ଭାରତୀୟ ଦଳକୁ ମିଳିଗଲା ଦ୍ୱିତୀୟ ଯୁବରାଜ ସିଂ। ଯାହାଙ୍କ ପ୍ରଦର୍ଶନ ଦେଖି ଏବେ ଚିନ୍ତାରେ ପାଣ୍ଡ୍ୟା।

ଟିମ ଇଣ୍ଡିଆକୁ ମିଳିଲା ଦ୍ୱିତୀୟ ଯୁବରାଜ ସିଂ। ଲମ୍ବା ଲମ୍ବା ଛକା ମାରିବା ସହ ନେଉଛନ୍ତି ୱେକେଟ। ତାଙ୍କ ପ୍ରଦର୍ଶନ ଦେଖି ପାଣ୍ଡ୍ୟା ଟେନସନରେ।କାଲିର ମ୍ୟାଚ ମନେ ପକାଇ ଦେଇଛି ପୂର୍ବତନ ଭାରତୀୟ ଖେଳାଳି ଯୁବରାଜ ସିଂଙ୍କ କଥା। ଲମ୍ବା ଲମ୍ବା ଛକା ମାରିଛନ୍ତି ଏମିତି ଜଣେ ଖେଳାଳି ଯାହାଙ୍କ ପାଇଁ ଭାରତ ଆଫଗାନିସ୍ତାନକୁ ପ୍ରଥମ ମ୍ୟାଚରେ ପରାସ୍ତ କରିଛି। ଯୁବରାଜ ସିଂ ଖେଳୁଥିବା ବେଳେ ପଡ଼ିଆର କୋଣ ଅନୁକୋଣକୁ ବଡ଼ ବଡ଼ ଛକା ମାରୁଥିଲେ।

ତାଙ୍କ ବ୍ୟାଟିଂ ଦେଖିବା ପରେ ବୋଲରମାନେ ଚିନ୍ତାରେ ପଡ଼ି ଯାଉଥିଲେ। ଆଉ ତାଙ୍କ ଭଳି ସେମିତି ଜଣେ ବ୍ୟାଟ୍ସମ୍ୟାନଙ୍କୁ ଫେରି ପାଇଛି ଟିମ ଇଣ୍ଡିଆ। ସ୍ପିନ ହେଉ ବା ସ୍ପେସ କୌଣସି ବୋଲକୁ ଖାତିର କରିନଥିଲେ ସେଇ ବ୍ୟାଟ୍ସମ୍ୟାନ। ତେବେ ସେ ବ୍ୟାଟ୍ସମ୍ୟାନ ଆଉ କେହି ନୁହନ୍ତି ସେ ହେଉଛନ୍ତି ଶିବମ ଦୁବେ।ଗତ କାଲି ଖେଳାଯାଇଥିଲା ଭାରତ ଓ ଆଫଗାନିସ୍ତାନ ପ୍ରଥମ ଟି-୨୦ ମ୍ୟାଚ। ଟିମ ଇଣ୍ଡିଆ ପାଇଁ ହିରୋ ସାଜିଥିଲେ। ପ୍ରଥମେ ବୋଲିଂରେ ଘାଣ୍ଟିଲେ ପରେ ବ୍ୟାଟିଂରେ ପିଟି ଚାଲିଲେ। ଶେଷରେ ଦଳକୁ ଜିତାଇ ଦେଇଥିଲେ ଶିବମ। ଏଇ ମ୍ୟାଚରେ ମୋଟ ୭ ଟି ବାଉଣ୍ଡରୀ ମାରିଥିଲେ ଦୁବେ। ଯେଉଁଥିଲେ ୨ ଟି ଛକା ଓ ୫ ଟି ଚୌକା ସାମିଲ ରହିଥିଲା।

ପ୍ରଥମ ଛକା ଶବ୍ଦରେ ପୁରା ଷ୍ଟାଡିୟମରେ ଗୁଜରଣ ସୃଷ୍ଟି ହୋଇଥିଲା।ବନ୍ଧୁଗଣ ଆପଣଙ୍କଙ୍କର ମନେ ଥିବ ଯୁବରାଜ ସିଂ ଯେତେବେଳେ ଟିମ ଇଣ୍ଡିଆରେ ଖେଳୁଥିଲେ ସେତେବେଳେ ତାଙ୍କ ଛକା ଦେଖିବା ପାଇଁ ଟିମ ଇଣ୍ଡିଆ ପ୍ରେମୀ ମାନେ ଚାହିଁ ରହୁଥିଲେ। ଆଉ ଯୁବରାଜ ଅବସର ନେବା ପରେ ଟିମ ଇଣ୍ଡିଆକୁ ସେମିତି ବାମହାତୀ ବ୍ୟାଟ୍ସମ୍ୟାନ ମିଳିନଥିଲା। ଆଉ ଏବେ ଶିବମ ଦୁବେଙ୍କ ଖେଳ ଦେଖିବା ପରେ ଏବେ ଲୋକମାନେ କହୁଛନ୍ତି କୁଆଡେ ଯୁବରାଜ ସିଂ ଦଳକୁ ଫେରିଛନ୍ତି।

ବିଶ୍ୱକପ ପୂର୍ବରୁ ଭାରତ ପାଇଁ ଆଫଗାନିସ୍ତାନ ବିପକ୍ଷ ସିରିଜ ଏବେ ଶେଷ ସିରିଜ ହେବାକୁ ଯାଉଛି। ଏହି ସିରିଜ ପରେ ମେ ମାସରୁ ଆରମ୍ଭ ହେବ ଆଇପିଏଲ। ଯଦି ଶିବମ ଦୁବେ ଆଗାମୀ ମ୍ୟାଚ ଓ ଆଇପିଏଲରେ ଭଲ ପ୍ରଦର୍ଶନ କରନ୍ତି ତେବେ ତାଙ୍କୁ ବିଶ୍ୱକପ ଟିମରେ ସାମିଲ କରାଯାଇପାରେ।ଅନ୍ୟ ପଟେ ହାର୍ଦ୍ଦିକଙ୍କ ଟେନସନ ବଢିବ। କାରଣ ଦୁବେ ମିଡିୟମ ଫାଷ୍ଟ ବୋଲିଂ ସହ ବ୍ୟାଟିଂ କରନ୍ତି ଏବଂ ପାଣ୍ଡ୍ୟା ମଧ୍ୟ ଫାଷ୍ଟ ବୋଲିଂ ସହ ବ୍ୟାଟିଂ କରନ୍ତି।

ତେଣୁ ଯଦି ଦୁବେଙ୍କ ପ୍ରଦର୍ଶନ ଭଲ ରହେ ତେବେ ପାଣ୍ଡ୍ୟାଙ୍କୁ ତାଙ୍କ ସହ କମ୍ପିଡ଼ିସନ କରିବାକୁ ପଡିବ। ଆଉ ଯିଏ ଭଲ ଖେଳିବ ତାକୁ ଭାରତୀୟ ଦଳରେ ବିଶ୍ୱକପ ଟିମ ପାଇଁ ଚୟନ କରାଯିବ।ତେବେ ଦେଖିବାକୁ ବାକି ରହିଲା ଉଭୟଙ୍କ ଖେଳକୁ ନେଇ ଏବେ କ୍ରିକେଟ ପ୍ରେମୀମାନେ କଣ ଚିନ୍ତା କରୁଛନ୍ତି। ତାହା ସହ ବିଶ୍ୱକପ ଟି-୨୦ ୱାର୍ଡରେ ସ୍ଥାନ ପାଉଛନ୍ତି କି ନାହିଁ।

Leave a Reply

Your email address will not be published. Required fields are marked *