ଅଳ୍ପ ଦିନରେ ସୁନାରେ ଛାଉଣୀ ହୋଇଯିବ ରାମ ମନ୍ଦିର । ମନ୍ଦିରରେ ଲାଗିବ ୪୨ଟି ସୁନାର କବାଟ ।

୫ ହଜାର କୋଟିରୁ ଅଧିକ ଦାନ ମିଳିଲାଣି ରାମ ମନ୍ଦିରକୁ । ମନ୍ଦିରରେ ଲାଗିବ ୧୦୦ କେଜିର ୪୨ଟି ସୁନା କବାଟ । ସାମ୍ନାକୁ ଆସିଲା ପ୍ରଥମ ସୁନା କବାଟର ଚିତ୍ର । ଦାନ ପରେ ଦାନ ମିଳିବାରେ ଲାଗିଛି । ମନଖୋଲି ଦାନ କରୁଛନ୍ତି ଭକ୍ତମାନେ । କୋଟି କୋଟି ଟଙ୍କାର ଦାନ ମିଳିଲାଣି । ଏତେ ଦାନ ମିଳିଲାଣି ଯେ ସମ୍ପୂର୍ଣ ମନ୍ଦିର ଅଳ୍ପ ଦିନରେ ପୂରା ସୁନା ପାଲଟିଯିବ ।

ହଁ ଦର୍ଶକବନ୍ଧୁ ରାମ ମନ୍ଦିରରେ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଯେତେ ପାଖେଇ ଆସୁଛି । ଲୋକମାନଙ୍କ ମଧ୍ୟରେ ସେତେ ଆଗ୍ରହ ଦେଖିବାକୁ ମିଳିଛି । ଆସନ୍ତା ୨୨ ତାରିଖରେ ରାମ ମନ୍ଦିରରେ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଅନୁଷ୍ଠିତ ହେବ ବୋଲି ଦିନ ଧାର୍ଯ୍ୟ କରାଯାଇଛି । ଯାହା ପାଇଁ ଗାଁ ଠାରୁ ଆରମ୍ଭ କରି ସହରର ଲୋକମାନଙ୍କ ମଧ୍ୟରେ ଗୋଟେ ଅନନ୍ୟ ଖୁସି ଦେଖିବାକୁ ମିଳିଛି । ଚଳଚଞ୍ଚଳ ହୋଇପଡିଛି ଅଯୋଧ୍ୟା ନଗରୀ । ତେବେ ଅଯୋଧ୍ୟାରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି । ମନ୍ଦିର ନିର୍ମାଣ ପାଇଁ ଦେଶ ବିଦେଶରୁ ଶ୍ରଦ୍ଧାଳୁମାନେ ହୃଦୟ ଖୋଲି ଦାନ ପ୍ରଦାନ କରି ଆସୁଛନ୍ତି।

ବର୍ତ୍ତମାନ ସୁଦ୍ଧା ୫ ହଜାର କୋଟି ଟଙ୍କାରୁ ଅଧିକ ଦାନ ମିଳିଲାଣି । ଯେତେବେ‌ଳେ ରାମ ମନ୍ଦିର ପାଇଁ ଶିଳାନ୍ୟାସ ରଖାଗଲା ସେତେବେଳେ କେହି ଭାବି ନଥିଲେ ଯେ ଏତେ ମାତ୍ରାରେ ଦାନ ମିଳିବ ଓ ଆଉ ସେହି ଦାନର ସୁଧ ଅର୍ଥରେ ମଧ୍ୟ ମନ୍ଦିରର ପ୍ରଥମ ମହଲା ନିର୍ମାଣ ହୋଇଯିବ । ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସୂଚନା ଅନୁଯାୟୀ, ମନ୍ଦିରର ସମର୍ପଣ ପାଣ୍ଠି ଆକାଉଣ୍ଟକୁ ବର୍ତ୍ତମାନ ସୁଦ୍ଧା ୩୨୦୦ କୋଟି ଟଙ୍କା ମିଳିଛି ।

ତେବେ ପୂର୍ବରୁ ଦେଶର ୧୧ କୋଟି ଲୋକଙ୍କ ଠାରୁ ୯୦୦ କୋଟି ଟଙ୍କା ସଂଗ୍ରହ ଲକ୍ଷ୍ୟ ରଖାଯାଇଥିଲା । କିନ୍ତୁ ଡିସେମ୍ବର ସୁଦ୍ଧା ୫ ହଜାର କୋଟି ଟଙ୍କାରୁ ଅଧିକ ଦାନ ମିଳି ସାରିଛି । ଟ୍ରଷ୍ଟର ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ୧୮ କୋଟି ରାମଭକ୍ତ ୩ଟି ବ୍ୟାଙ୍କର ସମର୍ପଣ ପାଣ୍ଠିରେ ପାଖାପାଖି ୩୨୦୦ କୋଟି ଟଙ୍କା ଜମା କରିଛନ୍ତି । ତେବେ ଇତି ମଧ୍ୟରେ ସୁନାର କବାଟ ସ୍ଥାପନ କରାଯାଇଛି । ଗର୍ଭଗୃହର ଉପର ମହଲାରେ ଥିବା ଏହି କବାଟର ଉଚ୍ଚତା ୧୨ ଫୁଟ ଓ ୮ ଫୁଟ ଚଉଡ଼ା ରହିଛି । ଆସନ୍ତା ୩ ଦିନ ମଧ୍ୟରେ ମନ୍ଦିରରେ ଆହୁରି ୧୩ଟି ସୁନା କବାଟ ଲାଗିବାକୁ ଥିବାବେଳେ ପ୍ରଥମ ସୁନା କବାଟ ଲାଗିବାର ଫୋଟୋ ସମସ୍ତେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *