ଜ୍ୟୋତିଙ୍କ ସ୍ତ୍ରୀକୁ ଦିଲ୍ଲୀପ ସ୍ୱାମୀର ଜାଗା ଦେଇପାରିବେ କି ?
ମୁଁ ତାର ଛୋଟ ବେଳର ସାଙ୍ଗ । ଜ୍ୟୋତି ରଞ୍ଜନର ମୁଁ ଛୋଟ ବେଳର ସାଙ୍ଗ। ନିୟୁ ୟିଅର୍ ଦିନ ମୁଁ ଆସିଥିଲି ଦେଖିବା ପାଇଁକି। ଦେଖିବାକୁ ତ ଦେଇ ନଥିଲେ। ଯଦି ଦେଖିବାକୁ ଦେଇଥାନ୍ତେ ଫ୍ୟାମିଲିକୁ କି ସାଙ୍ଗମାନଙ୍କୁ ତାହାଲେ ଆମେ ଜାଣି ପାରିଥାନ୍ତୁ କି ଚିହ୍ନି ପାରିଥାନ୍ତୁ ସିଏ ଆମ ସାଙ୍ଗ କି ନାହିଁ। ହାତରୁ ଗୋଡ଼ରୁ ତା ସ୍ତ୍ରୀ ତ ତାକୁ ଚିହ୍ନି ପାରିଥାନ୍ତା ନା ମୁଁ ତ ତା ସାଙ୍ଗ। ତା ବାପା ମାଆ ତା ସ୍ତ୍ରୀ ତ ତାକୁ ଚିହ୍ନି ପାରିଥାନ୍ତେ ନା ତା ହାତ ଗୋଡ଼ରୁ କି ଆଙ୍ଗୁଠିରୁ ଆମ ପିଲା ବୋଲି। ଶେଷରେ ଦେଖିଲା ବେଳକୁ ସିଏ ଆମ ପିଲା ନୁହଁ। ଆମେ ଯାହାର ଆଶାରେ ଥିଲୁ।
ସିଏ ଆମ ପିଲା ବୋଲି ବଞ୍ଚିଛି ଗୋଟେ ହୋପ୍ ଥିଲା ମନରେ। ଯେ ସେ କିଛି ନହେଲେ ବଞ୍ଚିଛି। ପୋଡ଼ି ଯାଉ ଜଳି ଯାଉ ବଞ୍ଚିଛି। ଲାଷ୍ଟରେ ଦେଖିଲା ବେଳକୁ ଆମ ପିଲାର ଶବ ସତ୍କାର ସରି ଗଲାଣି। ଡି.ଏନ୍.ଏ. ଟେଷ୍ଟ୍ ତ କରି ପାରିଥାନ୍ତେ ଗୋଟେ ଦିନ ସମୟ ନେଇକି। ଏତେ ବଡ଼ ହସ୍ପିଟାଲରେ ଏମିତି ଇରରେସ୍ପୋନସିବିଲିଟି କାମ। ଗ୍ୟାସ୍ ଫାଟିବା ସେଇଟା ଗୋଟେ ଅଲଗା ମ୍ୟାଟର। କିନ୍ତୁ କିଛି ନଜାଣି ନଶୁଣି ଗୋଟେ ଡେଡବୋଡ଼ିକୁ ହାଣ୍ଡଓଭର୍ କରିବା ବହୁତ ବଡ଼ ଭୁଲ୍ କାମ କରିଛନ୍ତି। ସେ ତ ସେମିତିରେ ପୋଡ଼ି ଯାଇଥିଲେ ସେ ତ ବଡ଼ ଦୁଃ-ଖ। ଲାଷ୍ଟକୁ ଡେଡବୋଡ଼ିକୁ ଦେଖିବାକୁ ମିଳିଲାନି ସେଇଟା ସବୁଠୁ ବଡ଼ ଦୁଃ-ଖ।କଣ ସେ ପାପ କରିଥିଲେ ତାଙ୍କ ଫ୍ୟାମିଲି ଲୋକ ସେଇ କଥା ମୁଁ ଭାବୁଛି।
ଫ୍ୟାମିଲିର ଗୋଟେ ବୋଲି ପୁଅ ସିଏ ଇନକମ୍ ବାଲା ସିଏ ଗଲା। ତା ଫ୍ୟାମିଲି କଣ ପାପ କରିଥିଲେ କଣ ନାଇଁ ପୁଅ ତ ଗୋଟେ ଜନ୍ମ କରିଥିଲେ ସେଇଟା ଗୋଟେ ଛାଡ଼ ।ସେ ଗୋଟେ ବହୁତ୍ ବଡ଼ ପୁଣ୍ୟ ଭାବି କରିଥିଲେ । ସେ ପୁଅର ସେ ମଲା ମୁହଁ ବି ଦେଖି ପାରିଲେନି।କେବଳ ଏଇ ହସ୍ପିଟାଲ ଲାଗି। ଯଦି ଟିକେ ରେସ୍ପୋନ ସିବିଲିଟି ବାଲା ହେଇଥାନ୍ତେ ହସ୍ପିଟାଲ ଲୋକ ଏମିତି ଡେଡବୋଡ଼ି ଦେଇ ନଥାନ୍ତେ ଏରା ଗେରାଙ୍କୁ ବ ବାଣ୍ଟି କି ଦେଇ ନଥାନ୍ତେ। ସେ ତ ଗୋଟେ ଫ୍ୟାମିଲିର ପୁଅ।
ପୁଅ ଜାଗାଟା ମିଳିବ କିନ୍ତୁ ତା ସ୍ତ୍ରୀକୁ ତା ସ୍ବାମୀର ଜାଗାଟା ମିଳିବ କି। ତା ସ୍ବାମୀର ଜାଗା ସେ ଦିଲ୍ଲୀପ ଦେଇ ପାରିବେ କି। ଦେଇ ପାରିବେନି ନା। ସିଏ ହିଁ ମୋତେ ଜଣେଇଲା କି ତୋ ସାଙ୍ଗ କଥା ତୁ ଶୁଣିଛୁ। ମୁଁ କହିଲି ନାଇଁ କଣ ହେଇଛି କହ। ମୁଁ ତା ପରଦିନ ଆସିଲି। ଦେଖିବାକୁ ଚାହିଁଲି ହେଲେ ଦେଖିବାକୁ ଦେଇ ନଥିଲେ। ମୁଁ ବାହାରୁ ବାହାରୁ ଯାଇଥିଲି। ଲଭ୍ ମ୍ୟାରେଜ୍ ଥିଲା ସେମାନଙ୍କର। ବହୁତ୍ ଖୁସିରେ ଥିଲେ। ତାର ତ ଦୁନିଆଁ ସରିଗଲା। ସୋସିଆଲ ମିଡ଼ିଆ ଖୋଲିଲା ମାନେ ସେ ଦିଜଣଙ୍କ ଫୋଟୋ ସବୁ ଆସୁଥିଲା, ଆଉ ସେସବୁ କିଛି ଦେଖିବାକୁ ମିଳିବନି।