କାଲି ନିଖୋଜ ଥିଲେ ଆଜି ଦୁଇ ପୁଅର ମୃ-ତ୍ୟୁ।

ଧାନ କାଟି ବାପା ମା ଘରକୁ ଫେରିଲା ବେଳକୁ ଘରେ ନାହାନ୍ତି ଦୁଇ ପୁଅ…. ଆଉ ଏବେ…।ବାପା ମାଙ୍କର ୪ ଟି ସନ୍ତାନ। ସେମାନଙ୍କ ମୁହଁକୁ ଚାହିଁ ବାପା ମା ଙ୍କର ଦିନ ବିତି ଯାଉଥିଲା। ଘରେ ୪ ପୁଅ ଝିଅକୁ ଛାଡି ବାପା ମା ଧାନ କାଟିବାକୁ ଯାଇଥିଲେ। ଆଉ କାମ ସାରି ଅପରାହ୍ନରେ ଘରକୁ ଫେରିଲା ବେଳକୁ ଦୁଇ ପୁଅ ନିଖୋଜ ଥିଲେ। ବାପା ମା ବହୁତ ଖୋଜାଖୋଜି କରିଥିଲେ କିନ୍ତୁ ଦୁଇ ପୁଅଙ୍କର କୌଣସି ପତା ନଥିଲା। ଆଉ ଆଜି ସକାଳୁ ସକାଳୁ ଘର ନିକଟରେ ଥିବା କୂଅରୁ ମିଳିଛି ଦୁଇ ପୁଅଙ୍କର ମୃ-ତ ଦେହ।

ହଁ କୂଅରେ ପଡି ଅକାଳରେ ଚାଲିଗଲା ଦୁଇ ଶିଶୁଙ୍କ ଜୀବନ। ଦୁଇ ପୁଅ ହେଲେ ରଞ୍ଜିତ ପ୍ରଧାନ ତାଙ୍କର ବୟସ ୫ ବର୍ଷ ଓ ସଞ୍ଜିତ ପ୍ରଧାନ ତାଙ୍କର ବୟସ ହେଉଛି ୪ ବର୍ଷ। କମଳମତୀ ଶିଶୁଙ୍କର ଏଭଳି ମୃ-ତ୍ୟୁକୁ ସହି ପାରୁନାହାନ୍ତି ବାପା ମା। ଆଖି ସାମ୍ନାରେ ଦୁଇ ଦୁଇଟି ପୁଅର ମୃ-ତ ଦେହ। ଏହାକୁ ଦେଖି କେମିତି ସହିବେ ବାପା ମା। ପୁଅର ଶ-ବକୁ ଦେଖି ମା ପୁରା ସ୍ତବ୍ଧ ହୋଇଯାଇଛି। ପୁଅର ଶବକୁ ଛାଡି ଆସୁନାହିଁ ମା। ମୋ ଧନ ମୋ ସୁନା ମୋ ଗେଲ୍ହା ମୋ ଆଖିରେ ତୁମେ ଦୁଇଜଣ ଥିଲା ଦୁଇଟି ତାରା । ମୋତେ ଆଜି ଏକା କରି ଚାଲିଗଲା। କେମିତି ବଞ୍ଚିବି ମୁଁ। ମୁଣ୍ଡ ବାଡେଇ କା-ନ୍ଦୁଛି ମା ଜଣକ।

ପୁଅକୁ ନେଇ ବାପା ମା କେତେ କଣ ସ୍ୱପ୍ନ ଦେଖିଥିଲେ। କିନ୍ତୁ ସବୁ ସ୍ୱପ୍ନ ଅଧାରେ ରହିଗଲା।ଗତ କାଲି ନି-ଖୋଜ ହୋଇଥିଲେ ଆଉ ଆଜି କୂଅ ଭିତରୁ ମିଳିଲା ଦୁଇ ଶିଶୁଙ୍କ ମୃ-ତ ଦେହ। ହଁ ଆଜ୍ଞା ଏଭଳି ଅଭା-ବନୀୟ ଘ-ଟଣା ଘଟିଛି ଢେଙ୍କାନାଳ ଜିଲ୍ଲାର ମଧୁ ସାହି ପାଟଣା ପଞ୍ଚାୟତ ବିମ୍ବଳି ଗାଁରେ।

ସୂଚନା ମୁତାବକ ଗତ କାଲି ଅପରାହ୍ନରୁ ନି-ଖୋଜ ଥିଲେ ମୃ-ତ ଦୁଇ ପୁତ୍ର ସନ୍ତାନ। ରଞ୍ଜିତ ପ୍ରଧାନ ଏବଂ ସଞ୍ଜିତ ପ୍ରଧାନ। ବାପା କମ୍ପାନୀ ପ୍ରଧାନ ଏବଂ ମା ସ୍ୱରସ୍ୱତୀ ପ୍ରଧାନ। ଗତ କାଲି ଘରେ ୪ ପୁଅ ଆଉ ଝିଅକୁ ଛାଡି ଧାନ କା-ଟିବାକୁ ଯାଇଥିଲେ। ଫେରି ଦେଖିଲା ବେଳକୁ ଦୁଇ ପୁଅ ନି-ଖୋଜ ହୋଇଯାଇଛନ୍ତି।

ଗ୍ରାମବାସୀ ଏବଂ ବାରପୁର ପୋ-ଲିସ ବହୁତ ଖୋଜାଖୋଜି କରିବା ପରେ ଦୁଇ ପୁଅକୁ ନପାଇ ନି-ରାଶା ହୋଇଯାଇଥିଲେ ବାପା ମା। ଆଉ ଆଜି ଘର ଠାରୁ ଅଳ୍ପ ଦୂରରେ ଥିବା କୂଅରେ ଦୁଇ ଶିଶୁ ପଡିଥିବାର ଦେଖି ଗ୍ରାମବାସୀ ପୋଲି-ସକୁ ଖବର ଦେଇଥିଲେ। କୂଅ ଭିତରୁ ଉଭୟ ଦୁଇ ଶିଶୁର ମୃ-ତ ଶରୀରକୁ ଉ-ଦ୍ଧାର କରିଥିଲେ। ଏଭଳି ମୃ-ତ ଖବରକୁ ଦେଖି ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।ତେବେ ଜାଣିବାକୁ ବାକି ରହିଲା ପୋ-ଲିସ ଅପ-ରାଧୀକୁ ଧରି କେଉଁ ଦ-ଣ୍ଡରେ ଦଣ୍ଡିତ କରିବେ।

Leave a Reply

Your email address will not be published. Required fields are marked *