ଭାରତ ସହ ଉଖାରିହେବା ମାଳଦ୍ୱୀପକୁ ପଡିଲା ମହଙ୍ଗା..

ଭାରତ ସହ ଲାଗିବା ମାଳଦ୍ଵୀପକୁ ପଡ଼ିଲା ମହଙ୍ଗା। ଭାରି ପଡ଼ିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆକ୍ଷେପ। ଏବେ ପାକିସ୍ଥାନ ପରି ଦେବାଳିଆ ହୋଇଯିବ ମାଳଦ୍ଵୀପ। ହଁ ଦର୍ଶକ ବନ୍ଧୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଆପତ୍ତି ଜନକ ମନ୍ତବ୍ୟ ଦେବା ମାଳଦ୍ଵୀପକୁ ମହଙ୍ଗା ପଡ଼ିଛି। ସୋଡ଼ିଆଲ ମିଡ଼ିଆରେ ମାଳଦ୍ଵୀପକୁ ବହିସ୍କାର ଦାବି ଜୋରଦାର ହେବା ପରେ ଏବେ ଭାରତୀୟ ଟ୍ରାଭେଲ୍ କମ୍ପାନୀ ଗୁଡ଼ିକ ମାଳଦ୍ଵୀପର ବିମାନ ଏବଂ ହୋଟେଲ ବୁକିଂ ସବୁ କାନ୍ସେଲ୍ କରି ଦେଇଛନ୍ତି। ମାଳଦ୍ଵୀପର ମନ୍ତ୍ରୀମାନେ ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆକ୍ଷେପ କରିବା ପ୍ରସଙ୍ଗ ନେଇ ଭାରତ ସରକାରଙ୍କ ପକ୍ଷରୁ ମାଳଦ୍ଵୀପ ରାଷ୍ଟ୍ରଦୂତଙ୍କୁ ସମନ୍ ପଠା ଯାଇଥିଲା। ଆଉ ଏହା ପରେ ତୁରନ୍ତ ମାଳଦ୍ଵୀପ ହାଇ କମିଶନର ଇବ୍ରାହିମ୍ ସାହିଦ୍ ଦିଲ୍ଲୀର ବୈଦେଶିକ ମନ୍ତ୍ରଣାଳୟରେ ପହଞ୍ଚିଥିଲେ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଅପମାନ ଜନକ ମନ୍ତବ୍ୟକୁ ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଇବ୍ରାହିମ୍ ସାହିଦଙ୍କୁ ତାଗିଦ୍ କରିଥିଲା ଭାରତ। ଆଉ ଏହାପରେ ମାଳଦ୍ଵୀପ ସରକାର ତୁରନ୍ତ ଆପତ୍ତି ଜନକ ଟିପ୍ପଣୀ ଦେଇଥିବା ତାଙ୍କର ତିନି ଜଣ ମନ୍ତ୍ରୀଙ୍କୁ ସସପେଣ୍ଡ୍ କରିଥିବା ଖବର ମିଳିଛି। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲାଛାଦୀନ ଗସ୍ତ ସମୟର କିଛି ଫୋଟୋ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ୍ ହୋଇଥିଲା। ସେଠାରେ ସମୁଦ୍ର ବେଳାଭୂମିରେ ବୁଲୁଥିବା ସମୟର କିଛି ଫୋଟୋ ସେୟାର୍ କରିବା ସହ ଲାଛାଦୀନ ଏକ ସୁନ୍ଦର ସ୍ଥାନ ଏବଂ ଏଠାକୁ ଭ୍ରମଣରେ ଆସିବା ପାଇଁ ଭାରତୀୟ ମାନଙ୍କୁ ଅପିଲ୍ କରିଥିଲେ ପ୍ରଧାନମନ୍ତ୍ରୀ। ସୋସିଆଲ ମିଡ଼ିଆରେ ମଧ୍ୟ ବହୁ ସଂଖ୍ୟାରେ ୟୁଜରସ୍ ଲାଛାଦୀନକୁ ମାଳଦ୍ଵୀପ ସହ ତୁଳନା କରିଥିଲେ।

ଏବଂ ଏହା ଖୁବ୍ ସୁନ୍ଦର ସ୍ଥାନ ବୋଲି କହିଥିଲେ। ଏହାପରେ ମାଳଦ୍ଵୀପର କ୍ୟାବିନେଟ୍ ମନ୍ତ୍ରୀ ମ୍ୟାରିଅମ୍ ସିଉନା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆକ୍ଷେପ କରି ଟ୍ରିଟ୍ କରିଥିଲେ। ମାଳଦ୍ଵୀପର ଯୁବା ସଶକ୍ତି କରଣ ଉପମନ୍ତ୍ରୀ ତଥା ମାଲେଶ୍ ସିଟି କାଉନସିଲର ମୁଖପାତ୍ର ଭାବେ କାର୍ଯ୍ୟ କରୁଥିବା ମ୍ୟାରିଅମ୍ ସିଉନା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜୋକର୍ କହିବା ସହ ଲାଛାଦୀନକୁ ମାଳଦ୍ଵୀପ ସହ ତୁଳନା କରାଯାଉଥିବାରୁ ପରିହାସ କରି ମନ୍ତବ୍ୟ ଦେଇଥିଲେ। ଖାଲି ସେତିକି ନୁହେଁ ତାଙ୍କ ପରେ ପରେ ମାଳଦ୍ଵୀପର ଅନ୍ୟ ଦୁଇଜଣ ମନ୍ତ୍ରୀ ମାଲସା ସରିଫ୍ ଏବଂ ମହଜୁମ୍ ମାଜିଦ୍ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆକ୍ଷେପ କରି ଟ୍ୱିଟ୍ କରିଥିଲେ।

