ପ୍ରୀୟାଙ୍କୁ ସତରେ ବାହା ହେବେ କି ବିଷ୍ଣୁ?

ଟିଭି ସେରିଏଲ୍ ଅନେକ ଭଲ ପାଇବା ଆପଣମାନେ ତାଙ୍କୁ ଦେଇଛନ୍ତି। ସମସ୍ତେ ତାଙ୍କୁ ବିଷ୍ଣୁ ନାଁରେ ଜାଣନ୍ତି। କିନ୍ତୁ ରିଏଲ୍ ଲାଇଫରେ ସେ କେମିତି, ରିଏଲ୍ ଲାଇଫରେ ମାନସ କେମିତି, ବିଷ୍ଣୁ କେମିତି ଆଉ ମାନସ କେମିତି , ୟାଙ୍କ ଭିତରେ ଡିଫରେନ୍ସ କଣ। ଆଜି ତାଙ୍କ ସହିତ ଆମେ ଡାଇରେକ୍ଟ କଥାବାର୍ତ୍ତା ହେବା , ସରପଞ୍ଚ ବାବୁଙ୍କ ସହିତ। ମାନସ ମହାପାତ୍ର ଆମ ସହିତ ଯୋଡ଼ି ହେଇଛନ୍ତି।

କୌଣସି ଆର୍ଟିଷ୍ଟକୁ ଅଲଗା ଜିନିଷ ମେଟର କରେ ସେ ପଇସା ହଉ କିନ୍ତୁ ଲୋକମାନଙ୍କର ତାଳି ଆର୍ଟିଷ୍ଟମାନଙ୍କୁ ମୋଟିଭେଟ୍ କରେ ଆଉ ଟିକେ ବେଟର୍ କାମ କରିବାକୁ। ମୁଁ ଆଉ ଟିକେ ବେଟର୍ କାମ କଲେ ଲୋକେ କେମିତି ଆଉ ଟିକେ ଭଲ ପାଇବା ଦେବେ।ଗୋଟେ ଆକ୍ଟର ହିସାବରେ ମାନସକୁ ଭେରାଇଟି କାମ ଦରକାର ଆଉ ମାନସ ସବୁ କାମକୁ ରେସ୍ପେକ୍ଟ କରେ। ମୋ କାମ ହଉଛି ମୋତେ ଯାହା କାମ ମିଳୁଛି ତାକୁ ମୁଁ କେମିତି ଭଲରେ ଲିଭେଇବି ଆଉ ଲୋକମାନଙ୍କୁ ଏଣ୍ଟରଟେଣ୍ଟ କରିବି।

ମୁଁ ବି ଚେଷ୍ଟା କରୁଛି ଆଉ ଲୋକମାନେ ବି ମୋତେ ବହୁତ୍ ସାରା ଭଲ ପାଇବା ଦେଉଛନ୍ତି। ଓଡ଼ିଶା ଏଣ୍ଟରଟେଣ୍ଟ ଇଣ୍ଡଷ୍ଟ୍ରିରେ ବହୁତ୍ ଜଣ ଡିରେକ୍ଟର ଠାରୁ ଆରମ୍ଭ କରି ଆର୍ଟିଷ୍ଟବହୁତ୍ ଅଛନ୍ତି। ଉତ୍ତମ ମହାନ୍ତି, ବିଜୟ ମହାନ୍ତି, ପପୁ ପମପମ୍, ବାବୁସାନ୍ ଏମାନଙ୍କୁ ମୁଁ ସାନ ବେଳୁ ଦେଖି ଆସୁଛି। ଆମେ ସାନ ବେଳୁ ତାଙ୍କୁ ଦେଖି ବଢ଼ି ଆସିଛୁ ନା ସେମାନେ ଆମ ପାଇଁ ଇନ୍ସପ୍ରିରେସନ୍। ମୋର ବି ଇଚ୍ଛା ଥିଲା କି କ୍ୟାମେରା ସାମ୍ନାରେ ମୁଁ ବି କିଛି କରିବି ସେମାନଙ୍କ ଭଳିଆ। ମୁଁ ଯବ୍ କଲି ଦିଲ୍ଲୀରେ ମୁଁ ଭାବିଲି କି ନାଇଁ ମୋତେ ଖୁସି ଦରକାର ଆଉ ଯେଉଁଥିରେ ଖୁସି ମିଳିବ ସେଇ କାମଟା କରିବା ଉଚିତ୍।

