ଭାଇରାଲ ହେଲା ଦିଦିଙ୍କ ଭିତିରି କଥା।

ଅଙ୍ଗନୱାଡି ଦିଦିଙ୍କ ଭିତିରି କଥାକୁ ପଦାରେ ପକାଇଲେ ଅଙ୍ଗନୱାଡି ହେଲ୍ପର। ଯାହାକୁ ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ।ଅଙ୍ଗନୱାଡି ଦିଦିଙ୍କ ଭିତିରି କଥାକୁ ପଦାରେ ପକାଇଲେ ଅଙ୍ଗନୱାଡି ହେଲ୍ପର। ଯାହାକୁ ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ। ହଁ ଆଜ୍ଞା ଅଙ୍ଗନୱାଡି କେନ୍ଦ୍ର ଅଛି ସତ କିନ୍ତୁ ଏ ଅଙ୍ଗନୱାଡି କେନ୍ଦ୍ର ଏବେ ଭୂତ କୋଠି ପାଲଟି ଯାଇଛି। ଏଠାକୁ ନାଁ ପିଲା ଆସୁଛନ୍ତି ନାଁ ଅଙ୍ଗନୱାଡି ଦିଦି ଆସୁଛନ୍ତି।ଆଉ ଅଙ୍ଗନୱାଡି ହେଲ୍ପର କହୁଛନ୍ତି ବର୍ଷେ ତଳେ ମୁଁ ରୋଷେଇ କରିଥିଲି। ବର୍ଷେ ହେବ ଏ ଅଙ୍ଗନୱାଡି କେନ୍ଦ୍ର ଭୂତ କୋଠି ପାଲଟି ଗଲାଣି। ପୁରା ଭୂତ କୋଠି ପାଲଟି ଯାଇଛି ଏହି ଅଙ୍ଗନୱାଡି କେନ୍ଦ୍ର। ଯାହାକୁ ଆପଣ ଏହି ଫୋଟରେ ଦେଖି ପାରୁଥିବେ।

ସରକାରଙ୍କ ପକ୍ଷରୁ ଆସିଥିବା ଅଣ୍ଡା ଆଉ ଛତୁଆ ଆଦି ସାମଗ୍ରୀକୁ ମଧ୍ୟ ପିଲା ମାନଙ୍କୁ ଦିଆଯାଉନାହିଁ। ବର୍ଷ ବର୍ଷ ଧରି ଅଙ୍ଗନୱାଡି କେନ୍ଦ୍ରକୁ ଆସୁନାହାନ୍ତି ଅଙ୍ଗନୱାଡି ଦିଦି। ଏପଟେ ନିଜ ଘରେ ବୋଡ଼ ମାରି ଅଙ୍ଗନୱାଡି ଦିଦି ଅଙ୍ଗନୱାଡି କେନ୍ଦ୍ର ଭାବେ ବଚାଲାଇଛନ୍ତି। ଆଉ ପଚାରିଲା ବେଳକୁ କହୁଛନ୍ତି ଆମ ଫୋନରେ ନେଟୱାର୍କ ଆସୁନାହିଁ ସେଥିପାଇଁ ଆମେ ପାହାଡ଼କୁ ଯାଉଛୁ। ଆଉ ଅଙ୍ଗନୱାଡି କେନ୍ଦ୍ର ଗାଁରେ ହୋଇନାହିଁ ବୋଲି ଏନେଇ ଆମ ରିପଟର ଅଙ୍ଗନୱାଡି ଦିଦିଙ୍କୁ ପଚାରିବାରୁ ସେ କଣ ପ୍ରତିକ୍ରିୟା ରଖିଛନ୍ତି ଆସନ୍ତୁ ଜାଣିବା।

ଅଙ୍ଗନୱାଡି ଦିଦିଙ୍କ କହିବା ଅନୁଯାୟୀ ସେ ବହୁତ ଥର ଲିଖିତ ଆକାରରେ ଅଭିଯୋଗ କରିଛନ୍ତି ଅଙ୍ଗନୱାଡି କେନ୍ଦ୍ରଟି ଡେମେଜ ହୋଇଯାଇଛି ବିଡ଼ିଓ ସାର ଆସି ଯାଞ୍ଚ କରିଯାଇଛନ୍ତି କିନ୍ତୁ କୌଣସି ପଦକ୍ଷେପ ନିଆଯାଇନାହିଁ। ମାସକୁ ୭୫୦୦ ଟଙ୍କା ପାଉଛୁ କେତେ ଅଣ୍ଡା କିଣି କରି ଦେବୁ।ଦୁର୍ଗମ ଅଞ୍ଚଳରେ ଫାଇଦା ନେଉଛନ୍ତି ଅଙ୍ଗନୱାଡି ଦିଦି। ହେଲେ ହେଲ୍ପରଙ୍କୁ କିଛି ମିଳୁନାହିଁ। ସେଥିପାଇଁ ସିଧା ସିଧା କହିଦେଲେ ଅଙ୍ଗନୱାଡି ଦିଦିଙ୍କ ଭିତିରି କଥା। ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ କୁଚେପୁର ପଞ୍ଚାୟତ ଦରିଗାଟି ଗାଁରେ।

