ଆତ-ଙ୍କବାଦୀଙ୍କ ଟାର୍ଗେ-ଟରେ ରାମ ମନ୍ଦିର ଓ ରାଜନେତା l ଗୁଇନ୍ଦା ବିଭାଗ କଲା ସ-ତର୍କ… ।
ଆତ-ଙ୍କବାଦୀଙ୍କ ଟାର୍ଗେ-ଟ୍ରେ ରାମ ମନ୍ଦିର ଓ ନିମନ୍ତ୍ରିତ ବଡ଼ ବଡ଼ ରାଜନେତା ମାନେ । ଯାହାକୁ ନେଇ ଉଦ୍ଘାଟନ ପୂର୍ବରୁ ସତର୍କ କରାଇଲା ଗୁଇନ୍ଦା ବିଭାଗ । ଯେତେବେଳେ ଆସନ୍ତା ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିରରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ, କ୍ଷୀରି ପୁରିରେ ଅଯୋଧ୍ୟା ଭାସିବ ଠିକ୍ ସେତିକି ବେଳେ ଏମିତି ଏକ ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ପୂରା ଅଯୋଧ୍ୟା ଉତ୍ସଵ ମୁଖର ହୋଇ ଉଠିଥିବା ବେଳେ ଏହା ପୂର୍ବରୁ ଆତ-ଙ୍କବାଦୀ ଆକ୍ର-ମଣ ଖବର ସାମ୍ନାକୁ ଆସିବା ପରେ ଚାରିଆଡେ ହାଇ ଆଲର୍ଟ ଜାରି ହୋଇଛି ।
ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ହେବାକୁ ଥିବା ପ୍ରତିଷ୍ଠିତ ବ୍ୟକ୍ତି ଓ ରାଜନେତାଙ୍କୁ ଟା-ର୍ଗେଟ କରାଯାଇପାରେ । କିଛି ନିର୍ଦ୍ଦିଷ୍ଟ ଲୋକଙ୍କ ଜରିଆରେ ଏହି ଆକ୍ରମଣ କରିବାକୁ ଆତ-ଙ୍କବାଦୀ ସଙ୍ଗଠନ ଓ ଆଇଏସଆଇ ଯୋଜନା କରୁଥିବା ନେଇ ଗୁଇନ୍ଦା ବିଭାଗ ସ-ତର୍କ କରିଛି । ଆଲର୍ଟ ପରେ କେନ୍ଦ୍ରୀୟ ଏଜେନ୍ସି କିଭଳି ଏହି ବିପ-ଦକୁ ସାମ୍ନା କରାଯିବ ସେ ନେଇ ସମସ୍ତ ସୁରକ୍ଷା ଯାଞ୍ଚ ଏଜେନ୍ସିଙ୍କ ସହ ମିଳିତ ଭାବେ ବୈଠକ କରିଛି । ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ବେଳେ ଯେପରି କୌଣସି ଅଘ-ଟଣ ନ ଘଟେ ସେଥିପାଇଁ ନିୟୋଜିତ ଥିବା ସମସ୍ତ ସୁର-କ୍ଷା ଏଜେନ୍ସିଗୁଡିକୁ ଆଲର୍ଟ କରାଯାଇଛି ।
କୌଣସି ସନ୍ଦେ-ହଜନକ ଜିନିଷ ଦେଖିଲେ କିମ୍ବା କାହା ଉପରେ ସନ୍ଦେହ ହେଲେ ତୁରନ୍ତ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାମମନ୍ଦିରର ଉଦଘାଟନ ପାଇଁ ଅଯୋଧ୍ୟାରେ ସୁର-କ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି । ସିସିଟିଭି ଜରିଆରେ ପୂରା ଅଞ୍ଚଳ ଉପରେ କଡ଼ା ନଜର ରଖାଯାଇଛି । ଅଯୋଧ୍ୟାର ୟେଲୋ ଜୋନ୍ରେ ଏଆଇ ଆଧାରିତ କ୍ୟାମେରା ଲଗାଯାଇଛି । ଏହି କ୍ୟାମେରାରେ ଚେହେରା ଚିହ୍ନଟ ହେବା ସହ ସମସ୍ତ ତଥ୍ୟକୁ ବେଶ ସହଜରେ ଜାଣି ହେବ । ଏହାର ପରିଚାଳନା ପାଇଁ ଏକ ସ୍ୱତନ୍ତ୍ର କ୍ୟାମ୍ପ ଖୋଲାଯାଇ ପୂରା ସହର ଉପରେ ନଜର ରଖାଯାଉଛି ।
ବନ୍ଧୁଗଣ ସୂଚନାଯୋଗ୍ୟ ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିରର ଉଦ୍ଘାଟନ ହେବ । ମନ୍ଦିର ଭିତରେ ବିରାଜମାନ କରିବେ ରାମଲଲା । ଏଥିପାଇଁ ବେଶ୍ ଉତ୍ସବମୁଖର ହୋଇଉଠିଛି ପୂରା ଅଯୋଧ୍ୟା ନଗରୀ । ଦେଶର ବିଭିନ୍ନ ସ୍ଥାନରୁ ଅଯୋଧ୍ୟାକୁ ଅଗଣିତ ଭକ୍ତ ଆସୁଛନ୍ତି । ସେହିପରି ଦେଶର ଅନେକ ପ୍ରତିଷ୍ଠିତ ବ୍ୟକ୍ତି, ରାଜନେତା ଓ ଅଭିନେତା ମଧ୍ୟ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବେ। ଏଥିପାଇଁ ସମସ୍ତଙ୍କୁ ବ୍ୟକ୍ତିଗତ ଭାବେ ଆମନ୍ତ୍ରିତ କରାଯାଇଛି ।