ରାମ ମନ୍ଦିର ପ୍ରତିଷ୍ଠା ପଛରେ ଥିଲା ଏହି ଦିବ୍ୟ ମାଙ୍କଡ଼ର ହାତ…କୋର୍ଟରେ ନବସିଥିଲେ ରାୟ ହୋଇ ପାରିନଥାନ୍ତା।
ହନୁ ମାଙ୍କଡ଼ ସମ୍ଭବ ହୋଇଛି ରାମ ମନ୍ଦିର ପ୍ରତିଷ୍ଠା।କୋର୍ଟରେ ରାୟକୁ ସଫଳ କରାଇଥିଲେ କଳା ହନୁ ମାଙ୍କଡ଼। କିଛି ନଖାଇ କୋର୍ଟର ଛାତ ଉପରେ ଜଗି ରହିଥିଲେ। ଆଉ ମାତ୍ର କିଛିଦିନର ଅପେକ୍ଷା। ଜାନୁଆରୀ ୨୨ ତାରିଖରେ ପ୍ରତିଷ୍ଠା ହେବାକୁ ଯାଉଛି ରାମ ମନ୍ଦିର। ବହୁ ବର୍ଷର ଅପେକ୍ଷା ଏବେ ଶେଷ ହୋଇଛି।
କିନ୍ତୁ ଏହା ପଛରେ ଜଣେ କଳା ହନୁ ମାଙ୍କଡ଼ର ରହିଛି ମୁଖ୍ୟ ଭୂମିକା। ଯଦି ସେଦିନ ମାଙ୍କଡ଼ କୋର୍ଟର ଛାତ ଉପରେ ବସି ନଥାନ୍ତା ତାହେଲେ ବୋଧେ ଆଜି ରାମ ମନ୍ଦିର ପ୍ରତିଷ୍ଠା ହୋଇ ପାରିନଥାନ୍ତା। ସେଦିନ ବୋଧେ ହନୁମାଙ୍କଡ଼ ବେଶରେ ଆସିଥିଲେ ଭଗବାନ ହନୁମାନ। ଯେଉଁଥି ପାଇଁ ରାୟ ଶୁଣେଇବାକୁ କୋର୍ଟକୁ ବହୁତ ସହଜ ହୋଇଥିଲା।
ଦିନ ଥିଲା ୧୯୮୬ ମସିହା ରାମଲଲାଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ୨୦୧୯ ରେ ପଥ ପରିଷ୍କାର ହୋଇଥିଲା। କିନ୍ତୁ ଏହି ଲଢେ଼ଇର ପ୍ରଥମ ସଫଳତା ମିଳିଥିଲା ୧୯୮୬ ମସିହାରେ। ଯେତେବେଳେ ବାପରି ମସଜିଦର ତାଲା ଖୋଲିବା ପାଇଁ କୋର୍ଟ ରାୟ ଦେଇଥିଲେ। ଆଉ ଏହି ରାୟ ପଛରେ ରହିଥିଲା କଳା ରଙ୍ଗର ହନୁମାଙ୍କଡ଼ର ମୁଖ୍ୟ ଭୂମିକା।
ଏହା ଆମେ ନୁହେଁ ଆଜ୍ଞା ସେତେବେଳେ ରାୟ ଶୁଣେଇଥିବା ବିଚାରପତି କହିଥିଲେ। ହୋଇଯାବାଗ ଜିଲ୍ଲା କୋର୍ଟରେ ଶୁଣାଣି ଚାଲିଥିଲା କି ବାବରୀ ମସଜିଦର ତାଲା ଖୋଲିବା ପାଇଁ। ଆଉ ସେହି ସମୟରେ ଏକ ମାଙ୍କଡ଼ କୋର୍ଟ ମଧ୍ୟକୁ ପ୍ରବେଶ କରି କୋର୍ଟର ଛାତ ଉପରେ ବସି ରହିଥିଲା। ପୁରା ଦିନ ତମାମ ଆଖିଆ ଅପିଆ ଗୋଟିଏ ସ୍ଥାନରେ ବସି ରହିଥିଲା।ଆଉ ଯେତେବେଳେ କୋର୍ଟ ରାୟ ଦେଇଥିଲେ ବାବରୀ ମସଜିଦର ଗେଟ ଖୋଲିବା ପାଇଁ ସେତେବେଳେ ମାଙ୍କଡ଼ଟିଏ ସେଠାରୁ ପୋଲାଇଥିଲା। ଏମିତି ସବୁ ଘଟଣାକୁ ବିଚାରପତି କୃଷ୍ଣ ମହୋନ ପାଣ୍ଡେ ତାଙ୍କର ଆତ୍ମଜୀବନୀ ଭଏସ ଅଫ କନସାଇନସରେ ଲେଖିଛନ୍ତି।
ସେ ଆହୁରି ମଧ୍ୟ ଲେଖିଛନ୍ତି କି ମାଙ୍କଡ଼ଟିକୁ ଯେତେ ଘଉଡାଇବାକୁ ଚେଷ୍ଟା କରିଥିଲେ ସୁଧା ମାଙ୍କଡଟି ସେଠାରୁ ଯାଇନଥିଲା। ଏହା ପରେ ବିଚାରପତି ଯେତେବେଳେ ତାଙ୍କ ଘରକୁ ଯାଇଥିଲେ ସେଠାରେ ମଧ୍ୟ ତାଙ୍କ ଘର ସାମ୍ନାରେ ବସି ରହିଥିଲା ମାଙ୍କଡ଼। ଯାହା ପରେ ବିଚାରପତି ଦିବ୍ୟ ମାଙ୍କଡ଼ଟିକୁ ମୁଣ୍ଡିଆ ମାରିଥିଲେ।ପାଣ୍ଡେ ଏହା ମଧ୍ୟ ଲେଖିଛନ୍ତି କି ବୋଧେ କୋର୍ଟ ରାୟକୁ ପ୍ରଭାବିତ କରିବାରେ ଗୁପ୍ତ ମାଙ୍କଡ଼ର ରହସ୍ୟ ଅଲୌକିକ ପ୍ରଭାବ ରହିଥିଲା। ଯାହା ପରେ ମାଙ୍କଡ଼ଟି ଆଉ ବିଲକୁଲ ବି ଦେଖିବାକୁ ମିଳିନଥିଲା।