ଅଙ୍କିତାଙ୍କ ସହ ଦିନକୁ ୧୮ ଘଣ୍ଟା ବିତାଉଛି ହେଲେ…

ଗୋଟେ ଭଲ ମଣିଷ ହବା ଦରକାର। ଆମେମାନେ ନିଜକୁ ପ୍ରୁଫ୍ କରୁ କି ଓଡ଼ିଆ ପିଲା ବି ବହୁତ୍ ଭଲ କାମ କରିବେ। ଯେତିକି ଭଗବାନ୍ ଚାହିଁବେ ଆମେ କରୁ। ମୋ ମାମା ସେଠି, ମୁଁ ଏଠି। ଆଜିକାଲି ଏମିତି କଉଁ ଝିଅ ମିଳିବ କେବଳ ଶାଶୁ ସେବା କରିବା ପାଇଁ ଶାଶୁ ଶଶୁରଙ୍କ ସହିତ ରହିବ। ସିଏ ଚାହିଁବନି ତାର ଦାମ୍ପତ୍ୟ ଲାଇଫ ବଞ୍ଚୁ ବୋଲି। ମୋର ବୋଣ୍ଡିଂ କେବଳ ଜଣଙ୍କ ସହିତ ଲାଇଫରେ ହବନି ନା ପାଞ୍ଚ ଜଣଙ୍କ ସହିତ ହେଇଗଲା , ତା ମାନେ କଣ ମୁଁ ପାଞ୍ଚ ଜଣଙ୍କୁ ବାହା ହେବା ନିହାତି ଜରୁରୀ।

ବୋଣ୍ଡିଂ ଏଜ୍ ଫ୍ରେଣ୍ଡ୍ ହେଇପାରେ,ବୋଣ୍ଡିଂ ଏଜ୍ ବୋଡି ହେଇପାରେ,ବୋଣ୍ଡିଂ ଏଜ୍ ଭାଈ ଭଉଣୀ ହେଇପାରେ। ମୋର ଯେଉଁ ଭଉଣୀ ଅଛନ୍ତି ମଧୁ ତାଙ୍କ ସହ ବୋଣ୍ଡିଂ ଅଛି, ଛନ୍ଦିତା ମ୍ୟାମ୍ ଅଛନ୍ତି ତାଙ୍କ ସହ ଭଲ ବୋଣ୍ଡିଂ ଅଛି। ତା ମାନେ ନୁହେଁ ଯେ ମୁଁ ସମସ୍ତଙ୍କ ସହିତ ସମ୍ପର୍କ ବନେଇବି। ଆମେ ଯେତେବେଳେ ଅନ୍ ସ୍କ୍ରିନ୍ ଦେଖୁ ଆମେ ବିଶ୍ବାସ କରୁ କି ହଁ ସେମାନେ ରିଏଲ୍ ଲାଇଫ୍। ଏଇଟା ଲୋକମାନଙ୍କର ଭୋଲା ପଣ । ଭାଈ ମାନେ ନୁହେଁ କି ତମେ ସତରେ ରାକ୍ଷୀ ପିନ୍ଧେଇବ।

ଜରୁରୀ ନୁହେଁ କି ମୋ ବାହାଘର ହେଲେ ସେ ଆସିକି ନଣନ୍ଦ ପୁଟୁଳି ନବ। ଯେହେତୁ ମୁଁ ତାଠୁ ବୟସରେ ବଡ଼ ଆଉ ସିନିଅର୍ ହିସାବରେ ଏକ୍ସଟ୍ରା କାମ କରିଛି ତ ସେଥିପାଇଁ ସେ ମୋତେ ଭାଇ ଡାକେ। ଆଉ ଭୁଲ୍ କିଏ ନକରେ ମୁଁ ବି ଭୁଲ୍ କରେ , ମୋ ଦ୍ଵାରା ବି ବହୁତ୍ ଭୁଲ୍ ହୁଏ। ଭୁଲ୍ କେତେବେଳେ ହୁଏ ଯେତେବେଳେ ତମେ ଚେଷ୍ଟା କରୁଛ ସେତେବେଳେ ବହୁତ୍ ଗୁଡ଼ା ଭୁଲ ହୁଏ ଆଉ ତମେ ଯଦି କିଛି କରିବନି ତାହାଲେ ଭୁଲ୍ ହବ ହିଁ ନାହିଁ। କିଛି କରୁନ ତ ଭୁଲ୍ କାହିଁକି ହବ।

