ଦିଦି ଯଦି ହଁ କହିବେ ମୁଁ କାମ କରିବି…
ସେମାନେ ଯଦି କରିପାରୁଛନ୍ତି,ବଡ଼ ବଡ଼ ଘରର ବୋହୂ ଆସିକି। ଆମେ କାହିଁକି କରି ପାରିବାନି। ଆମେ ତ କୁଆଡ଼େ ଚୋରି କାମ କରିବାକୁ ଯାଉନେ କି ଖରାପ କାମ କରିବାକୁ ଯାଉନେ। ସେଇ ଯୋଡ଼େ ଜିନିଷ ତାଙ୍କ ବାପା କହିଲା ଭଳିଆ ଦୁଇଟା ଚ ଛାଡ଼ି ଦେଇକି ଚରିତ୍ର ଆଉ ଚୋରି । ଏଇ ଦିଇଟା ଛାଡ଼ି ଦେଇକି ମୁଁ ଯଦି ଦାଣ୍ଡ ଓଳାଏ , ମୋତେ କେହି କହିବାକୁ ନାହିଁ।
ସଉଦା ନେଇକି ଦିଇଟା ବ୍ୟାଗ୍ ଧରିକି ଗଲା ବେଳେ ଲୋକ କହିବେ ଆସୁନୁ ସାଙ୍ଗରେ ଯିବ । ମୁଁ କହିବି ନାଁ ବାବା ତମେ ଯାଅ , ମୁଁ ନେଇକି ଯିବି। କାହିଁକି ବାବୁ ଯଦି ଖରାପ ଭାବିବେ, କହିବେ କାହା ଗାଡ଼ିରେ ଆସିଛୁ , କଣ କରିଛୁ। ମୁଁ ସେକଥାକୁ ମନେ କରେନି । ତେଣୁ ମୋର ନିଜ ରାସ୍ତାରେ ମୁଁ ନିଜେ ଚାଲେ। ମୋ ନାଁ ପ୍ରତିମା ବିଶୋଇ। ମୁଁ ସହିଦ୍ ନଗରରେ ରହୁଛି, ମହର୍ଷି କଲେଜ୍ ପାଖରେ। ଯେହେତୁ ଘରର ଟିକେ ଅସୁବିଧା ତେଣୁ ଚାରିଦିନ ହେଲା ଦେଖୁଛି ଯେ ଆମର କାରଖାନାରେ ଦୁଇ ଜଣ ମ୍ୟାଡ଼ାମ୍ ଆସି କାମ କରୁଛନ୍ତି।
ମୁଁ ବି ଚାହୁଁଛି ସେ ବି କହୁଥିଲେ ଯେ ଆଉ ଯଦି କେଉଁ ଲୋକ ଆସି ଯୁଟନ୍ତି, ଆମେ ବି କାମ ଦେବୁ ଓ ଆମ ପାଖରେ ଆଣି ରଖି କାମ କରେଇବୁ। ତେଣୁ ମୁଁ ଚାହୁଁଛି ସେ ଯଦି ମୋତେ ତାଙ୍କ ପାଖରେ ରଖନ୍ତି , ମୁଁ ତ ଦ୍ୱିପ୍ରହରଟା ଫାଙ୍କା ରହୁଛି। ଯଦି ଦୁଇ ଘଣ୍ଟା ଆସି କାମ କରି ପାରିବି ତାହେଲେ ତାଙ୍କ ସାଙ୍ଗରେ କଥା ହେଇ ଯିବି ବୋଲି ମୁଁ ଆଜି ଦୋକାନଟା ବନ୍ଦ କରି ଆସିଛି। ମୁଁ ଚା’ ପାନ ଦୋକାନ କରିଛି ଆଜ୍ଞା। ଅଭାବ ତ ଝିଅ ପାଠ ପଢ଼ୁଛି। ପାଠ ପାଇଁ ପଇସା ଦରକାର। ପୁଅ ଛୋଟ। ତେଣୁ ବାଧ୍ୟ ହେଇକି ଟିକେ ଯେହେତୁ ବାବୁଙ୍କର ଗାଡ଼ି ଆକ୍ସିଡେଣ୍ଟ୍ ବେଳେ ପଇସାପତ୍ର ଗୁଡ଼ାଏ ବାକି ହୋଇ ଯାଇଥିଲି। ସେଥିପାଇଁ ସୁଝିବା ପାଇଁ ମ୍ୟାଡ଼ାମଙ୍କୁ କହୁଥିଲି ଯେ ତାଙ୍କ ଦୋକାନରେ ଟିକେ ରହିଥିଲେ ଭଲ ହୋଇଥାନ୍ତା।