ତାପରେ ମୁଁ ଚିନ୍ତା କଲି ନାଇଁ ମୋତେ ପଇସା ଅପେକ୍ଷା ଖୁସି ଦରକାର। ତମ ପାଖରେ କୋଟି କୋଟି ଟଙ୍କା ଥିବ ତମେ ଖୁସି ନଥିବ ସେ ପଇସାର ମୂଲ୍ୟ କଣ। ହାପିନେସ ନାହିଁ ଯଦି ଲାଭ କଣ ଏତେ ପଇସା ରୋଜଗାର କରି।ଲୋକମାନଙ୍କ ଭଲ ପାଇବା ହିସାବରେ ପଇସାର ତୁଳନା କରିବାଟା ବୋକାମି ହବ। ସେମାନଙ୍କ ଭଲ ପାଇବା ସହିତ ପଇସାର ତୁଳନ କରିବା କଥା ନୁହଁ।ଗୋଟେ ଆକ୍ଟର କୌଣସି ଚାନେଲ୍ ଅଣ୍ଡରରେ ନଥାନ୍ତି। ଗୋଟେ ଆକ୍ଟରକୁ ବାହାନା ଦରକାର କି ଲୋକମାନଙ୍କ ସାମ୍ନାରେ ଆସି କେମିତି ତାଙ୍କୁ ଏଣ୍ଟରଟେଣ୍ଟ କରିବ।

ଖାଲି ସେରିଏଲରେ କହିଲେ ତ ହବନି, ରାଜନୀତି ସବୁଆଡ଼େ ଥାଏ ଗୋଟେ ପୋଜିଟିଭ ୱେରେ ବି ଥାଏ ଆଉ ଗୋଟେ ନେଗେଟିଭ ୱେରେ ବି ଥାଏ। ରାଜନୀତି ସବୁ ଇଣ୍ଡଷ୍ଟ୍ରିରେ ହଉଛି।ପୋଜିଟିଭ ୱେରେ ରାଜନୀତି ହେଲେ ସବୁଠୁ ଭଲ।ସୁନା ଝିଅରେ ସମସ୍ତେ କୁହନ୍ତି କପଲଟାକୁ ଯେତେବେଳେ ଭଲ ପାଇବା ମିଳେ ନା ରିଏଲ୍ ଲାଇଫରେ ବାହା ହେଇ ଯା। ଏମିତିକି ମୋ ଘରେ ବି କୁହନ୍ତି ଆରେ ସେଇଟା ସୁନ୍ଦରୀଟା, ସେଇଟା ଭଲ ଝିଅ ଭଳିଆ ଲାଗୁଛି , ତାର ଇନୋସେଣ୍ଟ ଭଏସ୍ ଅଛି,ଇନୋସେନ୍ଟ୍ ନେଚର୍ ଅଛି ବାହା ହେଇ ଯାଉନୁ। ମୁଁ କହିଲି ଆରେ ସେ ମୋତେ ଭାଇ ଡାକେ।ମାନସ ସବୁବେଳେ ପ୍ରଫେସିଅନ୍ ଟାକୁ ପ୍ରଫେସିଅନ୍ ୱେରେ ନିଏ ଆଉ ପାର୍ସୋନାଲ ଲାଇଫ ଟାକୁ ପାର୍ସୋନାଲ ୱେରେ ନିଏ। ମୁଁ ଜାଣେ ୟା ଭିତରେ କଣ ଡିଫରେନ୍ସ ଅଛି।

Leave a Reply

Your email address will not be published. Required fields are marked *