ମା ଓ ଶିଶୁଙ୍କ ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ମାନ ପ୍ରସ୍ତୁତ ହେଉଥିବା ବେଳେ ଯଥା ଛତୁଆ ଅଣ୍ଡା ମଧ୍ୟନ୍ନ ଭଜନ ଓ ପୋଷାକ ଏହି ଗ୍ରାମର କମଳ ମତୀ ବ ଶିଶୁ ଗର୍ଭବତୀ ଓ ପ୍ରଶୃତି ମା ମାନେ ପାଇ ପାରୁନଥିବା ଅଭିଯୋଗ କରିଆସୁଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ ହେଉନାହିଁ।

ଏ ଗାଁଟି ଦୁର୍ଗମ ଅଞ୍ଚଳରେ ହୋଇଛି। ପୂର୍ବରୁ ଅଙ୍ଗନୱାଡି ଦିଦିଙ୍କୁ ଉପରିସ୍ଥ ଅଧିକାରୀ ଠିକ ଭାବରେ କାର୍ଯ୍ୟ କରିବାକୁ କହିଥିଲେ କିନ୍ତୁ କାର୍ଯ୍ୟକାରୀ ଏତେ ପର୍ଯ୍ୟନ୍ତ ହୋଇପାରିନାହିଁ। ବର୍ଷ ସାରାର ରନ୍ଧା ଖାଦ୍ୟ ଦିଆଯାଉନାହିଁ। ଓ ବର୍ଷକୁ ଦୁଇରୁ ତିନି ଥର ଦିଆଯାଉଛି ବୋଲି କହିଛନ୍ତି ହେଲ୍ପର। ପୂର୍ବରୁ ଗ୍ରାମବାସୀ ଅଭିଯୋଗ କରିଥିବାରୁ ମଞ୍ଜୁଳା ଗ୍ରାମ ବାସୀଙ୍କୁ ଡରାଇ ଥିଲେ। ସେଥିପାଇଁ ଗ୍ରାମବାସୀ ମୌଖିକ ଭାବେ ଆମକୁ ଜଣାଇଥିବା ବେଳେ ଏଠି ତାଙ୍କର ହେଲ୍ପର ସବୁକିଛି ଖୋଲି କହିଛନ୍ତି। ଯେ ସୁପ୍ରଭାଇଜର କହିଥିଲେ ମାସକୁ ୭ଟି ଅଣ୍ଡା ଦେବା ପାଇଁ କିନ୍ତୁ ଦିଦି ଆମର ମାସକୁ ୧ ଟି ଅଣ୍ଡା ଦିଅନ୍ତି।

ଏହି ଖବର ଆମର ପ୍ରତିନିଧିଙ୍କ ପାଖରେ ପହଁଚିଲା ପରେ ଆମ କାଶୀପୁର ବ୍ଲକ ପ୍ରତିନିଧି ଅଙ୍ଗନୱାଡି କର୍ମୀ ମଞ୍ଜୁଳା ନାୟକଙ୍କ ସହ ଯୋଗାଯୋଗ କରିଥିଲେ ସେ କହିଥିଲେ କି ସବୁ ଦେଇଛି ମୁଁ କଣ ପାଇଁ ଦେବିନି କହିକି କଥାକୁ ଲୁଚାଉଥିଲେ ଏବଂ ତାଙ୍କ ଝିଅ ଆମକୁ ତାଙ୍କ ଦରମାରୁ କଣ ପାଇଁ ଦେବେ ବୋଲି ଓଲଟା ଜବାବ ଦେଇଥିଲେ।

ଅଙ୍ଗନୱାଡି ଦିଦି ଅଛନ୍ତି କିନ୍ତୁ ଲୋକଙ୍କ ପାଇଁ ନୁହେଁ ନିଜ ପାଇଁ। ସୁପରଭାଇଜର ଜାଣି ମଧ୍ୟ ଅଜଣାର ଅଭିନୟ କରୁଛନ୍ତି ଓ ସୁପ୍ରଭାଇଜର ମାସିକ କିଛି ଟଙ୍କା ନେଉଥିବା ଖବର ବି ଜଣାପଡିଛି। ବିଲ ପାସ ନିମନ୍ତେ ଉପରିସ୍ଥ ଅଧିକାରୀ ଏ ବିଷୟରେ ଜାଣିକି ବି ଅଜଣା ହେଉଛନ୍ତି। ତେବେ ଖବର ପ୍ରସାରିତ ହେବା ପରେ ଅଧିକାରୀଙ୍କ ନିଦ କେବେ ଭାଙ୍ଗିବ ନାଁ ନୀରବତା ରଖୁଛନ୍ତି ତାହା ଆଗକୁ ଜଣା ପଡିବ।

Leave a Reply

Your email address will not be published. Required fields are marked *