ରାମମନ୍ଦିର ପ୍ରତିଷ୍ଠା ପୂର୍ବରୁ କାନ୍ଦି ପକାଇଲେ ମା ସୀତା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଲେ ଅନୁରୋଧ.. ।
ବନ୍ଧୁଗଣ ଆସନ୍ତା ଜାନୁଆରୀ ୨୨ରେ ପୁଣିଥରେ ଦୀପାବଳି ପାଳିବ ସାରା ଦେଶ । ଘରେ ଘରେ ଜଳିବ ‘ରାମ ଜ୍ୟୋତି’ ଆଉ ସୃଷ୍ଟି ହେବ ତ୍ରେତୟାର ଭ୍ରମ । ୫ ଶହ ବର୍ଷ ପରେ ଭବ୍ୟ ମନ୍ଦିରରେ ବିରାଜିବେ ରାମଲାଲା । ତେବେ ବନ୍ଧୁଗଣ ମିଳିଥିବା ଖବର ଅନୁସାରେ ରାମାନନ୍ଦ ସାଗରଙ୍କ ସିରିଏଲ ‘ରାମାୟଣ’ରେ ସୀତା ମାଆଙ୍କ ଭୂମିକାରେ ଅଭିନୟ କରିଥିବା ଦୀପିକା ଚିଖିଲିଆଙ୍କୁ ମିଳିଛି ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନିମନ୍ତ୍ରଣ । ପ୍ରଭୁ ଶ୍ରୀରାମଙ୍କ ମନ୍ଦିରକୁ ନିମନ୍ତ୍ରଣ ମିଳିଥିବାରୁ ବେଶ୍ ଖୁସି ଅଛନ୍ତି ଦୀପିକା । ‘ରାମାୟଣ’ ଧାରାବାହିକରେ ମାଆ ସୀତା ଭୂମିକାରେ ଅଭିନୟ କରି ଘରେ ଘରେ ପରିଚିତ ହୋଇ ପାରିଥିଲେ ଦୀପିକା ।
ଏପରିକି ଆଜି ମଧ୍ୟ ଅନେକ ଲୋକ ତାଙ୍କୁ ମା’ ସୀତା ବୋଲି ଭାବନ୍ତି ଏବଂ ତାଙ୍କୁ ପୂଜା କରନ୍ତି । ଜାନୁଆରି ୨୨ ତାରିଖରେ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ଦୀପିକା ଚିଖଲିଆ ବହୁତ ଉତ୍ସାହିତ ଅଛନ୍ତି ଏବଂ ଏହା ତାଙ୍କ ପାଇଁ ଏକ ଭାବପ୍ରବଣ ଦିନ ହେବ ବୋଲି ସେ କହିଛନ୍ତି । ଏହି କାର୍ଯ୍ୟ ପାଇଁ ନିମନ୍ତ୍ରଣ ପାଇ ଦୀପିକା ଖୁସି, କିନ୍ତୁ ସେ ଗୋଟିଏ କଥା ପାଇଁ ଦୁଃଖିତ।
ଦୀପିକା ଚିଖିଲିଆ ଏକ ଜାତୀୟ ଗଣମାଧ୍ୟମ ସହିତ କଥା ବାର୍ତ୍ତା ସମୟରେ ରାମ ମନ୍ଦିରର ସମାରୋହ ଏବଂ ନିମନ୍ତ୍ରଣ ବିଷୟରେ କହିଥିଲେ । ଯେଉଁଥିରେ ସେ ତାଙ୍କୁ ଦୁଃଖ ଦେଇଥିବା କଥା ବିଷୟରେ ବି କହିଥିଲେ । ଦୀପିକା କହିଛନ୍ତି ଯେ ରାମଜୀଙ୍କ ପାଖରେ ସୀତାଜୀଙ୍କ ପ୍ରତିମା ରଖାଯାଉ ନ ଥିବାରୁ ସେ ଦୁଃଖିତ । ଯେବେ କି ସେ ଆଗରୁ ଭାବୁଥିଲେ ଯେ ସୀତା ମଧ୍ୟ ପ୍ରଭୁ ରାମଙ୍କ ସହିତ ରହିବେ । ହେଲେ ବାସ୍ତବ କଥା ହେଉଛି ମୁଖ୍ୟ ମନ୍ଦିରରେ ଶ୍ରୀ ରାମଙ୍କ ଶିଶୁ ରୂପ ସ୍ଥାପନ କରାଯିବ ।
ସେଥିପାଇଁ ଅଯୋଧ୍ୟାରେ ପ୍ରଭୁ ରାମଙ୍କ ପ୍ରତିମୂର୍ତ୍ତି ସହିତ ସୀତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ଦୀପିକା ଚିଖାଲିଆ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିବେଦନ କରିଛନ୍ତି । ଅନ୍ୟ ପକ୍ଷରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପାଇଁ ‘ରାମାୟଣ’ରେ ରାମ ଭୂମିକା ନିଭାଇଥିବା ଅରୁଣ ଗୋବିଲଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ଲୋକମାନେ ମଧ୍ୟ ୮୦-୯୦ ଦଶକରେ ପ୍ରଭୁ ରାମ ଭାବରେ ଅରୁଣ ଗୋବିଲଙ୍କୁ ପୂଜା କରିବା ଆରମ୍ଭ କରିଥିଲେ । ଆଜି ବି ସେ ଯେଉଁଆଡେ ଯାଆନ୍ତି ପ୍ରଶଂସକମାନେ ତାଙ୍କ ପାଦତଳେ ପ୍ରଣାମ କରନ୍ତି ।