ଏହା ସହ ତାଙ୍କ ଦେଶର ଅନ୍ୟ ଜଣେ ରାଜନେତା ଯାହିଦ୍ ରମିଜ୍ ମଧ୍ୟ ସମାନ ଢଙ୍ଗରେ ଟ୍ୱିଟ୍ କରି ମୋଦିଙ୍କ ଲାଛାଦୀନ ଭ୍ରମଣକୁ ଆକ୍ଷେପ କରିଥିଲେ। ତେବେ ଏହି ପ୍ରସଙ୍ଗକୁ ନେଇ ଭାରତ ସରକାର ମାଳଦ୍ଵୀପର ମହମ୍ମଦ ମୁଇଜୁ ସରକାରଙ୍କ ପାଖରେ ଉଠାଇ ଥିଲେ। ଆଉ ଜବାବରେ ମାଳଦ୍ଵୀପ ସରକାରଙ୍କ ପକ୍ଷରୁ କୁହାଯାଇଥିଲା କି ଏହା ମନ୍ତ୍ରୀମାନଙ୍କ ବ୍ୟକ୍ତିଗତ ମତ। ସେମାନଙ୍କ ମତ ମାଳଦ୍ଵୀପ ସରକାରଙ୍କ ବିଚାରକୁ ପ୍ରତିନିଧିତ୍ଵ କରୁନାହିଁ। ହେଲେ ଏଭଳି ଜବାବରେ କିନ୍ତୁ ସନ୍ତୁଷ୍ଟ ହୋଇ ନଥିଲେ ଭାରତ ସରକାର। ମାଳଦ୍ଵୀପରେ ଅବସ୍ଥାପିତ ଭାରତୀୟ ହାଇ କମିଶନର ମୁନୁ ମହୱର୍ ଏଭଳି ଉତ୍ତରକୁ ନେଇ ଦୃଢ଼ ଆପତ୍ତି ଦର୍ଶାଇଥିଲେ। ଆଉ ଭାରତର କଠୋର ଆଭିମୁଖ୍ୟ ଦେଖି ମାଳଦ୍ଵୀପ ସରକାର ତୁରନ୍ତ ପଦକ୍ଷେପ ନେବା ସହ ତିନି ଜଣ ମନ୍ତ୍ରୀଙ୍କୁ ନିଲମ୍ବିତ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଆପତ୍ତି ଜନକ ଟିପ୍ପଣୀ ଦେଇଥିବା ମାଳଦ୍ଵୀପର ତିନି ଜଣ ମନ୍ତ୍ରୀ ମ୍ୟାରିଅମ୍ ସିଉନା,ମହଜୁମ୍ ମାଜିଦ୍ ଏବଂ ମାଲସା ସରିଫକୁ ମୁଇଯୁ ସରକାର୍ ସସପେଣ୍ଡ କରିଛନ୍ତି। ତେବେ ମାଳଦ୍ଵୀପର ପୂର୍ବତନ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲି ଏହି ଘଟଣାକୁ ନେଇ ନିଜ ଦେଶରେ କ୍ଷମତାସୀନ ମନ୍ତ୍ରୀ ମାନଙ୍କୁ ନିନ୍ଦା କରିଛନ୍ତି। ସେ କହିଛନ୍ତି କି ଭାରତ ସବୁବେଳେ ମାଳଦ୍ଵୀପର ଭଲ ବନ୍ଧୁ ହେଇ ରହି ଆସିଛି। ତେଣୁ ମାଳଦ୍ଵୀପର ଭାରତ ବିରୁଦ୍ଧରେ ଏଭଳି ଘୃଣ୍ୟ ଭାଷା ବ୍ୟବହାର ଅତ୍ୟନ୍ତ ନିନ୍ଦନୀୟ

ତେବେ ସବୁଠାରୁ ବଡ଼ କଥା ହେଉଛି କି ପ୍ରଧାନମନ୍ତ୍ରୀ ମୋଦିଙ୍କ ଲାଛାଦୀନ ଗସ୍ତକୁ ନେଇ ମାଳଦ୍ଵୀପର ମନ୍ତ୍ରୀମାନେ ଆପତ୍ତି ଜନକ ଟିପ୍ପଣୀ ଦେବା ପରେ ଭାରତରେ ଏହାକୁ ତୀବ୍ର ବିରୋଧ କରାଯାଇଛି। ଅନେକ ବୋଲିଉଡ଼ କଳାକାରଙ୍କ ସହ କ୍ରିକେଟ୍ ତାରକାମାନେ ମଧ୍ୟ ଏହି ପ୍ରସଙ୍ଗରେ ମାଳଦ୍ଵୀପ ବିରୋଧରେ ଏକାଠି ହୋଇଯାଇଛନ୍ତି। ମାଳଦ୍ଵୀପରେ ଛୁଟି କାଟିବାକୁ ପସନ୍ଦ କରୁଥିବା ଭାରତୀୟ ସେଲିବ୍ରିଟି ମାନେ ଏବେ ଏହି ଦେଶକୁ ବୟକଟ୍ କରିବାକୁ ଦାବି କରିଛନ୍ତି। ପାକିସ୍ଥାନ ଯେଭଳି ଜାତିଗତ ଓ ଧର୍ମାନ୍ଧତା ଦେଖାଇବା ସହ ଭାରତ ବିରୋଧୀ ଆଭିମୁଖ୍ୟ ଆପଣାଇ ଏବେ ଦେବାଳିଆ ହେଇଯାଇଛି ମାଳଦ୍ଵୀପର ମଧ୍ୟ ଆଗକୁ ସେଭଳି ଅବସ୍ଥା ହେବ ବୋଲି ଅନୁମାନ କରାଯାଉଛି।

Leave a Reply

Your email address will not be published. Required fields are marked *