ମୁଁ ଏ ଝିଅକୁ ୫ ବର୍ଷ ଆଗରୁ ଠକି ଦେଇଥିଲି । ଏବେ ଜେ-ଲ୍ ଯିବି ଆଉ ତା’ ଭିତରେ ସୁଧୁରିବି।

ଆଜିକାଲି ଲୁ-ଟେରା ମାନେ ବିଭିନ୍ନ ଉପାୟରେ ଠକେଇ କରିବାରେ ଲାଗିଛନ୍ତି । କେତେବେଳେ ଅନଲାଇନ ଲୁ-ଟିଲେଣି ତ କେତେବେଳେ ରାସ୍ତା କଡ଼ରୁ । ଏଭଳି ଘଟ-ଣା ଅନେକ ସମୟରେ ସାମ୍ନାକୁ ଆସୁଛି । ଏଥିରେ ଶି-କାର ହେଉଥିବା ଅନେକ ବ୍ୟକ୍ତି ଥା-ନାରେ ମଧ୍ୟ ଏ-ତଲା ଦେଉଛନ୍ତି । ତେବେ ବର୍ତମାନ ସମୟରେ ଝିଅକୁ ଚାକିରି ଦେବା ନାଁରେ ଠ-କିଛନ୍ତି । ଚାକିରି କରେଇ ଦେବା କହି ଗରିବ ଝିଅଙ୍କୁ ମୋହରା କରୁଥିଲେ ଏବଂ ଜଣେ ପରେ ଜଣକଙ୍କ ଠାରୁ ଟଙ୍କା ଲୁ-ଟି ନେଉଥିଲେ । ଏପରି ଜଣେ ବ୍ୟକ୍ତି ଭୁବନେଶ୍ୱରରେ ଧରା ପଡ଼ିଛନ୍ତି ।

ସେ ବସ୍ ରେ ଯିବା ସମୟରେ ଯେଉଁ ମହିଳା ମାନଙ୍କ ଠାରୁ ଟଙ୍କା ନେଇଥିଲେ ଠ-କେଇ କରି ସେମାନେ ତାଙ୍କୁ ଧରି ଆଣି ଗୋଟେ ଘରେ ରଖିଛନ୍ତି । ଏହା ସହିତ ଥା-ନାରେ ମଧ୍ୟ ଲିଖିତ ଅଭି-ଯୋଗ ହୋଇଛି । ତେବେ ଅଭି-ଯୁକ୍ତ ଜଣକ ହେଉଛନ୍ତି ରବି ନାରାୟଣ ଦେବତା । ଆଉ ଅଭି-ଯୋଗ ଆଣିଥିବା ମହିଳାଙ୍କ ଠାରୁ ୩୦ ହଜାର ଟଙ୍କା ନେଇଥିଲେ ଭିଏଲଡବ୍ଲ୍ୟୁରେ ଚାକିରି କରେଇ ଦେବେ କହିକି।

ସେ ଉକ୍ତ ମହିଳାଙ୍କୁ ୫୦ଟି ଅନ୍ୟ ଝିଅଙ୍କର ବାଇଓଡାଟା, ଫର୍ମ ଓ ଜଏନିଂ ଲେଟର ଏମିତି ସବୁ ମଧ୍ୟ ଦେଖାଇ ଥିଲେ । ତାପରେ ଅଭିଯୁକ୍ତ ଜଣକ ନିଜେ ସେକ୍ରେଟାରୀଏଟ୍ ରେ ଚାକିରୀ କରୁଥିବାର ଆଇକାର୍ଡ ମଧ୍ୟ ଦେଖାଇ ଥିଲେ । ତେଣୁ ମହିଳା ଜଣଙ୍କ ଏସବୁ ଦେଖିବା ପରେ ବିଶ୍ୱାସ କରି ଯାଇଥିଲେ ଯେ ଅଭିଯୁକ୍ତ ରବି ନାରାୟଣ ଦେବତା ପ୍ରକୃତରେ ଚାକିରି କରାଇ ଦେଉଛନ୍ତି ବୋଲି । ଏପରିକି ୩୦ ହଜାର ପରେ ମଧ୍ଯ ଆଉ ୨୦ ହଜାର ଟଙ୍କା ମାଗୁଥିଲେ ଦେଲେ ୫୦ ହଜାର ହେଲେ ହିଁ ଜଏନିଂ ଲେଟର ମିଳିବ ବୋଲି କହିଥିଲେ । କିନ୍ତୁ ମହିଳା ଜଣକ ମନା କରି କହିଥିଲେ ଜଏନିଂ ଲେଟର ମିଳିବା ପରେ ସେ ଟଙ୍କା ଦେବେ ।

ଏହାପରେ ମହିଳା ଆଉ ଉକ୍ତ ବ୍ୟକ୍ତିଙ୍କୁ ପାଇ ନଥିଲେ ଫୋନ ମଧ୍ୟ ସ୍ଵିଚଅଫ୍ ଥିଲା । ମହିଳା ଜଣକ ବହୁତ୍ ଖୋଜା ଖୋଜି କରିବା ପରେ ପାଇ ନଥିଲେ କିନ୍ତୁ ଆଜି ସୌଭାଗ୍ୟ ବଶତଃ ବସ୍ ରେ ଉକ୍ତ ବ୍ୟକ୍ତିଙ୍କୁ ଧରିଥିଲେ । ତେବେ ଅଭି-ଯୁକ୍ତ ଜଣକ କହିଥିଲେ ତାଙ୍କ ଘର ମନ୍ଦାରଖଣ୍ଡ ଆଉ ସେ ଘରେ ପୂଜା କାର୍ଯ୍ୟ କରନ୍ତି । ଆହୁରି ସେ କହିଥିଲେ ୫ ବର୍ଷ ପୂର୍ବେ ସେ ମହିଳାଙ୍କ ଠାରୁ ଟଙ୍କା ନେଇଥିଲେ । କାହାକୁ କହି କଣ୍ଟ୍ରାକ୍ଟ ବେସିସରେ ମହିଳାଙ୍କୁ ଚାକିରୀ କରେଇ ଦେଇଥାନ୍ତେ କିନ୍ତୁ ହେଇ ନଥିଲା । ଏବେ ଫେରେଇବାକୁ ତାଙ୍କ ନିକଟରେ ଟଙ୍କା ନାଇଁ ସେ ଜେ-ଲ୍ ଯିବେ ଆଉ ସୁଧୁରିବେ ।

Leave a Reply

Your email address will not be published. Required fields are marked *