ଭୁଲରୁ କାହାକୁ କିଛି ଜଜ୍ କରିବା ଉଚିତ୍ ନୁହଁ। ମାନସଙ୍କର ବହୁତ୍ କିଛି ଡ୍ରିମ୍ ଅଛି। ଜୀବନ ତ କେତେ ଦିନର ଜାଣେନି କିନ୍ତୁ ମୁଁ ଚାହେଁ କି ଯେତେଦିନ ବି ରୁହେ ଲୋକମାନଙ୍କୁ ବହୁତ୍ ମାତ୍ରାରେ ଏଣ୍ଟରଟେଣ୍ଟ କରାଏ। ମୁଁ ନିଜେ ଶିଖେ ଆଉ ଭେରାଇଟି ଭେରାଇଟିର କ୍ୟାରକ୍ଟର କରିବାକୁ ଚାହୁଁଛି। ମୁଁ ଚାହିଁବି ଆହୁରି ଭଲ କାମ କରିବି।

ଆମେ ଜାଣିନୁ ଯେ ମୁଢ଼ିକୁ ଆମେ ଏତେ କାହିଁକି ଭଲ ପାଉ କିନ୍ତୁ ମୁଁ ଯେତେବେଳେ ଦିଲ୍ଲୀରେ ଥିଲି ମୁଁ ମୋ ନିଜ ଫ୍ୟାମିଲିକୁ ଯେତେ ମିସ୍ କରୁ ନଥିଲି ମୁଁ ମୁଢ଼ିକୁ ସେତେ ମିସ୍ କରୁଥିଲି। ମୁଁ ବିଶ୍ୱାସ କରେ କି ଖୁସି ରହିବା ଭଳିଆ କାମ କରିବା। ଏବଂ ଜଲଦିବାଜ୍ କରିକି କିଛି ଲାଭ ନାହିଁ। ମୁଁ କେମିତି ଚାହୁଁଛି ଭାବିଲେ ମିଳିଲେ ହବନି। ମୋତେ ଯେତେବେଳେ ଲୋକ ପଚାରନ୍ତି କି ତମକୁ କେମିତି ଝିଅ ଦରକାର, ମୁଁ କୁହେ କି ମୋ ସହିତ ଅଣ୍ଡରଷ୍ଟେଣ୍ଡିଂ ମ୍ୟାଚ୍ କରୁଥିବା ବାସ୍ ସେମିତି ଗୋଟେ ଝିଅ ଦରକାର। ଗୋଟେ ହାପି ଲାଇଫ ବଞ୍ଚିବାର ଅଛି। କେମିତି ଗୋଟେ ଖୁସିରେ ରହିବା। ସୁଖ ସମୟରେ ବି ଗର୍ବରେ ସାଥିରେ ଚାଲିବ।

ଆଉ ଦୁଃଖ ସମୟରେ ହାତ ଛାଡ଼ିବନି। ମୁଁ ସେମିତି ଝିଅ ଚାହୁଁଛି। ଗୋଟେ ଆକ୍ଟରକୁ ଭଲ ପାଇବା ନିହାତି ଦରକାର। ଭଲ ପାଇବା ମାନେ ନୁହଁ କି ଗୋଟେ ଝିଅ ପୁଅକୁ ଭଲ ପାଇବ ,ପୁଅ ପୁଅକୁ ଭଲ ପାଇବ, ଝିଅ ଝିଅକୁ ଭଲ ପାଇବ ସବୁ ରକମର ଭଲ ପାଇବାକୁ ଭଲ ପାଇବା କୁହାଯାଏ। ମୋତେ ଗୋଟେ ଆକ୍ଟିଂ କରିବାର ଅଛି ସେଥିରେ ମୁଁ ଯଦି ଭଲ ପାଇନି, ମୁଁ କହିବି ମୁଁ ତ ଭଲ ପାଇନି ମୁଁ କେମିତି ରୋମାନ୍ସ କରିବି। ନାଁ ସେମିତିଆ ହୁଏନି। ସେ ଦେଖିବା ପାଇଁ ଠିକ୍ ନାହିଁ ଚଳିବ କିନ୍ତୁ ଗୋଟେ ଭଲ ମଣିଷ ହେବା ଦରକାର୍। ଲୁକ୍ ମ୍ୟାଟର୍ କରେନି କିନ୍ତୁ ଲୁକ୍ ସହିତ ଭଲ ମଣିଷ ପଣିଆ ବେଶୀ ମ୍ୟାଟର୍ କରେ ମୋ ନଜରରେ।

Leave a Reply

Your email address will not be published. Required fields are marked *