ନାଁଇ ମୁଁ ଆଜି ଆସିଛି ତାଙ୍କ ପାଖକୁ। ପଚାରି ପଚାରି ମାଷ୍ଟର କ୍ୟାନ୍ଟିନ୍ ପର୍ଯ୍ୟନ୍ତ ଆସିଛି। ସେ କହିଛନ୍ତି ଯେ ଫୋନ୍ ନମ୍ୱର୍ ନିଅ। ଏଇନେ ତ କଥା ହେଇ ପାରିବାନି ଯେହେତୁ ଭିଡ଼ ଅଛି । ଫୋନ୍ ନମ୍ୱର୍ ନେଇ ଯାଆନ୍ତୁ ଆମେ ଫାଙ୍କା ହେଲେ ସନ୍ଧ୍ୟା ବେଳେ କଥା ହେବା। ଟିଭି ନ୍ୟୁଜ୍ ଦେଖି ଜାଣିଲି ରଶ୍ମିତା ଦିଦି ଆଉ ନେହା ଦିଦିଙ୍କୁ । ସ୍ତ୍ରୀ ଲୋକ ହିଁ ସ୍ତ୍ରୀ ଲୋକଙ୍କୁ ବାହାର କରି ପାରିବେ। ଯଦି ମୋ ପୁଅ କି ମୋ ସ୍ବାମୀ ସାଥ୍ ଦେଇଥାନ୍ତେ ,ମୋର ଗୁଡ଼ିଆ ଘର ମୁଁ ତ ବରା, ଆଳୁ ଚପ୍ ଛାଣିକି ଠେଲା ଗାଡ଼ିରେ ବେପାର କରିକି ମୋ ପରିବାର ମୁଁ ଚଳାନ୍ତି। ଯେହେତୁ ମୋତେ ସେମାନେ ସାଥ୍ ଦେଉ ନାହାନ୍ତି ତେଣୁ ମୁଁ ଚାହା ପାନ ଦୋକାନ କରି ସେଥିରୁ କେତେ ପଇସା ଇନ୍କୋମ୍ କରିବି ଯେହେତୁ ରହୁଛି ଶାନ୍ତିପାଲିରେ ତେଣୁ ବାଧ୍ୟତାମୂଳକ ଆସିଛି ତାଙ୍କ ପାଖକୁ।
ଯଦି ସେମାନେ ଟିକେ ସାହାଯ୍ୟ କରି ପାରିବେ, ତାହାଲେ ମୋ ଝିଅ ଟିକେ ଅଧିକା ପାଠ ପଢ଼ି ପାରିବ । ସେ ରାଜଧାନୀ କଲେଜରେ ପଢୁଛି। ମୁଁ ଆଜି ଆସିଛି। ଚଳୁଛେ ସେହି ଦୋକାନ କରିକି ଆଉ କଣ କରିବା। ପୁଅ ପାଠ ପଢ଼ିଲାଣି ଯେହେତୁ ପୁଅ ଯାଉଛି କାମରେ। ଆମକୁ ତ ଘର ମିଳିନି। ଆମକୁ ଘର ଦେବେ ବୋଲି କହିଛନ୍ତି। ତା ପାଇଁ ଆମକୁ ଦେଢ଼ ଲକ୍ଷ ଦେବାକୁ ପଡିବ। ତା ପାଇଁ ତ କିଛି ସଞ୍ଚୟ କରିବାକୁ ପଡ଼ିବ। ତେଣୁ ପଇସାର ଅଭାବ। ଟେଣୁ ମୁଁ ଚାହୁଁଛି ଯଦି ଦିଦିମାନେ ଟିକେ ମୋତେ କାମ ଦେବେ ତାଙ୍କ ପାଖରେ, ମୁଁ ସେଇ ଦି ଘଣ୍ଟା ଆସି କାମ କରିବି । ସେ ମୋତେ କଣ ସାହାଯ୍ୟ କରିବେ ମୁଁ ତାଙ୍କ ସାଙ୍ଗରେ କଥା ହେଇନି।
ବାବୁଙ୍କର ଗାଡ଼ି ଯେତେବେଳେ ଆକ୍ସିଡେଣ୍ଟ୍ ହେଲା ସେତେବେଳେ ପୁଅ ଝିଅ ସବୁ ଛୋଟ ଛୋଟ ଥିଲେ। ମୁଁ ସେତେବେଳେ ପାମ୍ପଡ ଛାଣି ବେପାର କରି ଚଳେଇଲି। ତେଣୁ ଆଜି ଦୋକନ ଖଣ୍ଡେ କରିଛି, ଚାହା ପାନ ଦୋକାନ , ତା ଦେହରେ ଗ୍ରୋସାରୀ ଜିନିଷ, ତା ଦେହରେ ପରିବା ଏମିତି। ଡେଲି ପନ୍ଦର ଶହ, ଦୁଇ ହଜାର ଟଙ୍କା ବେପାର ହେଉଥିଲା। ଏବେ ବେପାର ନାହିଁ କରୋନା ପରଠୁ। ଏବେ ପାଞ୍ଚ ଶହ, ସାତ ଶହ ଟଙ୍କା ଦିନକୁ ବେପାର ହେଉଛି। ସେତିକିରେ ତ ଆମେ ଚଳି ପାରିବୁନି ନା। ତେଣୁ ବାଧ୍ୟ ହୋଇ ଆସିଛି ଦେଖିଲି ଯେତେବେଳେ ଦିଦିମାନଙ୍କ ପାଖକୁ ଆସିଛି। ଯଦି ସେମାନେ କିଛି ସାହାଯ୍ୟ କରିବେ।