟ କହିଛନ୍ତି । ଯାହାକୁ ଶୁଣି ନେହା ଓ ରଶ୍ମିତା ବହୁତ ଖୁସି ଅନୁଭବ କରିଛନ୍ତି ।