ଅଯୋଧ୍ୟାରେ ପହଁଚିଲା ପରେ ଲକ୍ଷ୍ମଣଙ୍କୁ ଖୋଜିଲେ ରାମ ସୀତା , ମନ୍ଦିରକୁ ଦେଖି ମନେ ପକାଇଲେ ସେ ସମୟର କଥା।
ଲକ୍ଷ୍ମଣଙ୍କୁ ଛାଡି ଦେଇ ଅଯୋଧ୍ୟାରେ ପ୍ରଭୁ ରାମ ଆଉ ମା’ ସୀତା। ରାମ ସୀତାଙ୍କ ମନ ଆଜି ବହୁତ ଦୁଃଖ। ଅଯୋଧ୍ୟାରେ ପହଁଚିଲା ପରେ ଲକ୍ଷ୍ମଣଙ୍କୁ ଖୋଜିଲେ ରାମ ସୀତା। ରାମ ମନ୍ଦିରକୁ ଦେଖି ମନେ ପକାଇଲେ ସେ ସମୟର କଥା। ମୁହଁରେ ହସ ଅଛି ହେଲେ ମନରେ ବହୁତ ଦୁଃଖ। ସେ ରାମ ହୁଅନ୍ତୁ କି ସୀତା। ସମସ୍ତେ ଖୋଜୁଛନ୍ତି ସୀତା ଲକ୍ଷ୍ମଣଙ୍କୁ ମନେ ମନେ ଖୋଜୁଛନ୍ତି କୁଆଡେ ଗଲେ ମୋ ଗେଲ୍ହା ଦିଅର ଲକ୍ଷ୍ମଣ।
ହଁ ଆଜ୍ଞା ତ୍ୱଳା ଚାଲିଛି ରାମ ମନ୍ଦିର। ଆଉ ମନ୍ଦିର ବୁଲି ବୁଲି ଦେଖୁଛନ୍ତି ରାମ ସୀତା। କଳିଯୁଗରେ ଏ ସମସ୍ତଙ୍କ ପାଇଁ ଭଗବାନ ରାମ ପାଲଟି ଥିଲେ ଆଉ ଘରେ ଘରେ ୟାଙ୍କର ଫୋଟ ରଖି ପୂଜା କରୁଥିଲେ ସମସ୍ତେ। ଆଉ ଏବେ ଅଯୋଧ୍ୟାରେ ପହଁଚିଲା ପରେ ଶହ ଶହ ଭକ୍ତ ପାଦ ଛୁଇଁ ମୁଣ୍ଡିଆ ମାରୁଛନ୍ତି।
ନିମନ୍ତ୍ରଣ ରାମଙ୍କୁ ହେଲା ନିମନ୍ତ୍ରଣ ମା’ ସୀତାଙ୍କୁ ମଧ୍ୟ ହେଲା। ହେଲେ ନିମନ୍ତ୍ରଣ ଲକ୍ଷ୍ମୀଙ୍କ ପାଖରେ ପହଁଚିଲା ନାହିଁ। ମନ ଦୁଃଖ ହେବ ତ ନିଶ୍ଚିତ। ଯେଉଁ ଲକ୍ଷ୍ମଣ ପ୍ରତିଟି ସମୟରେ ମା’ ସୀତା ଏବଂ ପ୍ରଭୁ ରାମଙ୍କ ପାଖରେ ରହିଥାନ୍ତି ସେହି ଲକ୍ଷ୍ମଣ ଆଜି ରାମଙ୍କ ପାଖରେ ନାହାନ୍ତି। ଅଯୋଧ୍ୟାରେ ରାମ ହେଲେ ଘରେ ରହିଛନ୍ତି ଲକ୍ଷ୍ମଣ। ଯାହା ପରେ ଏବେ ରାମ ଓ ସୀତାଙ୍କ ମନ ବହୁତ ଦୁଃଖ ହୋଇଯାଇଛି। ରାମ ତାଙ୍କ ସାନ ଭାଇଙ୍କୁ ମିଶ କରୁଛନ୍ତି ଆଉ ସୀତା ତାଙ୍କ ଦିଅରକୁ ମିଶ କରୁଛନ୍ତି। ମୁହଁରେ ସିନା ହସ ରହିଛି ହେଲେ ଉଭୟଙ୍କ ମନରେ ବହୁତ ଦୁଃଖ ମଧ୍ୟ ରହିଛି।
ଆମେ ଜଣାଉଛୁ ରାମାୟଣରେ ରାମ ହୋଇଥିବା ଅରୁଣ କୋଭିଲ, ସୀତା ଭୂମିକାରେ ଥିବା ଦୀପିକା ଚିକିଲିଆ ଏବଂ ଲକ୍ଷ୍ମଣଙ୍କ ଭୂମିକାରେ ଥିବା ସୁନୀଲ ରାୟଙ୍କ କଥା।
ଯଦି ଦେଖିବା ଜାନୁଆରୀ ୨୨ ତାରିଖରେ ହେବାକୁ ଯାଉଛି ରାମ ମନ୍ଦିର ପ୍ରତିଷ୍ଠା। ଯାହାକୁ ନେଇ ଏବେ ଅଯୋଧ୍ୟା ପୁରା ଚଳଚଞ୍ଚଳ ହୋଇ ଉଠିଛି। ପୂଜାର୍ଚ୍ଚନାରେ ପ୍ରକମ୍ପିତ ହୋଇ ଉଠୁଛି ଅଯୋଧ୍ୟାନଗରୀ। ଆଉ ଏବେ ଅତିଥିମାନେ ମଧ୍ୟ ଅଯୋଧ୍ୟାକୁ ପହଁଚିବାକୁ ଆରମ୍ଭ କଲେଣି। ଏଇ ଭିତରେ ସୋମବାର ଅଯୋଧ୍ୟା ବିମାନ ବନ୍ଦରରେ ପହଞ୍ଚିଥିଲେ ରାମାୟଣ ଧାରାବାହିକର ରାମ ଭୂମିକାରେ ଥିବା ଅରୁଣ କୋଭିଲ ଏବଂ ସୀତାଙ୍କ ଭୂମିକାରେ ଥିବା ଦୀପିକା ଚିକିଲିଆ। କିନ୍ତୁ ଲକ୍ଷ୍ମଣ ସୁନୀଲ ରାୟଙ୍କୁ ନିମନ୍ତ୍ରଣ ଯାଇନଥିବାରୁ ତାଙ୍କର ମନରେ ଅସୁମାରୀ ଦୁଃଖ।